ଛାଡ଼ପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ଅଭିଷେକ ଏବଂ ଐଶ୍ଚର୍ଯ୍ୟା, ଆରାଧ୍ୟାକୁ ପରଫର୍ମ କରୁଥିବା ଦେଖି ହେଲେ ଖୁସି

ସୋସିଆଲ ମିଡିଆରେ ଐଶ୍ଚର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି । ଏବେ ଐଶ୍ଚର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ତାଙ୍କ ବିଷୟରେ ଚାଲିଥିବା ଚର୍ଚ୍ଚାକୁ ଭୁଲ ବୋଲି ପ୍ରମାଣ କରିଦେଇଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଐଶ୍ଚର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି । ତେବେ ବଚ୍ଚନ ପରିବାରରେ କିଛି ଠିକ୍ ଚାଲୁନାହିଁ ବୋଲି ମଧ୍ୟ କୁହାଯାଉଛି, କିନ୍ତୁ ପ୍ରତ୍ୟେକ ଥର ବଚ୍ଚନ ପରିବାର କ୍ୟାମେରା ଆଗରେ ଆସି ପ୍ରମାଣ କରନ୍ତି ଯେ ତାଙ୍କ ପରିବାରରେ ସବୁ କିଛି ଠିକ୍‌ ଚାଲିଛି । ଏବେ ଆଉଥରେ ପୁଣି ଐଶ୍ଚର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ତାଙ୍କ ବିଷୟରେ ଚାଲିଥିବା ଚର୍ଚ୍ଚାକୁ ଭୁଲ ବୋଲି ପ୍ରମାଣ କରିଦେଇଛନ୍ତି । କାରଣ ଏହି ଦୁଇ ଜଣ ଏକା ସହିତ କ୍ୟାମେରା ସାମ୍ନାକୁ ବହୁତ ଖୁସିର ସହିତ ଆସିଛନ୍ତି । ଯାହାକୁ ଦେଖବା ପରେ ତାଙ୍କ ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି ।

ବର୍ତ୍ତମାନ ଧୀରବାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକ ଫକ୍ସନ କାର୍ଯ୍ୟ ଚାଲିଛି । ସେହି ଫକ୍ସନରେ ଆରାଧ୍ୟା ବଚ୍ଚନ ଏକ ଭିନ୍ନ ଲୁକ୍‌ରେ ନଜର ଅସିଛନ୍ତି । ଏହି ଅବସରରେ ଅମିତାଭ,ଐଶ୍ଚର୍ଯ୍ୟା,ଅଭିଷେକ ଏବଂ ଅଗସ୍ତ୍ୟ ନନ୍ଦା ଏକାଠି ନଜର ଆସିଥିଲେ । ସେହି ପରି ଭାବେ ପୁଣି ତାପର ଦିନ ଐଶ୍ଚର୍ଯ୍ୟା ଏବଂ ଅଭିଷେକ ସେହି ସ୍ଥାନକୁ ଏକାଠି ଆସିଥିଲେ । ଯାହାଫଳରେ ତାଙ୍କ ବିଷୟରେ ହେଉଥିବା ଚର୍ଚ୍ଚା ଭୁଲ ବୋଲି ପ୍ରମାଣିତ ହୋଇଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ଐଶ୍ଚର୍ଯ୍ୟା ଏବଂ ଅଭିଷେକ ପରସ୍ପରର ହାତ ଧରିଥିବାର ଏବଂ ସେମାନେ ହସୁଥିବା ଏବଂ ପରସ୍ପର ସହ କଥାବାର୍ତ୍ତା ହେଉଥିବା । ଏପରି ଭାବେ ତାଙ୍କୁ ଦେଖିବା ପରେ ଲାଗୁନାହିଁ, ଯେ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ମତଭେଦ ହୋଇଛି । ତେବେ ଏହା ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର କିଛି ଅସୁବିଧା ନାହିଁ ବୋଲି ।

ଅନେକ ଦିନ ହେବ ଖବର ଅସୁଥିଲେ ଯେ ବଚ୍ଚନ କରିବାରରେ ମତଭେଦ ଚାଲିଛି ବୋଲି । ତେବେ ବିଶେଷ ଭାବେ ଐଶ୍ଚର୍ଯ୍ୟା ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ । ଏପରି ମଧ୍ୟ ସୂଚନା ଅସୁଥିଲା ଯେ ଏହି କାରଣରୁ ଅଭିଷେକ ଏବଂ ଐଶ୍ଚର୍ଯ୍ୟା ଏକାଠି ହୋଇପାରୁନାହାଁନ୍ତି । କେବଳ ଏତିକି ନୁହେଁ କିଛି ଦିନ ପୂର୍ବରୁ ଏପରି ମଧ୍ୟ ଖବର ଆସିଥିଲା ଯେ ଐଶ୍ଚର୍ଯ୍ୟା ତାଙ୍କ ମା’ଙ୍କ ଘରେ ରହୁଛନ୍ତି । କିନ୍ତୁ ଏହି ଫଟୋ ଓ ଭିଡିଓ ଦେଖିବା ପାରେ ଲାଗୁଛି ସୋମନଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଚାଲିଛି । ଏହା ସହ ଏଠାରେ ପୂରା ବଚ୍ଚନ ପରିବାର ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.