ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଶେଷ ଭିଡିଓ

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ। ସେ ୨୧ ଜାନୁୟାରୀ ୧୯୮୬ରେ ପାଟନାରେ ଜନ୍ମଗ୍ରହଣ କରିଥିଲେ। ଆଜି ସୁଶାନ୍ତ ଜୀବିତ ଥିଲେ, ସେ ୩୭ ତମ ଜନ୍ମଦିନ ପାଳନ କରିଥାନ୍ତେ। କିନ୍ତୁ ୪ ଭଉଣୀରେ ଏକମାତ୍ର ଭାଇ ଥିବା ସୁଶାନ୍ତ ୧୪ ଜୁନ୍ ୨୦୨୦ରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କରି ଦେଇଛନ୍ତି। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଭିଡିଓ ଆଜି ତାଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଆପଣଙ୍କ ହୃଦୟ ମଧ୍ୟ କାନ୍ଦି ଉଠିବ।
ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ତାଙ୍କର ଶେଷ ଦିନର ବୋଲି କୁହାଯାଉଛି। ସୁଶାନ୍ତଙ୍କ ଏହି ଭିଡିଓଟି ମାତ୍ର କିଛି ସେକେଣ୍ଡର, ଯେଉଁଥିରେ ସେ ବହୁତ ବିବ୍ରତ ହୋଇଥିବାର ଦେଖାଯାଉଛନ୍ତି। ଅଭିନେତାଙ୍କ ଅବସ୍ଥା ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ବିବ୍ରତ ଓ ଦୁଃଖୀ ଦେଖାଯାଉଛନ୍ତି।
ଆହୁରି ମଧ୍ୟ, ଯେତେବେଳେ ତାଙ୍କୁ କୌଣସି ପ୍ରଶ୍ନ ପଚରାଯାଉଛି, ସେତେବେଳେ ସେ ଏକ ଅଜବ ଢ଼ଙ୍ଗରେ କହୁଥିବାର ନଜର ଆସୁଛନ୍ତି। ତାଙ୍କ ଅବସ୍ଥା ଦେଖି ଏହା ସ୍ପଷ୍ଟ ଯେ ଅଭିନେତା ତାଙ୍କ ହୋସରେ ନାହାଁନ୍ତି। ଭିଡିଓରେ ତାଙ୍କ କେଶ ଅସଜଡ଼ା ଓ ତାଙ୍କ କଥା ସ୍ପଷ୍ଟ ନୁହେ। ଏହି ସମୟରେ ସୁଶାନ୍ତ ଧୂସର ରଙ୍ଗର ଏଲ ଟି-ସାର୍ଟ ପିନ୍ଧିଥିଲେ।
View this post on Instagram
ସୁଶାନ୍ତ ସିଂ ରାଜପୁତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ବହୁତ ରାଗି ଯାଛନ୍ତି । ଏଥିସହ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ନ୍ୟାୟ ମିଳିବା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।
ତେବେ କେହି ବି ଏହା ଭାବି ନ ଥିଲେ କି, ଟିଭି ଦୁନିଆରୁ ବଲିଉଡ୍ରେ ହିଟ୍ ଦେଇ ଲୋକଙ୍କ ହୃଦୟ ଜିତିବା ପରେ ସୁଶାନ୍ତ ଦୁନିଆ ଛାଡ଼ି ଚାଲିଯିବେ। ହୁଏତ ସେ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କ ସ୍ମୃତି ଆଜି ମଧ୍ୟ ଫ୍ୟାନମାନଙ୍କ ହୃଦୟରେ ବଞ୍ଚି ରହିଛି। ବାର୍ଥ ଡେ’ ଅବସରରେ ସୁଶାନ୍ତଙ୍କ ଫ୍ୟାନମାନେ ତାଙ୍କୁ ମନେ ପକାଇ ଭାବବିହ୍ଵଳ ହୋଇପଡ଼ୁଛନ୍ତି।