ଲତା ଦିଦିଙ୍କ ପାଇଁ ଏମିତି ଶେଷ ପ୍ରାର୍ଥନା କରି ଟ୍ରୋଲ ହେଲେ କିଙ୍ଗ ଖାନ, ସପୋର୍ଟରେ ଆସି ଜବାବ ରଖିଲେ ଉର୍ମିଲା

ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାରରେ ସ୍ୱର ସାମ୍ରାଜ୍ଞୀଙ୍କ ପାଇଁ ଶାହରୁଖ ଖାନ୍‌ ଦୁଆ ମାଗିବାର ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଭିଡିଓରେ ଶାହରୁଖ ଖାନ ଲତା ଦିଦିଙ୍କ ପାଇଁ ଦୁଇ ହାତ ଖୋଲି ଇସଲାମିକ ରୀତିନୀତିରୁ ଲତା ମଙ୍ଗେସକରଙ୍କ ପାଇଁ ଦୁଆ ମାଗୁଛନ୍ତି ଏବଂ ମାସ୍କ ହଟାଇ ଛେପ ପକାଉଥିବା ଦେଖିବାକୁ ମିଳିନଥିଲା। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତାଙ୍କର ଏହି ଛେପ ପକାଇବାର ତରିକାକୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରୁଛନ୍ତି ଲୋକେ। ଲୋକମାନେ ଶାହରୁଖଙ୍କୁ ଏହା କହି ଟ୍ରୋଲ କରୁଛନ୍ତି ଯେ ଲତାଜିଙ୍କ ପାର୍ଥିିବ ଶରୀରକୁ ସେ ଛେପ ପକାଉଛନ୍ତି। କିନ୍ତୁ ଟ୍ରୋଲ କରୁଥିବା ଶାହରୁଖଙ୍କ ଫ୍ୟାନ୍ସ ମୁହଁତୋଡ ଜବାବ ଦେଉଛନ୍ତି। ଟ୍ରୋଲ ପରେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ବି ଶାହରୁଖଙ୍କ ସପୋର୍ଟରେ ଆସି ଏହି କଥାକୁ ନେଇ ନିଜ ପ୍ରତିକ୍ରୀୟା ରଖିଛନ୍ତି।

ଉର୍ମିଲା ଟ୍ରୋଲ କରୁଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି, ‘ସମାଜରେ ଆମେ ଏତେ ତଳକୁ ଖସି ଯାଇଛନ୍ତି ଯେ ଆମ ପ୍ରାର୍ଥନା ମଧ୍ୟ ଛେପ ପକାଇବା ଭଳି ଲାଗୁଛି। ଆପଣ ସେହି ଆକ୍ଟର ବିଷୟରେ କହୁଛନ୍ତି ଯିଏ ବହୁୁ ଅନ୍ତର୍ଜାତୀୟ ମଞ୍ଚରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ରାଜନୀତି ଏବେ ଏତେ ତଳ ସ୍ତରକୁ ପହଁଚିଗଲାଣି ଆଉ ଏହା ଅତ୍ୟନ୍ତ ଦୁଃଖଦାୟକ। ଉର୍ମିଲା ନିଜ ଟ୍ଵିଟରରେ ମଧ୍ୟ ଏକ ଫଟୋ ସହିତ ଏହାକୁ ନେଇ ଟ୍ଵିଟ କରିଛନ୍ତି।

ସେହିପରି ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଶାହରୁଖ ଖାନଙ୍କୁ ବହୁତ ପ୍ରଶଂସା କରୁଛନ୍ତି ଲୋକେ । ପ୍ରଶଂସକମାନେ କହିଛନ୍ତି ଯେ କେବଳ ଜଣେ କିଙ୍ଗ ଏପରି କରିପାରିବ ।
ଲତା ମଙ୍ଗେସକରଙ୍କ ଅନ୍ତିମ ଦର୍ଶନରେ ଶିବାଜୀ ପାର୍କ ଅମିତାଭ ବଚ୍ଚନ, ରଣବୀର କପୁର, ଜାଭେଦ ଅଖତର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅନୁରାଧା ପଡୱାଲଙ୍କ ସମେତ ରାହୁଲ ବୈଦ, ବିଦ୍ୟା ବାଲାନ, ରାଜ ଠାକରେ ମଧ୍ୟ ଶେଷ ଦର୍ଶନ କରିଥିଲେ ।

You might also like