Below header

ଜାହାଜରେ ବ୍ରେକ୍‌ ଥାଏ ନା ନାହିଁ ? ପାଣିରେ ଚାଲୁଥିବା ବିଶାଳକାୟ ଜାହାଜକୁ କେମିତି ରୋକାଯାଏ

କଣ ପାଣିରେ ଚାଲୁଥିବା ଜାହାଜରେ ଥାଏ ବ୍ରେକ । ଯଦି ନା, ତାହେଲେ କେମିତି ଅଟକିଥାଏ ଜାହାଜ । ଜଳପଥରେ ଯାତ୍ରା କରିବା ପାଇଁ ଜାହାଜ ପ୍ରସ୍ତୁତ କରାଯାଇଛି ।

କଣ ପାଣିରେ ଚାଲୁଥିବା ଜାହାଜରେ ଥାଏ ବ୍ରେକ । ଯଦି ନା, ତାହେଲେ କେମିତି ଅଟକିଥାଏ ଜାହାଜ । ଜଳପଥରେ ଯାତ୍ରା କରିବା ପାଇଁ ଜାହାଜ ପ୍ରସ୍ତୁତ କରାଯାଇଛି । କିନ୍ତୁ କଣ ଲକ୍ଷ ଲକ୍ଷ ଟନର ଓଜନ ବିଶିଷ୍ଟ ଜାହାଜରେ ବ୍ରେକ ରହିଥାଏ । ଆପଣଙ୍କ ମନରେ ଏମିତି ପ୍ରଶ୍ନ ଆସିଛି କି କେବେ ଯେ ସବୁ ବାହନରେ ତ ବ୍ରେକ ଥାଏ, କିନ୍ତୁ ଜାହାଜକୁ କେମିତି ରୋକାଯାଇଥାଏ । ସେଥିରେ ବ୍ରେକ ଅଛି କି ନାହିଁ । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାଣିରେ ଚାଲୁଥିବା ଏହି ବିଶାଳକାୟ ଜାହାଜରେ ବ୍ରେକ ନଥାଏ । ବ୍ରେକ୍‌ ନାମକ କୌଣସି ଜିନିଷ ଏଥିରେ ଆଦୌ ହିଁ ନଥାଏ ।

ଆପଣଙ୍କ ମନରେ ପ୍ରଶ୍ନ ଆସୁଥବ ଯଦି ଏହି ଜାହାଜରେ ବ୍ରେକ୍‌ ନାହିଁ, ତାହେଲେ କେମିତି ଏହାକୁ ଅଟକାଯାଏ । ଯଦି ଆପଣ ଭାବୁଛନ୍ତି ଇଞ୍ଜିନ୍‌ ବନ୍ଦ କରି ଏହାକୁ ଅଟକାଯାଉଥାଏ ତାହେଲେ ଆପଣ ଭୁଲ ଭାବୁଛନ୍ତି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାଣିରେ ଚାଲୁଥିବା ଏହି ଜାହାଜକୁ ‘ପ୍ରୋପେଲର’ ସାହାଯ୍ୟରେ ଚଲାଯାଇଥାଏ ।

ଯେତେବେଳେ ଜାହାଜକୁୁ ଅଟକିବାକୁ ହୋଇଥାଏ ସେତେବେଳେ ଏହି ପ୍ରୋପେଲରକୁ ଓଲଟା ବୁଲାଇ ଦିଆଯାଏ । ଏମିତି କରିବା ଦ୍ୱାରା ଜାହାଜର ଗତି ଧୀମା ହୋଇଯାଏ । କିନ୍ତୁ ଏମରଜେନ୍ସୀରେ ଜାହାଜକୁ ରୋକିବା ପାଇଁ ଏହି ତରିକା କାମ କରେନାହିଁ ।

ଏମରଜେନ୍ସୀରେ ଏହାକୁ ଅଟକାଇବାକୁ ଏକ ଭାରୀ ଚେନ୍‌ ବା ଜଞ୍ଜୀରର ବ୍ୟବହାର କରାଯାଏ । ଏହି ଜଞ୍ଜିର ବା ଚେନର ଓଜନ ଲକ୍ଷ ଲକ୍ଷ କିଲୋଗ୍ରାମରୁ ବି ଅଧିକ । ଏହି କାମ ବହୁତ ଖତରନାକ ହୋଇଥାଏ । ସେଥିପାଇଁ ଏହାକୁ ଅତି ସାବଧାନର ସହିତ ସତର୍କତାର ସହିତ କରିବାକୁ ପଡିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.