ପଣା ସଂକ୍ରାନ୍ତି ଠାରୁ ହନୁମାନ ଜୟନ୍ତୀ ଯାଏଁ, ଏହି ସପ୍ତାହରେ ପଡ଼ୁଛି ଅନେକ ପର୍ବପର୍ବାଣୀ

ଆଜିଠୁ ଆରମ୍ଭ ହୋଇଛି ଏପ୍ରିଲ ମାସର ଦ୍ୱିତୀୟ ସପ୍ତାହ। ୧୧ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ସପ୍ତାହ ୧୭ ତାରିଖ ଯାଏଁ ଚାଲିବ। ପ୍ରଥମ ସପ୍ତାହ ଭଳି ଏ ସପ୍ତାହରେ ବି ଏକାଧିକ ବ୍ରତ, ପର୍ବପର୍ବାଣୀ ପଡ଼ୁଛି। ଯଥା: କାମଦା ଏକାଦଶୀ, ହନୁମାନ ଜୟନ୍ତୀ, ବୈଶାଖୀ ଇତ୍ୟାଦି। ତେବେ ଆସନ୍ତୁ ଜାଣିବା କେଉଁ ତାରିଖରେ କି ପର୍ବ ପଡ଼ୁଛି…

  • ୧୧ ଏପ୍ରିଲ- ଏହି ଦିନ ଚୈତ୍ର ନବରାତ୍ରିର ଦଶମ ଦିନ ପଡ଼ୁଛି। ଯେଉଁମାନେ ବାସନ୍ତିକ ଦୁର୍ଗା ପୂଜା କରୁଛନ୍ତି, ଆଜି ସେମାନେ ବ୍ରତ ସମାପନ କରିବେ।
  • ୧୨ ଏପ୍ରିଲ- ଚୈତ୍ର ମାସ ଶୁକ୍ଳ ପକ୍ଷ ଏକାଦଶୀକୁ କାମଦା ଏକାଦଶୀ ବ୍ରତ ଭାବେ ପାଳନ କରାଯାଏ। କାମଦା ଏକାଦଶୀ ବ୍ରତ ରଖିବା ଓ ବ୍ରତ କଥା ଶୁଣିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଓ ମୋକ୍ଷ ପ୍ରାପ୍ତି ହୁଏ।
  • ୧୩ ଏପ୍ରିଲ- ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ପାଳିତ ହୁଏ ମଦନ ଦ୍ୱାଦଶୀ ବ୍ରତ। ଏହି ଦିନ ଭଗବାନ ବିଷ୍ଣୁଙ୍କର ବିଧିପୂର୍ବକ ପୂଜା କରାଯାଏ। କୁହାଯାଏ, ମଦନ ଦ୍ୱାଦଶୀ ବ୍ରତ ରଖିଲେ ପୁତ୍ର ପ୍ରାପ୍ତି ହୋଇଥାଏ।
  • ୧୪ ଏପ୍ରିଲ- ଏହି ଦିନ ସୂର୍ଯ୍ୟ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ। ମେଷ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନ ଠାରୁ ଓଡ଼ିଆ ନବ ବର୍ଷ ଆରମ୍ଭ ହୋଇଥାଏ।
    ଏହି ଦିନ ଗୁରୁ ପ୍ରଦୋଷ ବ୍ରତ ବି ପଡ଼ୁଛି। ଏଣୁ ଭଗବାନ ଶିବଙ୍କ ପୂଜା କରାଯାଏ।
  • ୧୫ ଏପ୍ରିଲ- ଇସାଇ ଧର୍ମର ପ୍ରମୁଖ ପର୍ବ ଗୁଡ୍‌ ଫ୍ରାଇଡେ ଚଳିତ ବର୍ଷ ଏପ୍ରିଲ ୧୫ରେ ପଡ଼ୁଛି।
  • ୧୬ ଏପ୍ରିଲ- ବଜରଙ୍ଗବଲୀ ହନୁମାନଙ୍କ ଜନ୍ମ ଚୈତ୍ର ପୂର୍ଣ୍ଣିମାରେ ହୋଇଥିଲା। ଏଣୁ ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମାକୁ ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଏ । ଚଳିତ ବର୍ଷ ଏପ୍ରିଲ ୧୬ରେ ପଡ଼ୁଛି ମହାବୀର ଜୟନ୍ତୀ।
  • ୧୭ ଏପ୍ରିଲ- ଖ୍ରୀଷ୍ଟିଆନ୍‌ ଧର୍ମର ମୁଖ୍ୟ ପର୍ବ ଇଷ୍ଟର ଚଳିତ ବର୍ଷ ଏପ୍ରିଲ ୧୭ରେ ପଡ଼ୁଛି।

Also Read: ଡରନ୍ତୁ ନାହିଁ, XE ଭଳି ଭ୍ୟାରିଏଣ୍ଟ ଏମିତି ସବୁବେଳେ ଆସୁଥିବ: NTAGI ମୁଖ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.