ଟାଇଗର ଶ୍ରଫ ସେୟାର କଲେ ନିଜ ସାର୍ଟଲେସ୍‌ ଫଟୋ, ଯାହାକୁ ଦେଖି ଅନୁପମ ଖେର କହିଲେ ‘ହାଡ ବାହାରି ଗଲାଣି’

ଟାଇଗର ଶ୍ରଫ ବଲିଉଡର ଫିଟେଷ୍ଟ ଅଭିନେତାଙ୍କ ମଧ୍ୟରୁ ଜଣେ। ପ୍ରାୟ ସମୟରେ ତାଙ୍କ ହଟ୍‌ ଲୁକର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଏବେ ପୁଣି ଥରେ ଟାଇଗରଙ୍କ ସାର୍ଟଲେସ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସିକ୍ସ ପ୍ୟାକ ଏବ୍ସରେ ନଜର ଆସୁଛନ୍ତି। କିନ୍ତୁ ଏଥର କଥା ଟିକେ ଅଲଗା।

tiger-shroffଟାଇଗର ନିଜର ପୁରୁଣା ଫଟୋ ଇନଷ୍ଟାଗ୍ରାକରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି-‘ଯେତେବେଳେ ଦାଢ଼ି ଆସିନଥିଲା ସେତେବେଳ ଯାଏଁ ପିଲାଳିଆମି।’ଟାଇଗରଙ୍କ ଫ୍ୟାନ୍ସ ତାଙ୍କ ଫଟୋକୁ ଖୁବକୁ ପସନ୍ଦ କରନ୍ତି। ଏହି ଫଟୋ ଟାଇଗରଙ୍କର ପ୍ରଥମ ଫିଲ୍ମ ହିରୋପନ୍ତୀ ସମୟର ବୋଲି କୁହାଯାଉଛି।

ଟାଇଗରଙ୍କ ଫ୍ୟାନ୍ସଙ୍କୁ ଏହି ଫଟୋ ପସନ୍ଦ ଆସୁଥିବାବେଳେ ଅନୁପମ ଖେର ମଜାଳିଆ ଅନ୍ଦାଜରେ ଲେଖିଛନ୍ତି-‘ହାଡ ବାହାରିଆସିଲାଣି କିଛି ଖାଉନ କାହିଁକି?’। ଅନୁପମ ଖେରଙ୍କ ଏହି କମେଣ୍ଟରେ ଜଣେ ୟୁଜର ଲେଖିଛନ୍ତି, ‘ଆମ ପାଇଁ କିନ୍ତୁ ପରଫେକ୍ଟ’।

 

View this post on Instagram

 

Jab daadi nahi aati thi…🐥 #bachpana

A post shared by Tiger Shroff (@tigerjackieshroff) on


ଟାଇଗର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସବୁବେଳେ ଫିଟନେସ ଭିଡିଓ ସେୟାର କରନ୍ତି। ଟାଇଗର ଏବେ ଘରେ ରହୁଛନ୍ତି ଆଉ ଏବେ ସେ ଲଗାତର ଓ୍ଵାର୍କଆଉଟ କରୁଛନ୍ତି। ଲକଡାଉନରେ କୋହଳ କରାଯିବାପରେ ଟାଇଗରଙ୍କୁ ଅନେକ ଥର ଘର ବାହାରେ ମଧ୍ୟ ସ୍ପଟ କରାଯାଇଛି।

ଫିଲ୍ମ ବିଷୟରେ କହିବା ତ ଟାଇଗର ଶ୍ରଫଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ବାଗି ୩’ରେ ଦେଖାଯାଇଥିଲା। ଫିଲ୍ମ ଏହି ବର୍ଷ ମାର୍ଚ୍ଚରେ ରିଲିଜ୍‌ ହୋଇଥିଲା। ଏଥିରେ ତାଙ୍କ ସହିତ ଶ୍ରଦ୍ଧା କପୁର ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.