SIIMA ଆୱାର୍ଡ଼ ‘ଶୋ’ ରେ ଭାବ ବିହ୍ୱଳ ହେଲେ ବିଜୟଦେବର କୋଣ୍ଡା, କହିଲେ ମୁଁ ଏଠାକୁ ଆସିବାକୁ ଚାହୁଁ ନଥିଲି

ଲାଇଗର ବିଫଳତାକୁ ନେଇ SIIMA ଆୱାର୍ଡ଼ ‘ଶୋ’ ରେ ଭାବ ବିହ୍ବଳ ହୋଇଛନ୍ତି ବିଜୟଦେବର କୋଣ୍ଡା। ସେ କହିଛନ୍ତି ଯେ ମୁଁ ଏଠାକୁ ଆସିବା ପାଇଁ ଚାହୁଁନଥିଲି। ବିଜୟ ଦେଭରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଲାଇଗର୍, ଅଗଷ୍ଟ ୨୫ ରେ ରିଲିଜ୍ ହେବା ପରେ ବକ୍ସ ଅଫିସରେ ଏତେ ଭଲରେ କାମ କରି ପାରି ନଥିଲା।

ବିଜୟ ବିଜୟଦେବର ତାଙ୍କର ବହୁ ଉଚ୍ଚାଭିଳାଷୀ ଚଳଚ୍ଚିତ୍ର ଲାଇଗର ବିଫଳତା ବିଷୟରେ କହି ଭାବ ବିହ୍ୱଳ ହୋଇଥିଲେ। ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର (SIIMA) ରେ ବିଜୟ ତାଙ୍କ ଭାଷଣ ସମୟରେ ଭାବପ୍ରବଣ ହୋଇପଡିଥିଲେ ଏବଂ ପ୍ରକାଶ କରିଥିଲେ ଯେ ସେ ଏହି ସମାରୋହରେ ଯୋଗଦେବାକୁ ମଧ୍ୟ ଚାହୁଁନାହାଁନ୍ତି।

 

ବର୍ଷର ସବୁଠାରୁ ବଡ ଚଳଚ୍ଚିତ୍ର ବୋଲି କୁହାଯାଉଥିବା ଲାଇଗର ବକ୍ସ ଅଫିସରେ ଏତେ ମାତ୍ରାରେ ସଫଳତା ହାସଲ କରି ନଥିଲା।
ଏହାର ବକ୍ସ ଅଫିସ୍ ରୋଜଗାର ମଧ୍ୟ ଅଡୁଆରେ ପଡିଥିଲା।

SIIMA ୨୦୨୨ ରେ ପୁରସ୍କାର ଗ୍ରହଣ କରୁଥିବାବେଳେ ବିଜୟ କହିଛନ୍ତି, “ଆମ ସମସ୍ତଙ୍କର ଭଲ ଦିନ ଅଛି ପୁଣି ଖରାପ ଦିନ ମଧ୍ୟ ଅଛି। ତେବେ ମୋର ବର୍ତ୍ତମାନ ହୁଏତ ଖରାପ ସମୟ ଚାଲିଛି କିନ୍ତୁ ମୁଁ ମୋର ଭଲ ଦିନ ପାଇଁ କାମ କରିବି। ମୋ ଦର୍ଶକଙ୍କୁ ଗର୍ବିତ କରାଇବି।

ଆଜି ମୁଁ ପ୍ରକୃତରେ ଏହି ପୁରସ୍କାର ନେବାକୁ ଚାହୁଁ ନଥିଲି, କିନ୍ତୁ ମୁଁ ଏଠାକୁ ଆସିଥିଲି ଏବଂ ମୁଁ ଆପଣଙ୍କ ସହିତ କଥା ହେବା ସମୟରେ ପ୍ରତିଶୃତି ଦେଉଛି ଯେ ମୁଁ ଆଗାମୀ ଫିଲ୍ମରେ ଭଲ କାମ କରିବି।

ତେବେ ତାଙ୍କ ଭାବପ୍ରବଣ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତେଲୁଗୁ ତାରକାଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, “ମୁଁ ତାଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛି।” ଅନ୍ୟ ଜଣେ ଲେଖିଛନ୍ତି, “ସେ ଜଣେ ଭଲ କଳାକାର ଓ ସେ ଆଗକୁ ଭଲ ଫିଲ୍ମ କରିବେ। ତେବେ ବର୍ତ୍ତମାନ ମଧ୍ୟ ବିଜୟଙ୍କ ପାଖରେ ଅନେକ ଫିଲ୍ମ ପାଇଁ ଅଫର ରହିଛି। ଆଗକୁ ରୋମାଣ୍ଟିକ କମେଡି ଫିଲ୍ମ ‘କୁଶି’ରେ ସେ ନଜର ଆସିବେ।
ତାଙ୍କ ସହିତ ଏହି ଫିଲ୍ମରେ ସାମନ୍ଥା ମଧ୍ୟ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.