ଲିବ୍ୟା ସମୁଦ୍ରରେ ଯାତ୍ରା କରୁଥିଲେ ଶରଣାର୍ଥୀ, ମଝି ସମୁଦ୍ରରେ ଜାହାଜକୁ ଭସାଇନେଲା ଢେଉ

ଲିବ୍ୟା ସମୁଦ୍ରରେ ବଡ ଦୁର୍ଘଟଣା । ସମୁଦ୍ରରେ ଯାତ୍ରା କରୁଥିଲେ ଶରଣାର୍ଥୀ ହଠାତ୍‌ ମଝି ସମୁଦ୍ରରେ ପାଣି ସୁଅରେ ବୁଡ଼ିଗଲା ଜାହାଜ । ଫଳରେ ଦୁର୍ଘଟଣାରେ ଚାଲିଗଲା ୬୧ ଜଣ ଶରଣାର୍ଥୀଙ୍କ ଜୀବନ ।

କେଡ଼େ ଖୁସିରେ ଜାହାଜରେ ଯାତ୍ରା କରୁଥିଲେ। ହଠାତ୍‌ ଘଟିଗଲା ଏତେବଡ଼ ଅଘଟଣ। କେହି ଜାଣିନଥିଲେ ସମୁଦ୍ରରେ ହଠାତ୍‌ ମାଡ଼ିଆସିଥିଲା ଢ଼େଉ ଭସାଇ ନେଲା ଜାହାଜଟିକୁ । ଆଉ ସେହି ଜାହାଜରେ ବସି ଯାତ୍ରା କରୁଥିଲେ ୮୬ ଶରଣାର୍ଥୀ। ଚାହୁଁ ଚାହୁଁ କ୍ଷଣକ ମଧ୍ୟରେ ହଠାତ୍‌ ଏତେସବୁ ଘଟିଯିବ ବୋଲି ତାହା କେହି କେବେ ଭାବିନଥିଲେ । ମୃତ୍ୟୁ ଆସି ହାତଠାରି ଡାକିବ ସେ ପୁଣି ଯାତ୍ରା କରୁଥିବା ସମୟରେ ଏକଥା କେବେ ଭାବି ନଥିଲେ ସେମାନେ। ସେଥିପାଇଁ ତ କଥାରେ କୁହନ୍ତି ମୃତ୍ୟୁ କେତେବେଳେ ଆସି ପହଞ୍ଚେ ତାହା କାହାରିକୁ ଜଣାନଥାଏ । କ୍ଷଣକ ମଧ୍ୟରେ ସବୁକିଛି ଓଲଟ ପାଲଟ କରିଦିଏ । ଆଉ ପରିବାର ଆଖିରେ ଲୁହ ଦେଇଯାଏ । କିଏ ଏହି ଦୁଃଖକୁ ଶୀଘ୍ର ଭୁଲିଯାଏ ତ ଆଉ କେହି ଏହି ଦୁଃଖକୁ ମନେ ରଖି ସାରା ଜୀବନ କଷ୍ଟ ପାଏ । ଆଜି ଏଭଳି ଏକ ଘଟଣା ଘଟିଯାଇଛି ଯାହା ସମସ୍ତଙ୍କ ଆଖିରେ ଲୁହ ଦେଇଛି ।

ଲିବ୍ୟା ସମୁଦ୍ରରେ ବଡ ଦୁର୍ଘଟଣା । ସମୁଦ୍ରରେ ଯାତ୍ରା କରୁଥିଲେ ଶରଣାର୍ଥୀ ହଠାତ୍‌ ମଝି ସମୁଦ୍ରରେ ପାଣି ସୁଅରେ ବୁଡ଼ିଗଲା ଜାହାଜ । ଫଳରେ ଦୁର୍ଘଟଣାରେ ଚାଲିଗଲା ୬୧ ଜଣ ଶରଣାର୍ଥୀଙ୍କ ଜୀବନ । ଏହି ଜାହାଜରେ ୮୬ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଲିବ୍ୟାର ଉତ୍ତରପଶ୍ଚିମ ଉପକୂଳରେ ଅବସ୍ଥିତ ଜୁୱାରା ନଗରୀରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଜାହାଜଟି ବଡ଼ ବଡ଼ ଢେଉ ଆସିବା ଦ୍ୱାର। ଓଲଟି ପଡ଼ିଥିଲା । ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଥିଲେ । ତେବେ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ୬୧ଜଣ ଶରଣାର୍ଥୀ ବୁଡି ମୃତ୍ୟୁବରଣ କରିଛନ୍ତି । ତେବେ ଜାହାଜ ଦୁର୍ଘଟଣାରେ ବୁଡ଼ିଯାଇଥିବା ଅଧିକାଂଶ ଲୋକମାନେ ନାଇଜେରିଆ, ଟାମ୍ବିଆ ଓ ଅନ୍ୟାନ୍ୟ ଆଫ୍ରିକୀୟ ଦେଶର ବାସିନ୍ଦା ବୋଲି ଆଇଓଏମ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ଇଟାଲି ବାଟ ଦେଇ ୟୁରୋପରେ ପହଞ୍ଚିବା ଆଶାରେ ବିପଜ୍ଜନକ ଜଳଯାତ୍ରା କରୁଥିବା ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀମାନଙ୍କ ପାଇଁ ଯାତ୍ରା କରିବାର ଦୁଇଟି ପ୍ରମୁଖ ସ୍ଥାନ ହେଉଛି ଲିବ୍ୟା ଏବଂ ଟୁନିସିଆ । ଏନେଇ ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି । ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତେବେ ଚଳିତ ବର୍ଷ ଭୂମଧ୍ୟସାଗରରେ ଯେଉଁ ମୁଖ୍ୟ ପଥ ଦେଇ ପ୍ରବାସୀମାନେ ଯାତ୍ରା କରୁଛନ୍ତି ସେ ପଥରେ ୨୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି । ଗତ ଜୁନରେ ଅତିକମରେ ୭୯ ଶରଣାର୍ଥୀ ବୁଡି ମୃତ୍ୟୁବରଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.