ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ ମଧ୍ୟ ସନି ଦେଓଲଙ୍କୁ ମନ ଦେଇବସିଥିଲେ ଡିମ୍ପଲ କାପାଡ଼ିଆ, ଭାଇରାଲ ହୋଇଥିଲା ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ

ବଲିଉଡ୍‌ ଅଭିନେତ୍ରୀ ତଥା ୭୦-୮୦ ଦଶକରେ ଫିଲ୍ମ ଜଗତରେ ଚହଳ ସୃଷ୍ଟି କରିଥିବା ଡିମ୍ପଲ କାପାଡ଼ିଆ ଆଜି ନିଜ ୬୩ ତମ ଜନ୍ମଦିନ ପାଳନ କରୁଛନ୍ତି। ରାଜ କପୁର ଡିମ୍ପଲ କାପାଡ଼ିଆଙ୍କୁ ୧୬ ବର୍ଷ ବୟସରେ ବବି ଫିଲ୍ମରେ ଲଞ୍ଚ୍‌ କରିଥିଲେ। ଏହି ଫିଲ୍ମରେ ତାଙ୍କ ବୋଲ୍ଡ ଅବତାର ବେଶ୍‌ ଲୋକପ୍ରିୟ ହୋଇଥିଲା। ତେବେ ଏବେ ପୁଣିଥରେ ଫିଲ୍ମ ଜଗତକୁ ଫେରିବାକୁ ଯାଉଛନ୍ତି ଡିମ୍ପଲ। ତାଙ୍କୁ କ୍ରିଷ୍ଟୋଫର ନୋଲନଙ୍କ ଏକ ଆକ୍ସନ୍‌ ଫିଲ୍ମ ’ଟେନେଟ୍‌’ରେ ଦେଖିବାକୁ ମିଳିବ। ଡିମ୍ପଲଙ୍କ ଜନ୍ମଦିନରେ ଆସନ୍ତୁ ଦେଖିବା ତାଙ୍କର କେତେକ ନିଆରା ଫଟୋ…

Sunny Deol And Dimple Kapadia's 'UNUSUAL LOVE AFFAIR' - video ...

ରାଜ କପୁର ନିଜ ପୁଅ ଋଷି କପୁରଙ୍କୁ ଲଞ୍ଚ୍‌ କରିବା ପାଇଁ ତାଙ୍କ ସହ ଡିମ୍ପଲ କାପାଡିଆଙ୍କୁ ବାଛିଥିଲେ। ଫିଲ୍ମର ନାଁ ଥିଲା ବବି। ସେତେବେଳେ ବବି ସୁପରହିଟ୍‌ ହୋଇଥିଲା। ବବି ଫିଲ୍ମ ରିଲିଜ୍‌ ହେବା ପରେ ଗୁଜବ ଉଠିଥିଲା ଯେ ଡିମ୍ପଲ, ରାଜ କପୁର ଓ ନର୍ଗିସଙ୍କ ଝିଅ।

Dimple Kapadia's Marriage to Rajesh Khanna – The Real Story ...

ବବି ରିଲିଜ୍‌ ହେବା ପରେ ରଜେଶ ଖାନ୍ନାଙ୍କୁ ବିବାହ କରିଥିଲେ ଡିମ୍ପଲ। ବିବାହ ପରେ ସେ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ। କେବଳ ସ୍ୱାମୀଙ୍କ ପାଇଁ ସେ ନିଜ କ୍ୟାରିୟରକୁ ଜଳାଞ୍ଜଳି ଦେଇଥିଲେ। କିନ୍ତୁ ଧୀରେ ଧୀରେ ରାଜେଶ ଖାନ୍ନ ଓ ଡିମ୍ପଲ କାପାଡ଼ିଆଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗିଥିଲା।

dimple2

ପରେ ସନି ଦେଓଲଙ୍କ ସହ ଡିମ୍ପଲ କାପାଡ଼ିଆଙ୍କ ଆଫେୟାର୍ସ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ହୋଇଥିଲା। କିନ୍ତୁ ସନି ସେତେବେଳେ ବିବାହ କରିସାରିଥିଲେ ଓ ନିଜ ଛୁଆଙ୍କୁ ଛାଡ଼ିବାକୁ ଚାହୁଁନଥିଲେ। ଏହି କାରଣରୁ ଉଭୟଙ୍କ ପ୍ରେମ କାହାଣୀ ଆଗକୁ ବଢ଼ିପାରିନଥିଲା। ସେତେବେଳେ ସନି ଓ ଡିମ୍ପଲଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ଉଭୟେ ଲଣ୍ଡନର ଏକ ରାସ୍ତା କଡ଼ରେ ବେଞ୍ଚ୍‌ରେ ବସି କଥାବାର୍ତ୍ତା କରୁଥିଲେ।

 

ଡିମ୍ପଲ କାଶ୍‌, ଦୃଷ୍ଟି, ଲେକିନ ଓ ରୁଦାଲୀ ଭଳି ଫିଲ୍ମରେ କାମ କରିଛନ୍ତି। ରୁଦାଲୀ ପାଇଁ ଡିମ୍ପଲଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.