କନ୍ନଡ଼ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀଙ୍କ ହୃଦ୍‌ଘାତରେ ପରଲୋକ, ଛୁଟି କାଟିବାକୁ ଥାଇଲାଣ୍ଡ ଯାଇଥିଲା ପରିବାର

କନ୍ନଡ଼ ଫିଲ୍ମ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା ରାଘବେନ୍ଦ୍ରଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ବ୍ୟାଙ୍କକ୍‌ର ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

କନ୍ନଡ଼ ଫିଲ୍ମ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା ରାଘବେନ୍ଦ୍ରଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ବ୍ୟାଙ୍କକ୍‌ର ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ପନ୍ଦନା ନିଜ ପରିବାର ସହିତ ଛୁଟି କାଟିବାକୁ ଥାଇଲାଣ୍ଡ ଯାଇଥିବାବେଳେ ଏହି ଦୁଃଖଦ ଘଟଣା ଘଟିଥିଲା।

ସ୍ପନ୍ଦନା ପ୍ରଥମେ ନିମ୍ନ ରକ୍ତଚାପର ଶିକାର ହୋଇଥିଲେ, ଯେଉଁ କାରଣରୁ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିବା କୁହାଯାଉଛି।

ଖବରରୁ ଜଣାପଡ଼ିଛି ଯେ ସ୍ପନ୍ଦନା ଥାଇଲାଣ୍ଡରେ ଥିବାବେଳେ ହଠାତ୍‌ ହୃଦ୍‌ଘାତ ଆସିଥିଲା। ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ପନ୍ଦନାଙ୍କ ପାର୍ଥିବ ଶରୀର ଅଗଷ୍ଟ ୮ରେ ବେଙ୍ଗାଲୁରୁରେ ପହଞ୍ଚିପାରେ। ଏଠାରେ ତାଙ୍କ ମରଶରୀରର ଅନ୍ତିମ ସଂସ୍କାର କରାଯିବ। ସ୍ପନ୍ଦନାଙ୍କ ପରିବାରରେ ତାଙ୍କ ସ୍ୱାମୀ ବିଜୟ ଏବଂ ପୁଅ ଶୌର୍ଯ୍ୟ ଅଛନ୍ତି।

ତେବେ ଅଭିନେତା ଓ ତାଙ୍କ ପତ୍ନୀ ଚଳିତ ମାସରେ ସେମାନଙ୍କ ୧୬ତମ ବିବାହ ବାର୍ଷିକୀ ପାଳନ କରିଥାଆନ୍ତେ। ଦୁହେଁ ୨୦୦୭ରେ ବିବାହ କରିଥିଲେ। ଏଭଳି ସ୍ଥିତିରେ ପତ୍ନୀଙ୍କ ବିୟୋଗରେ ବିଜୟ ଏବଂ ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.