ପାକିସ୍ତାନ ଦୁନିଆର ସବୁଠୁ ବଡ଼ ବିପଦପୂର୍ଣ୍ଣ ଦେଶ ମଧ୍ୟରୁ ଗୋଟିଏ, ଆମେରିକା ରାଷ୍ଟ୍ରପତି ବାଇଡେନ ମାନିଲେ

ନୂଆଦିଲ୍ଲୀ : ପାକିସ୍ତାନକୁ ଯୁଦ୍ଧ ବିମାନ ପାଇଁ ଡିଲ କରିଥିବା ଆମେରିକା ପାକିସ୍ତାନକୁ ସବୁଠୁ ବିପଦପୂର୍ଣ୍ଣ ଦେଶ ବୋଲି କହିଲା ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଡେମୋକ୍ରାଟିକ କଂଗ୍ରେସର ଅଭିଯାନ ସମିତିର ସ୍ୱାଗତ ସାମରୋହରେ ଏ କଥା କହିଛନ୍ତି । ବାଇଡେନ କହିଛନ୍ତି ଯେ ପାକିସ୍ତାନ ପାଖରେ ବିନା ବୁଝାମଣାର ପରମାଣୁ ବୋମା ରହିଛି ।

ତଥାପି ପରମାଣୁ ଅସ୍ତ୍ର ଗଚ୍ଛିତ କରିବାରେ ବ୍ୟସ୍ତ ରହିଛି ପାକିସ୍ତାନ । ଏକ ରିପୋର୍ଟ ଅନୁଯାୟୀ ଏବେ ପାକିସ୍ତାନ ପାଖରେ ୧୬୫ ଟି ପରମାଣୁ ଅସ୍ତ୍ର ରହିଛି । ଏହି ସଂଖ୍ୟା ଲଗାତାର ବଢ଼ୁଛି । ଯଦି ଏହି ସଂଖ୍ୟା ଏପରି ବଢ଼େ ତେବେ ୨୦୨୫ ବେଳକୁ ପ୍ରାୟ ୨୦୦ ପରମାଣୁ ବୋମା ହୋଇଯାଇଥିବ ବୋଲି ବାଇଡେନ କହିଛନ୍ତି ।

ଯଦି ପାକିସ୍ତାନ ପାଖରେ ଥିବା ଏହି ପରମାଣୁ ଅସ୍ତ୍ର ଭୁଲ ଲୋକଙ୍କ ହାତରେ ଲାଗିଯାଏ,ତେବେ ଏହା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ । ନିକଟରେ ଆଫଗାନିସ୍ତାନ ସ୍ଥିତି ମନେ ପକାଇ ବାଇଡେନ କହିଛନ୍ତି ଯେ ତାଲିବାନଙ୍କ ଶାସନ ଦଖଲ ପରେ ପାକିସ୍ତାନରେ ଆତଙ୍କବାଦୀମାନେ ଅଧିକ ଉତ୍ସାହିତ ରହିଛନ୍ତି । ଯଦି ଏହା ତାଙ୍କ ହାତରେ ଲାଗେ,ତେବେ ଏହା ସାରା ବିଶ୍ୱ ପାଇଁ ବିପଦପୂର୍ଣ୍ଣ ହୋଇଯିବ । ଆମେରିକା ଏବେ ଏକ ଆଡଭାଇଜାରୀ ଜାରି କରିବା ସହ ନିଜ ନାଗରିକଙ୍କୁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛି ।

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଏହି ଟିପ୍ପଣୀ ପରେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଏହାର ନିନ୍ଦା କରିଛନ୍ତି । କେଉଁ ଆଧାରରେ ରାଷ୍ଟ୍ରପତି ବାଇଡେନ ଏକଥା କହିଲେ ତାହା ପଚାରିଛନ୍ତି । ସେ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ଥିବା ବେଳେ ଆମର ପରମାଣୁ ଅସ୍ତ୍ର ସୁରକ୍ଷିତ ବୋଲି ଜାଣିଥିଲି । ହେଲେ ଆମେରିକା କିପରି ଏହା ଜାଣିଲା ? ଇମରାନ୍‌ ଆହୁରି ଆମେରିକାକୁ କହିଛନ୍ତି, ସାରା ବିଶ୍ୱର ଯୁଦ୍ଧରେ ଆମେରିକା ନିଜେ ସାମିଲ ହେଉଛି ଓ ଅନ୍ୟକୁ ଆକ୍ରାମକତ୍ମକ ବୋଲି କହୁଛି । ବରଂ ପ୍ରଶ୍ନ ଉଠାଇବାର ଅଛି ତ ଭାରତର ପରମାଣୁ ଅସ୍ତ୍ର ଉପରେ ଉଠାନ୍ତୁ ବୋଲି ଇମରାନ କହିଥିଲେ । ବାଇଡେନଙ୍କ ଏହି ମନ୍ତବ୍ୟ ପରେ ପାକିସ୍ତାନ ଇସଲାମବାଦ ସ୍ଥିତ ଆମେରିକାର ରାଷ୍ଟ୍ରଦୂତଙ୍କୁ ପ୍ରଶ୍ନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.