Below header

ଟିଏମସି ସାଂସଦ ନୁସରତ ଜହାଁ ବୋଲ୍ଡ ଡ୍ରେସରେ ବାରରେ ଦେଲେ ପୋଜ୍‌, ୟୁଜର ଦେଲେ ଏମିତି କମେଣ୍ଟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନୁସରତ ରାଜନୀତି ଓ ଅଭିନୟ ଉଭୟ ସ୍ଥାନରେ ନିଜକୁ ଭଲଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ନିଜ କାମ ସହିତ ନିଜର ବୋଲ୍ଡ ଇମେଜ ପାଇଁ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ନୁସରତ ନିଜର ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ସେୟାର କରି ଟ୍ରୋଲ ହୋଇଛନ୍ତି ।

ନିକଟରେ ନୁସରତ ଏକ ପତ୍ରିକା ପାଇଁ ଫଟୋ ସୁଟ କରିଥିଲେ । ଏହାର ଫଟୋ ମଧ୍ୟ ସେ ତାଙ୍କର ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଫଟୋରେ ନୁସରତ ହଟ୍‌ ଲୁକରେ ଥିଲେ । ଏହି ଫଟୋରେ କେବେ ସେ ପୋଲ ପାଖରେ ଠିଆ ହୋଇ ପୋଜ ଦେଉଛନ୍ତି ତ କେତେବେଳେ ବାର୍‌ କାଉଣ୍ଟର ନିକଟରେ ଠିଆ ହୋଇ ପୋଜ ଦେଉଛନ୍ତି ।

ଫଟୋ ଦେଖି ୟୁଜର୍ସ ଦେଲେ ଏମିତି କମେଣ୍ଟ

ନୁସରତ ଜହାଁଙ୍କ ଏହି ଫଟୋରେ ୟୁଜର୍ସ ମନଭରି କମେଟ ଦେଇଛନ୍ତି । କେହି କେହି ନୁସରତଙ୍କ ଆଖିକୁ ତାରିଫ କରୁଛନ୍ତି ତ କେହି ଏହାକୁ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି-‘ଆପଣଙ୍କ ଭଳି ସୁନ୍ଦରୀ ଆଉ କେଉଁଠି ମିଳିବେ ନାହିଁ ।’ ଆଉ ଜଣେ ଲେଖିଛନ୍ତି, ‘ଆପଣଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛି । ଆଉ ଜଣେ ଲେଖିଛନ୍ତି ‘ଆପଣ ଭୁଲି ଯାଉଛନ୍ତି ଯେ ଆପଣ ଜଣେ ସାଂସଦ ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.