ଓଡ଼ିଆ ଚଳଚ୍ଚିତ୍ର “ଚନ୍ଦ୍ରମା”ର ଶୁଭ ମୁହୁରତ, ଏକାଠି ନଜର ଆସିବେ ଦେବାଶିଷ, ପ୍ରିୟା ଓ ଭୂମିକା

ମାହାଙ୍ଗା (କେନ୍ୟୁଜ) : କଟକ ଜିଲ୍ଲା ମାହାଙ୍ଗା ପବିତ୍ର ଜରିଆ ନଦୀ କୂଳରେ ଥିବା ସାଇ ମନ୍ଦିର ପରିସରରେ ଓଡ଼ିଆ ଚଳଚ୍ଚିତ୍ର ଚନ୍ଦ୍ରମାର ଶୁଭ ମୁହୁରତ ହୋଇଯାଇଛି । ନୂଆ ବର୍ଷରେ ନୂଆ ଭେଟି ନେଇ ସାଇ ରତ୍ନ ମୋସନ ପିକ୍ଚର ପ୍ରଯୋଜକ ରବି ମହାନ୍ତି ଓ ଧୁନ ମ୍ଯୁଜିକ ପ୍ରଯୋଜକ କେପି ବାବୁଙ୍କ ବ୍ଯାନରେ ପ୍ରଥମ କରି ଓଡ଼ିଆ ଭୂତ ଫିଲ୍ମ ଦର୍ଶକଙ୍କୁ ନୂଆ ଢଙ୍ଗରେ ଭେଟିଦେବାକୁ ଯାଉଛନ୍ତି ।
ଏଥିରେ ନାୟକ ଭାବେ ଦେବାଶିଷ ପାତ୍ର ଓ ନାୟିକା ଭାବେ ପ୍ରିୟା ଚୌଧୁରୀ ଓ ଭୂମିକା ଦାସ ନଜର ଆସିବେ । ନିର୍ଦ୍ଦେଶନାର ଭାର ସମ୍ଭାଳିବେ ବିଶ୍ୱ ଭୂଷଣ ମହାପାତ୍ର । ଏହାର ଲେଖକ ରହିଛନ୍ତି ଶିବ ଭାଇ । ଏଥିରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସନ୍ଦୀପ ପଣ୍ଡା ଓ ଏଡିଟର ଭାବେ ମାନସ ସାହୁ ରହିଛନ୍ତି । ତେବେ ଚଳଚ୍ଚିତ୍ର ଟି ସମ୍ପୂର୍ଣ୍ଣ ହିମାଚଳ ପ୍ରଦେଶର ମନାଲି ରେ ସୁଟିଙ୍ଗ ହେବ ବୋଲି ପ୍ରଯୋଜକ କହିଛନ୍ତି ।