ବିଜୟ ମାଲ୍ୟାଙ୍କ ଉପରେ ତିଆରି ହେବାକୁ ଯାଉଛି ୱେବ୍‌ ସିରିଜ୍‌, MX Player ରେ ହେବ ରିଲିଜ୍‌

ମାଲ୍ୟାଙ୍କୁ ନେଇ ତିଆରି ହେବାକୁ ଯାଉଛି ୱେବ୍‌ ସିରିଜ୍‌। ଭାରତର ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଭାରତରୁ ଟଙ୍କା ଆତ୍ମସାତ୍‌ କରି ମାଲ୍ୟା ଏବେ ବିଦେଶରେ। ଏଣୁ ତାଙ୍କୁ ଲୋକେ ପଳାତକ ବୋଲି ମଧ୍ୟ କହିଥାନ୍ତି। କିନ୍ତୁ ପଳାତକ ବୋଲି କୁହାଯାଉଥିବା ମାଲ୍ୟା ଦିନେ ଭାରତର ଅନ୍ୟତମ ଧନୀ ଭାବେ ପରିଚିତ ଥିଲେ। ତାଙ୍କ ବଞ୍ଚିବାର ଅନ୍ଦାଜ ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରେ। ସବୁବେଳେ ଏକ ସୌଖୀନ୍‌ ଜୀବନ ଜୀଉଁଥିଲେ ବିଜୟ। କିନ୍ତୁ କିଛି ଭୁଲ ପାଇଁ ତାଙ୍କ ନାଁ ଖରାପ ହୋଇଗଲା। କିଙ୍ଗଫିସରର ଚେୟାରମ୍ୟାନ୍‌ ଥିବା ମାଲ୍ୟା ଏବେ ଭାରତ ଛାଡ଼ି ବିଦେଶରେ ଅବସ୍ଥାପିତ। ତେବେ ଇତି ମଧ୍ୟରେ ମାଲ୍ୟାଙ୍କୁ ନେଇ ଏକ ୱେବ୍‌ ସିରିଜ୍‌ ତିଆରି ହେବାକୁ ଯାଉଥିବା ନେଇ ସୂଚନା ମିଳିଛି।

ଓଟିଟି ପ୍ଲାଟଫର୍ମ ଏମ୍‌ଏକ୍ସ ପ୍ଲେୟାର ବିଜୟ ମାଲ୍ୟାଙ୍କ ଉପରେ ୱେବ୍‌ ସିରିଜ୍‌ ତିଆରି କରିବାକୁ ଘୋଷଣା କରିଛି। ଏହି ଫିଲ୍ମରେ ବିଜୟ ମାଲ୍ୟାଙ୍କ ଅସଲି ଜୀବନ କେମିତି ଥିଲା ସେ ବିଷୟରେ ଦର୍ଶାଯିବ। ୱେବ୍‌ ସିରିଜ୍‌ରେ ଲୋକମାନେ ସତ୍ୟ ଘଟଣା ଉପରେ ନିର୍ମିତ ହେଉଥିବା ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି। ଏଣୁ ମାଲ୍ୟାଙ୍କ ଉପରେ ତିଆରି ହେବାକୁ ଥିବା ଏହି ଫିଲ୍ମକୁ ଲୋକମାନେ ପସନ୍ଦ କରିବେ ବୋଲି କୁହାଯାଉଛି।

vijaya
Image Credit: Twitter

ଏମ୍‌ଏକ୍ସର ଆଗାମୀ ଅରିଜିନାଲ ସିରିଜ୍‌ ପାଇଁ ‘ଦ ବିଜୟ ମାଲ୍ୟା ଷ୍ଟୋରୀ ଏପିସୋଡ୍‌’ ଘୋଷଣା କରିଛନ୍ତି। ଏହି େଓ୍ଵବ୍‌ ସିରିଜ୍‌ରେ ବିଜୟ ମାଲ୍ୟାଙ୍କ ଜର୍ଣ୍ଣି ଦେଖିବାକୁ ମିଳିବ। ସେ କେମିତି ଲୋକପ୍ରିୟ ହେଲେ, କେମିତି ଏତେ ବଡ଼ ବ୍ୟକ୍ତିତ୍ୱ ବନିଲେ ଓ କେମିତି ତାଙ୍କ ଜୀବନର ଅଧୋଗତି ହେଲା ଶେଷରେ ସେ କେମିତି ପଳାତକ ସାଜିଲେ, ଏ ସବୁ କିଛି ଏହି ୱେବ୍‌ ସିରିଜ୍‌ରେ ଦର୍ଶକେ ଦେଖିବାକୁ ପାଇବେ।

ସୂଚନାଯୋଗ୍ୟ ଯେ ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ନେଇ ପଳାୟନ କରିଥିବା ନେଇ ଅଭିଯୋଗ ହୋଇଛି। ବିଜୟ ମାଲ୍ୟା ୨ ମାର୍ଚ୍ଚ ୨୦୧୬ରେ ଭାରତ ଛାଡ଼ି ଚାଲିଯାଇଥିଲେ। ଭିନ୍ନ ଭିନ୍ନ ମାମଲାରେ ସିବିଆଇ, ଇଡି ଓ ଇନ୍‌କମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ବିଜୟ ମାଲ୍ୟାଙ୍କୁ ଖୋଜୁଛି। ୨୪ ଏପ୍ରିଲ ୨୦୧୪ରେ ମନ୍ତ୍ରାଳୟ ବିଜୟ ମାଲ୍ୟାଙ୍କ ପାସପୋର୍ଟ ରଦ୍ଦ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.