ମୌନୀ ରୟଙ୍କ ହଲ୍‌ଦୀ ଫଟୋ ଲିକ୍‌! ଯୋଗ ଦେଲେ ଖୁବ୍‌ କମ୍‌ ଲୋକ; ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ

ମୌନୀ ରୟ ଓ ସୂରଜ ନାମ୍ବିଆର ଗୋଆରେ ୨୭ ଜାନୁଆରୀରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏହାରି ଭିତରେ ଅଭିନେତ୍ରୀଙ୍କ ହଲ୍‌ଦୀ ସେରିମନିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅଭିନେତ୍ରୀ ହଳଦିଆ ରଙ୍ଗର ଆଉଟ୍‌ଫିଟରେ ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ମୌନୀ ହଳଦିଆ ରଙ୍ଗର ଓଢ଼ଣୀ ପକାଇ ଥିବାର ନଜର ଆସିଛନ୍ତି। ଏହା ସହିତ ହିଁ ମୌନୀ ହେଭି ସୁନା ଅଳଙ୍କାର ପିନ୍ଧିଛନ୍ତି। ସେ ଏହି ଲୁକରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି।

ଏହା ବ୍ୟତୀତ ମୌନୀଙ୍କର ଆଉ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସୂରଜଙ୍କୁ ଆଲିଙ୍ଗନ କରୁଥିବାର ଦେଖା ଯାଉଛନ୍ତି। ଫଟୋରେ ସୂରଜ ଧଳା ରଙ୍ଗର ଶାର୍ଟ ପିନ୍ଧିଛନ୍ତି। ସେହିପରି ମୌନୀ ମଧ୍ୟ ଧଳା ରଙ୍ଗର ଆଉଟ୍‌ଫିଟରେ ଖୁବ୍‌ ଆକର୍ଷଣୀୟ ଦେଖା ଯାଉଛନ୍ତି। ଦୁଇ ଜଣଙ୍କ ମୁହଁରେ ହଳଦୀ ଲଗା ହୋଇଛି। ଆପଣ ଏହି ଫଟୋରେ ଦେଖି ପାରିବେ ଯେ ମୌନୀ ଓ ସୂରଜଙ୍କ ଆଖପାଖରେ ବହୁତ କମ୍ ଲୋକ ନଜର ଆସୁଛନ୍ତି। ଏହାର କାରଣ ହେଉଛି, ଅଭିନେତ୍ରୀ କୋଭିଡ ନିୟମ ପାଳନ କରିବାକୁ ଯାଇ କମ୍ ଲୋକଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି, ଯେଉଁଥିରେ କେବଳ ତାଙ୍କ ପରିବାର ଏବଂ କିଛି ଘନିଷ୍ଠ ସମ୍ପର୍କୀୟ ସାମିଲ ହେଉଛନ୍ତି।

ଖବର ମୁତାବକ, ମୌନୀ ଓ ସୂରଜ ଉଭୟ ବଙ୍ଗାଳୀ ଏବଂ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ବିବାହ କରିବେ। ମୌନୀ ଟିଭିରୁ ନେଇ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି। ମୌନୀଙ୍କ ନାମ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି। ସେ ଦୀର୍ଘ ଦିନରୁ ସୂରଜଙ୍କୁ ଡେଟ କରୁଛନ୍ତି। ଖବର ଅନୁଯାୟୀ, ସୂରଜ ଦୁବାଇର ଜଣେ ବେଷ୍ଟ ବ୍ୟାଙ୍କର ଏବଂ ବିଜନେସ୍‌ ମ୍ୟାନ। ସୂଚନାଥାଉ କି, ମୌନୀଙ୍କ ବିବାହ ଉତ୍ସବ ଦୁଇ ଦିନ ଧରି ଚାଲିବ। ଏଥିପାଇଁ ସାଉଥ ଗୋଆର ପଞ୍ଚତାରକା ହୋଟେଲ ବୁକ୍ କରାଯାଇଛି। ଅତିଥିମାନଙ୍କୁ ଯେପରି କୌଣସି ପ୍ରକାର ସମସ୍ୟା ନ ହୁଏ, ସେଥିପାଇଁ ସବୁ କଥା ଉପରେ ଧ୍ୟାନ ରଖାଯାଇଛି।