ହାପି ବାର୍ଥ ଡ଼େ ଟାଇଗର: ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକ ଟାଇଗର ଶ୍ରଫ

ଫିଲ୍ମ ଜଗତରେ ଟାଇଗର ଶରଫ ଜଣେ ଆକ୍ସନ ହିରୋ ଭାବରେ ଜଣାଜାନ୍ତି । ମାର୍ଚ୍ଚ ୨ ଅର୍ଥାତ ଆଜି ହେଉଛି ଏହି ଆକ୍ସନ ହିରୋଙ୍କ ଜନ୍ମଦିନ । ପିଲାବେଳେ ତାଙ୍କ ନାଁ “ଜୟ ହେମନ୍ତ ଶରଫ” ରଖାଯାଇଥିଲା । କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବା ପରେ ତାଙ୍କ ନାଁ ବଦଳାଯାଇ “ଟାଇଗର” ରଖାଯାଇଥିଲା । ଛୋଟ ବେଳରୁ ମାର୍ଶଲ ଆର୍ଟର ପ୍ରଶିକ୍ଷଣ ନେଇଥିବା ଟାଇଗର ନିଜ ବ୍ୟକ୍ତିଗତ ଜୀବନ ବାବଦରେ କେବେ ବି ସାର୍ବଜନିକ କରନ୍ତି ନାହିଁ । ଆମେରିକାନ ସ୍କୁଲ ଅଫ ବମ୍ବେରେ ନିଜ ସ୍କୁଲ ପାଠପଢା ଶେଷ କରିଛନ୍ତି ଟାଇଗର । କିନ୍ତୁ ନିଜ ବ୍ୟକ୍ତିଗତ ଜୀବନ ବାବଦରେ ସେତେଟା ସର୍ବସାଧାରଣରେ ପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହିଁ ଟାଇଗର । ହୀରୋପନ୍ଥୀ, ବାଗୀ, ୱାର ପରି ଫିଲ୍ମ ଗୁଡିକରେ ତାଙ୍କ ଜବରଦସ୍ତ ଅଭିନୟ ସାଧାରଣ ଜନତାଙ୍କ ମନରେ ଯେମିତି ଏକ ଅଭୁଲା ଛାପ ଛାଡି ଯାଇଛି । ତେବେ ଆସନ୍ତୁ ଟାଇଗରଙ୍କ ବାବଦରେ କିଛି ରୋଚକ କଥା ଜାଣି ରଖିବା ।

୨୦୧୪ ମସିହାରେ ଟାଇଗର ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଆରମ୍ଭ କରିଥିଲେ । ଆଉ ସେ ସମୟରେ ମାର୍ଶାଲ ଆର୍ଟସ ଓ ଡ୍ୟାନ୍ସରେ ବିଶେଷ ଭାବରେ ଆଗ୍ରହ ରହିଥିଲା ତାଙ୍କର । ମାତ୍ର ୪ ବର୍ଷ ବୟସରେ ଏକ୍ଷେତ୍ରରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଦେଇଥିଲେ । ଆଉ ଏହା ପରେ ଅଭିନୟ କ୍ଷେତ୍ରରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଡେବ୍ୟୁ ଫିଲ୍ମ ହୀରୋପନ୍ଥୀ ବି ସେସମୟରେ ଖୁବ ହିଟ ହୋଇଥିଲା । ଆଉ ଖୁବ କମ ସମୟ ଭିତରେ ଟାଇଗର ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ପ୍ରଥମ ଫିଲ୍ମ ପରେ ଟାଇଗରଙ୍କୁ ଖୁବ ଟ୍ରଲର ଶିକାର ହେବାକୁ ପଡିଥିଲା । କେହି କେହି ତାଙ୍କ ପିଙ୍କ ଲିପ୍ସର ମଜାକ ଉଡାଇ ଥିଲେ ତ କେହି କେହି ତାଙ୍କୁ ଗାର୍ଲ ବୋଲି କହି ଚିଡଉଥିଲେ । କିନ୍ତୁ ଏହା ପରେ ଟାଇଗର ଜଣେ ଆକ୍ସନ ଆକ୍ଟର ଭାବେ ଉଭା ହୋଇଥିଲେ ।

tiger
pic credit: The Indian Express

ଏହା ସହ ସେ ଜଣେ ଭଲ ଡ୍ୟାନ୍ସର ବି । ଖୁବ କମ ଲୋକ ହୁଏତ ଜାଣିଥିବେ ଟାଇଗର ହେଉଛନ୍ତି ମାଇକେଲ ଜ୍ୟାକସନଙ୍କର ଜଣେ ବଡ ଫ୍ୟାନ । ଷ୍ଟଣ୍ଟ ସହିତ ସେ ନିଜ ଫିଲ୍ମ ଗୁଡିକରେ ଡ୍ୟାନ୍ସ ବି ଖୁବ ଦମଦାର ଶୈଳୀରେ କରୁଥିବା ନଜର ଆସନ୍ତି । ୨୦୧୪ରେ ତାଇକୋଣ୍ଡରେ ତାଙ୍କୁ ବ୍ଲକ ବେଲ୍ଟରେ ସମ୍ମାନିତ କରାଯାଇଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ଜୁନିୟର ଶ୍ରଫ ସିଗାରେଟ ଟାଣନ୍ତି ନାହିଁ କି ମଦ ବି ପିଅନ୍ତି ନାହିଁ । ଆଜିକାଲିର ଯୁବପିଢ଼ିଙ୍କ ପାଇଁ ସେ ପ୍ରେରଣା ବୋଲି କୁହାଯାଇପାରେ । ଟାଇଗର ଓ ଦିଶା ଉଭୟେ ପରସ୍ପରର ଖୁବ ନିକଟତର ଅଛନ୍ତି । ଦୁହେଁ ଏକାଠି ସାର୍ବଜନିକ ସ୍ଥାନ ମାନଙ୍କରେ ମଧ୍ୟ ନଜର ଆସୁଥିବା ଦେଖାଯାଉଛି । ଦୁହେଁ ଏକାସାଥିରେ ଫିଲ୍ମ ବାଗୀ-2 ରେ ନଜର ଆସିଛନ୍ତି ।

ଆଜିକା ସମୟରେ ବର୍ଷକୁ ପ୍ରାୟ ୮୦ କୋଟି ଟଙ୍କା ରୋଜଗାର କରୁଛନ୍ତି ଟାଇଗର । ଗୋଟେ ଫିଲ୍ମ ପାଇଁ 8 କୋଟି ଟଙ୍କା ଫିସ ନେଉଛନ୍ତି ଟାଇଗର । ଗୋଟେ ଗୋଟେ ବିଜ୍ଞାପନ ପାଇଁ ୪ ରୁ ୫ କୋଟି ହେଉଛି ଟାଇଗରଙ୍କ ଫିସ । ନିଜ ପାଖରେ ବିଏମଡ଼ବ୍ଲ୍ୟୁ ୫ ସିରିଜ, ରେଞ୍ଜ ରୋଭର, ଜାଗୁଆର ଭଳି ଅନେକ ଦାମୀ ଦାମୀ ଗାଡି ରଖିଛନ୍ତି ଟାଇଗର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.