ସଞ୍ଜୁ ପାଇଁ ସଞ୍ଜୟ ଦତ୍ତ କେମିତି ବନିଥିଲେ ରଣବୀର କପୁର : ସାମ୍ନାକୁ ଆସିଲା ଭିଡିଓ

sanjuରଣବୀର କପୁରଙ୍କ ଫିଲ୍ମ ’ସଞ୍ଜୁ’ର ରିଲିଜ ହେବାର ପ୍ରାୟ ଗୋଟେ ସପ୍ତାହ ହୋଇଗଲାଣି ଏବଂ ଏହି ଫିଲ୍ମ ୨୦୦ କୋଟି ଟଙ୍କା ଅତିକ୍ରମ କରିସାରିଲାଣି। ଏହା ରଣବୀର କପୁରଙ୍କ ପ୍ରଥମ ଫିଲ୍ମ ଯାହା ୨୦୦ କୋଟି ଟଙ୍କାର ତାଲିକାରେ ସାମିଲ ଅଛି।

ନିଶ୍ଚିତ ପଢନ୍ତୁ : ସଞ୍ଜୟ ଦତ୍ତଙ୍କ ଅସଲ ଜୀବନରେ କିଏ ଏହି କମଲୀ ? କଣ ଆପଣ ଜାଣନ୍ତି ଅସଲ ନାଁ

ବହୁତ କମ ଲୋକ ଜାଣିଛନ୍ତିଯେ ରଣବୀର କପୁରଙ୍କୁ ରିୟଲ ସଞ୍ଜୟ ଦତ୍ତଙ୍କ ଭଳି ଦେଖା ଯିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଛି। କିନ୍ତୁ ଏହି ରାଜରୁ ନିଜେ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏକ ଭିଡିଓ ମାଧ୍ୟମରେ ଏହାର ପର୍ଦ୍ଦା ଉଠାଇଛନ୍ତି। ୬ ମିନିଟର ଏହି ଭିଡିଓରେ ରଣବରୀ କିପରି ସଞ୍ଜୟ ଦତ୍ତ ହେଉଚନ୍ତି ତାହାର ପୁରା ଯାତ୍ରାକୁ ଏହି ଭିଡଓରେ ଦେଖାଇଛନ୍ତି।

sanjuଏହି ଭିଡଓରେ ଏହା ମଧ୍ୟ କହିଛନ୍ତିଯେ ଯେତେବେଳେ ରାଜକୁମାର ରଣବୀରଙ୍କୁ ଏହି ଫିଲ୍ମ ଅଫର କରିଥିଲେ ସେତେବେଳେ ସେ ଏହି ଫିଲ୍ମ କରିବେ ନାହିଁ ବୋଲି ମନା କରିଥିଲେ। କାରଣ ରଣବୀରଙ୍କୁ ଡର ଥିଲାଯେ ସେ ସଞ୍ଜୟ ଦତ୍ତଙ୍କ ଭଳି କେମିତି ଦେଖାଯିବେ। ଯଦି ସେ ତାଙ୍କ ଭଳି ଦେଖା ନଯାନ୍ତି ତେବେ ସେ ଏହି ଫିଲ୍ମକୁ କରିବେ ନାହିଁ।

sanjuରଣବୀରଙ୍କ ପାଖରେ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲାଯେ ସଞ୍ଜୟ ଦତ୍ତଙ୍କ ଭଳି ଫିଗର କେମିତି କରିବେ। ତାଙ୍କ ଭଳି ଶରୀର କରିବା ପାଇଁ ରଣବୀରଙ୍କୁ ଜିମ ଯିବାକୁ ପଡିଥିଲା ଏବଂ ବହୁତ ପରିଶ୍ରମ କରିବାକୁ ପଡିଥିଲା। ସେ କହିଲେଯେ ସକାଳ ୩ଟାରୁ ଉଠି ତାଙ୍କୁ ପୋଟିନ ସେକ ପିଇବାକୁ ପଡୁଥିଲା। କୁନାଲ ଗିରଙ୍କ ତତ୍ତ୍ବାବଧାନରେ ସେ ଏହା ପାଇଛନ୍ତି।

ରଣବୀରଙ୍କ ପାଖରେ ଆଉ ଏକ ବଡ ଚ୍ୟାଲେଞ୍ଜ ଥିଲାଯେ ସେ ସଞ୍ଜୟଙ୍କ ଭଳି ଲୁକ ଏବଂ କେଶ କେମିତି କରିବେ। ସଞ୍ଜୟ ଦତ୍ତଙ୍କ ଭଳି ଦେଖିବାକୁ ରଣବୀରଙ୍କୁ ୬ ଘଣ୍ଟା ମେକଅପ କରିବାକୁ ପଡୁଥିଲା। କେତେକ ଥର ମେକଅପ ଟିମ ଘଣ୍ଟା ଘଣ୍ଟା ଧରି ରଣବୀରଙ୍କ ମେକଅପ କରିବା ପରେ ମଧ୍ୟ ସଞ୍ଜୟଙ୍କ ଭଳି ଲୁକ ଆଣି ପାରୁ ନଥିଲେ।

Leave A Reply

Your email address will not be published.