ସାମ୍ନାକୁ ଆସିଲା ଫିଲ୍ମ ‘ମର୍ଡର ମୁବାରକ’ ଟିଜର, ୨୨ ବର୍ଷ ପରେ ଏକାଠି ନଜର ଆସିଲେ କରିସ୍ମା କପୁର ଓ ସଞ୍ଜୟ କପୁର

ଫିଲ୍ମ ‘ମର୍ଡର ମୁବାରକ’ ସହିତ ଏକ ଦଶନ୍ଧି ପରେ କରିସ୍ମା କପୁର ପରଦାକୁ ଫେରୁଛନ୍ତି । ଏହି ସସପେନ୍ସ ଭରପୂର ଫିଲ୍ମର ପ୍ରଥମର ଝଲକ୍‌ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଏହି ଚଳଚ୍ଚିତ୍ରରେ ସଞ୍ଜୟ କପୁର ଏବଂ କରିସ୍ମା କପୁରଙ୍କୁ ୨୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ । ହୋମି ଅଦଜାନିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟିଜର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ବଲିଉଡର ଏହି ଷ୍ଟାରମାନଙ୍କୁ କିଏ ବା ନଜାଣନ୍ତି । ତେବେ ଫ୍ୟାନ୍ସ ତାଙ୍କ ଫିଲ୍ମକୁ ଦେଖିବା ଉତ୍ସାହର ସହ ଦେଖିବା ପାଇଁ ଅପେକ୍ଷା କରିଥାନ୍ତି । ଏହି ମଉକାରେ ସାରା ଅଲି ଖାନ, କରିସ୍ମା କପୁର, ପଙ୍କଜ ତ୍ରିପାଠୀ, ସଞ୍ଜୟ କପୁର, ଟିସ୍କା ଚୋପ୍ରା, ବିଜୟ ଧର୍ମ ଏବଂ ସୋହେଲ ନାୟାରଙ୍କ ଅଭିନୀତ ଫିଲ୍ମ ‘ମର୍ଡର ମୁବାରକ’ର ଟିଜର ଆଜି ରିଲିଜ୍‌ ହୋଇଛି । ଏହା ସହ ଏହି ଅଭିନେତାମାନେ ଗୋଟିଏ ଫିଲ୍ମରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଏହି ସସପେନ୍ସ ଭରପୂର ଫିଲ୍ମର ପ୍ରଥମର ଝଲକ୍‌ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଏହି ଚଳଚ୍ଚିତ୍ରରେ ସଞ୍ଜୟ କପୁର ଏବଂ କରିସ୍ମା କପୁରଙ୍କୁ ୨୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ । ହୋମି ଅଦଜାନିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟିଜର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଟିଜର ଦେଖିବା ପରେ ଅନୁମାନ କରାଯାଉଛି ଯେ ଏହି ଫିଲ୍ମରେ କ୍ରାଇମ୍‌ ଥ୍ରୀଲର ଭଳି ହେବା ନାହିଁ ବରଂ ସସପେନ୍ସ ଏବଂ ଥ୍ରୀଲ୍ ସହିତ ଭରପୂର କମେଡି ମଧ୍ୟ ରହିପାରେ ।

ତେବେ ନେଟଫ୍ଲିକ୍ସରେ ସେୟାର କରାଯାଇଥିବା ଭିଡିଓରେ ପଙ୍କଜ ତ୍ରିପାଠୀ ଫିଲ୍ମରେ ଏକ ହତ୍ୟା ଘଟଣାର ଅନୁସନ୍ଧାନ କରୁଥିବା ଦେଖିବାକୁ ମିଳିଛି ଏବଂ ଏହି ସମୟରେ ସେ କେବଳ ଜଣେ ନୁହେଁ ୭ ଜଣଙ୍କୁ ସନ୍ଦେହ କରୁଛନ୍ତି । ଯେଉଁଠାରେ କରିସ୍ମା କପୁର ଏହି ଫିଲ୍ମରେ ୯୦ର ଡ୍ରିମ୍‌ଗର୍ଲ ଭୂମିକାରେ ନଜର ଆସବାକୁ ଯାଉଛନ୍ତି । ଏହି ଫିଲ୍ମରେ ସଞ୍ଜୟ କପୁର ରାଜକୁମାର ଭୂମିକାରେ ନଜର ଆସିବେ ।

ସାରା ଅଲି ଖାନ ଫିଲ୍ମ ‘ମର୍ଡର ମୁବାରକ’ରେ ସାଉଥ୍‌ ଦିଲ୍ଲୀର ଧନୀ ରାଜକୁମାରୀ ଯିଏ ପ୍ରାୟତଃ ପାର୍ଟି ପାଇଁ ଜଣାଶୁଣା ହୋଇଥିବା ବେଳେ ବିଜୟ ଧର୍ମା ଚାନ୍ଦନୀ ଚକ୍ ର ପ୍ରେମିକ ଭୂମିକାରେ ନଜର ଆସିବେ । ତେବେ ଏହା ଦେଖିବା ପରେ ଲାଗୁଛି ଫିଲ୍ମଟିରେ ବହୁତ ସସପେନ୍ସ ଦେଖିବାକୁ ମିଳିବ । ସସପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ ଏହି ଫିଲ୍ମ ମାର୍ଚ୍ଚ ୧୫ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି ।

ଫିଲ୍ମ ‘ମର୍ଡର ମୁବାରକ’ ସହିତ ଏକ ଦଶନ୍ଧି ପରେ କରିସ୍ମା କପୁର ପରଦାକୁ ଫେରୁଛନ୍ତି । ଏହି ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ୨୦୧୨ ଫିଲ୍ମ ‘ଡେଞ୍ଜର ଇଶ୍କ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ରଜନୀଶ ଦୁଗଲ, ଦିବ୍ୟା ଦତ୍ତା ଏବଂ ଜିମି ଶେର୍ଗିଲଙ୍କ ସହ ତାଙ୍କର ପୂର୍ବ ଫିଲ୍ମ ବକ୍ସ ଅଫିସରେ ଅଧିକ ରୋଜଗାର କରିପାରି ନଥିଲା । କିନ୍ତୁ ଏବେ କରିସ୍ମା କପୁର ପୁଣି ଥାରେ ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କ ଉପରେ କରିବାକୁ ଯାଉଛନ୍ତି । ତେବେ ଦେଖିବାର ଅଛି ଏହି ଫିଲ୍ମଟି କେତେ ରୋଜଗାର କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.