ଉଲ୍ଲୁ ଡିଜିଟାଲର ସିଇଓ ବିଭୂ ଅଗ୍ରଓ୍ଵାଲ ଗିରଫ, ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ

ଫିଲ୍ମ ପ୍ରଡକ୍ସନ୍‌ କମ୍ପାନୀ ଉଲ୍ଲୁ ଡିଜିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ବିଭୂ ଅଗ୍ରଓ୍ଵାଲ ଗିରଫ। ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ। ମୁମ୍ବାଇ ପୋଲିସର ସୂଚନାନୁସାରେ, ଆଇପିସିର ଧାରା ୩୫୪ ଅନୁଯାୟୀ ଜଣେ ମହିଳାଙ୍କୁ ଯୌନ ଉତ୍ପୀଡନ କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ଓ ଅଗ୍ରଓ୍ଵାଲଙ୍କୁ ଗିରଫ କରାଯାଇଛି। କମ୍ପାନୀର କଣ୍ଟ୍ରି ହେଡ୍‌ ଅଞ୍ଜଲୀ ରୈନାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ଅନ୍ୟପଟେ ମୁମ୍ବାଇ ପୋଲିସ କ୍ରାଇମ୍‌ବ୍ରାଞ୍ଚ୍‌ ପର୍ଣ୍ଣୋଗ୍ରାଫି କେସ୍‌ର ତଦନ୍ତ ଚଳାଇଛି। ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ଅଭିଯୋଗରେ ପୋଲିସ ଅନେକ ଲୋକଙ୍କୁ ଗିରଫ କରିଛି। ବ୍ୟବସାୟୀ ରାଜ୍‌ କୁନ୍ଦ୍ରା ମଧ୍ୟ ଏହି ମାମଲାରେ ଏବେ ଜେଲରେ ଅଛନ୍ତି।

ଅଭିନେତ୍ରୀ ଗହନା ବଶିଷ୍ଠଙ୍କ ବିରୋଧରେ ମଧ୍ୟ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ଗହନାଙ୍କୁ ପୋଲିସ ପର୍ଣ୍ଣୋଗ୍ରାଫି କେସ୍‌ର ଅଭିଯୁକ୍ତ ବୋଲି ଜାଣିବାକୁ ପାଇଛି। ସୂଚନାଯୋଗ୍ୟ ଯେ ଗହନାଙ୍କୁ କିଛି ମାସ ପୂର୍ବରୁ ୬ ଫେବ୍ରୁଆରୀରେ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.