ତୃତୀୟ ବିବାହ କରିବେ କିି ଆମିର ଖାନ! କନ୍ୟାର ନାଁ କହିଲେ ଲୋକେ, ‘ଲାଲ ସିଂହ ଚଢ଼ା’ ରିଲିଜ୍‌ ପରେ ହୋଇ ପାରେ ଘୋଷଣା

ବଲିଉଡ୍‌ ଅଭିନେତା ଆମିର ଖାନ ନିକଟରେ ନିଜ ଛାଡ଼ପତ୍ର ଖବରକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଦ୍ୱିତୀୟ ଥର ବିବାହ ଭାଙ୍ଗି ଆମିର ପୁଣିଥରେ ସିଙ୍ଗଲ ହୋଇ ଯାଇଛନ୍ତି। ଏବେ କିନ୍ତୁ ଇଣ୍ଡଷ୍ଟ୍ରୀରେ ଆଉ ଏକ ଖବରକୁ ନେଇ ଜୋର୍‌ରେ ଚର୍ଚ୍ଚା ହେଉଛି କି, ମିଷ୍ଟର ପରଫେକ୍ସନିଷ୍ଟ ଜଲ୍‌ଦି ସଂସାର ଗଢ଼ିବାକୁ ଯାଉଛନ୍ତି। ଆମିର ଖାନ ଚଳିତ ବର୍ଷ ଅଗଷ୍ଟରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏ ନେଇ ଅଭିନେତା ଓ ତାଙ୍କ ସ୍ତ୍ରୀ କିରଣ ରାଓ ସୋସିଆଲ ମିଡିଆରେ ବୟାନ ଜାରି କରିଥିଲେ ଏବଂ କହିଥିଲେ କି, ସେମାନେ ନିଜର ସହମତି ଭିତ୍ତିରେ ପରସ୍ପରଠାରୁ ଅଲଗା ହେଉଛନ୍ତି। ଆଉ ଏହା ମଧ୍ୟ କହିଥିଲେ ଯେ ସେମାନେ ସାଙ୍ଗ ଭଳି ସବୁବେଳେ ପରସ୍ପର ସହିତ ରହିବେ ଏବଂ ଆଜାଦଙ୍କୁ ମିଳିମିଶି ପାଳିବେ।

୨୦୦୫ରେ ହୋଇଥିଲା ବିବାହ

କହି ରଖୁଛୁ, କିରଣ ଜଣେ ଫିଲ୍ମ ନିର୍ମାତା ଏବଂ ଆମିରଙ୍କର ଦ୍ୱିତୀୟ ସ୍ତ୍ରୀ। ଦୁଇଜଣ ୨୦୦୫ ନଭେମ୍ବରରେ ବିବାହ କରିଥିଲେ। ଏହି କପଲଙ୍କୁ ବଲିଉଡ୍‌ର ପରଫେକ୍ଟ କପଲଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଉଥିଲା। ହେଲେ ସେମାନଙ୍କ ଛାଡ଼ପତ୍ର ଖବର ଫ୍ୟାନ୍‌ମାନଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଠାରୁ କମ୍‌ ନ ଥିଲା। ଦୁଇଜଣଙ୍କର ଏକ ପୁଅ ଆଜାଦ ମଧ୍ୟ ଅଛି। କିରଣ ରାଓ ଆମିରଙ୍କ ପ୍ରଥମ ସ୍ତ୍ରୀ ରୀନା ଦତ୍ତାଙ୍କ ଦୁଇ ସନ୍ତାନ ଇରା ଓ ଜୁନୈଦଙ୍କର ଅତି ନିକଟତର ଅଛନ୍ତି।

ଫ୍ୟାନ୍‌ମାନେ ଏବେ କରୀନା କପୁର ଖାନଙ୍କ ସହିତ ଆମିରଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂହ ଚଢ଼ା’କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ସେପଟେ ତାଙ୍କର ତୃତୀୟ ବିବାହକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବରରେ ଦାବି କରାଯାଉଛି କି, ଆମିର ‘ଲାଲ ସିଂହ ଚଢ଼ା’ର ଠିକ୍‌ ପରେ ପରେ ବିବାହ କରିବାକୁ ଘୋଷଣା କରିବେ। ଏହା ପଛରେ ତର୍କ ମଧ୍ୟ ଦିଆଯାଉଛି ଯେ ଅଭିନେତା ଏହା କେବଳ ଏଥିପାଇଁ କରୁଛନ୍ତି, କାହିଁକିନା, ସେ ଚାହୁଁ ନାହାନ୍ତି ତାଙ୍କ ଫିଲ୍ମ ଲାଲ ସିଂହ ଚଢ଼ାକୁ ନେଇ କୌଣସି ବିବାଦ ଉପୁଜୁ। କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ କିଛି ଲୋକ କନ୍ୟାର ନାଁ ସୁଦ୍ଧା ଘୋଷଣା କରି ଦେଇଛନ୍ତି।

ଲୋକେ କହିଲେ କନ୍ୟାର ନାଁ

ଆମିର ଓ କିରଣ ଅଲଗା ହେବାର ଗୋଟିଏ ଦିନ ପରେ ପରଫେକ୍ସନିଷ୍ଟ ଏବଂ ତାଙ୍କର ଦଙ୍ଗଲ କୋ-ଷ୍ଟାର ଫାତିମା ସନା ଶେଖଙ୍କ ନାମ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାକୁ ଲାଗିଥିଲା। ଏବେ ଏହି ଗୁଜବ ଦ୍ରୁତ ବେଗରେ ମାଡ଼ି ଚାଲିଛି। ଗୁଜବ ଉଠୁଛୁ କି, ଫାତିମା ସେନା ଶେଖଙ୍କ ଯୋଗୁ ଆମିର, କିରଣଙ୍କ ସହିତ ନିଜ ବିବାହ ଭାଙ୍ଗି ଦେଇଛନ୍ତି। କୁହାଯାଉଛି କି, ଫାତିମା ଓ ଆମିର ଦୁହେଁ ଦୁହିଁଙ୍କର ଅତି ନିକଟତର। ଯଦିଓ ଏହି ଖବରକୁ ନେଇ କୌଣସି ବି ପ୍ରକାର ନିଶ୍ଚିତ ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.