Below header

ଚାଷୀଙ୍କ ପାଇଁ ଖୁସିବ ଖବର, ୧୧ ତାରିଖ ସୁଦ୍ଧା ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଚାଷୀଙ୍କ ପାଇଁ ଖୁସିବ ଖବର । ଆସନ୍ତା ୧୧ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୧୦ ତାରିଖରୁ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଏବର୍ଷ ସଠିକ ସମୟରେ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥିଲା ।

ଏବେ ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୂଳ ରହିଛି। ଚଳିତବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁନ୍‌ରୁ ସେପ୍ଟେମ୍ବର ଭିତରେ ଲଙ୍ଗ ପିରିୟଡ୍‌ ଆଭରେଜରେ ଦେଶରେ ମୌସୁମୀ ବର୍ଷା ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ । ସେହିପରି ଗୁଣାତ୍ମକ ଦୃଷ୍ଟିରୁ ଲଙ୍ଗ ପିରୟଡ ଆଭରେଜରେ ମୌସୁମୀ ବର୍ଷା ୧୦୨ ପ୍ରତିଶତ ଭିତରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.