କମାଣ୍ଡୋ ଷ୍ଟାଇଲରେ ନିର୍ବନ୍ଧ କଲେ ବିଦ୍ୟୁତ୍ ଜାମବାଲ, ତାଜମହଲ ସାମ୍ନାରୁ ସେୟାର କଲେ ଫଟୋ
ନିର୍ବନ୍ଧ କରିଛନ୍ତି କମାଣ୍ଡୋ ଫେମ୍ ଅଭିନେତା ବିଦ୍ୟୁତ ଜାମ୍ବାଲ। ଦୀର୍ଘଦିନର ଗାର୍ଲଫ୍ରେଣ୍ଡ୍ ଫ୍ୟାଶନ ଡିଜାଇନର ନନ୍ଦିତା ମହତାନୀଙ୍କ ସହ ଖାସ୍ ଅନ୍ଦାଜରେ ନିର୍ବନ୍ଧ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ବିଦ୍ୟୁତ। ଏହି ସମ୍ପର୍କକୁ ସବୁଦିନ ପାଇଁ ମନେ ରଖିବାକୁ ବିଦ୍ୟୁତ ନିଆରା ଢଙ୍ଗରେ ନିର୍ବନ୍ଧ କରିଛନ୍ତି।
ଆର୍ମି ପରିବାରରୁ ଆସିଥିବା ବିଦ୍ୟୁତ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପାଇଁ ଆଗ୍ରା ନିକଟସ୍ଥ ମିଲିଟାରୀ କ୍ୟାମ୍ପରେ ପହଞ୍ଚିଥିଲେ। ଉଭୟେ ରେପଲିଂ କରି କରି ୧୫୦ ମିଟର ଉଚ୍ଚ କାନ୍ଥରେ ଚଢ଼ିବା ବେଳେ ବିଦ୍ୟୁତ ନନ୍ଦିତାଙ୍କୁ ପ୍ରପୋଜ କରିଥିଲେ। ନନ୍ଦିତା ହଁ କହିବା ପରେ ସେଠାରେ ହିଁ ବିଦ୍ୟୁତ ତାଙ୍କୁ ମୁଦି ପିନ୍ଧାଇ ଦେଇଥିଲେ। ରେପଲିଂ କରିବା ବେଳେ ନିର୍ବନ୍ଧ କରିବା ପରେ ଉଭୟେ ତାଜମହଲ ଯାଇଥିଲେ।
ଇନ୍ଷ୍ଟାଗ୍ରାମ୍ରେ ଫଟୋ ସେୟାର କରି ବିଦ୍ୟୁତ ନିର୍ବନ୍ଧ କରିଥିବା ନେଇ ସୂଚନା ଦେଇଛନ୍ତି। ସେପ୍ଟେମ୍ବରରେ ହିଁ ସେ ନିର୍ବନ୍ଧ କରିଥିବା କହିଛନ୍ତି। ଏହି ଫଟୋ ସେୟାର କରି ବିଦ୍ୟୁତ କ୍ୟାପସନ୍ରେ ଲେଖିଛନ୍ତି- ‘ଏହା କମାଣ୍ଡେଙ୍କ ଭଳି ଥିଲା ତ!’ କ୍ୟାପସନ୍ ସହ ସେ ଏକ ମୁଦି ଇମୋଜି ମଧ୍ୟ ସେୟାର କରିଛନ୍ତି।
View this post on Instagram
ନନ୍ଦିତା ମଧ୍ୟ ଏହି ଫଟୋ ସେୟାର କରି ଲେଖିଛନ୍ତି- ଅଧିକ ସମୟ ଏମିତି ଟାଙ୍ଗି ହୋଇ ରହିପାରିନଥାନ୍ତି। ସେଥିପାଇଁ ହଁ କହିଦେଲି।
View this post on Instagram
ସୂଚନାଯୋଗ୍ୟ ଯେ ନନ୍ଦିତା ହେଉଛନ୍ତି ଜଣେ ସେଲିବ୍ରିଟି ଫ୍ୟାଶନ ଡିଜାଇନର। ସେ କରିସ୍ମା କପୁରଙ୍କ ସ୍ୱାମୀ ସଞ୍ଜୟ କପୁରଙ୍କୁ ପ୍ରଥମେ ବିବାହ କରିଥିଲେ। କିନ୍ତୁ ଉଭୟଙ୍କର ଛାଡ଼ପତ୍ର ହୋଇସାରିଛି।