ଯେବେ ଫିଲ୍ମ ସେଟରେ ଜୋରଦାର ଚାପୁଡା ଖାଇଥିଲେ ତନୁଜା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରଖ୍ୟାତ ଅଭିନେତ୍ରୀ କାଜୋଲଙ୍କ ମା’ ଅଭିନେତ୍ରୀ ତନୁଜାଙ୍କୁ କିଏ ବା ନଜାଣେ । ୭୦ ଦଶକରେ ତନୁଜା ମଧ୍ୟ ଜଣେ ଭଲ ଅଭିନେତ୍ରୀ ଭାବେ ବଲିଉଡରେ ବେଶ ପରିଚିତ ଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ବଦରାଗୀ ଫିଲ୍ମ ନିର୍ଦ୍ଦେଶକ ଭାବେ ବେଶ ପରିଚିତ ଥିଲେ କେଦାର ଶର୍ମା । ଥରେ ଫିଲ୍ମ ସେଟରେ ତନୁଜାଙ୍କୁ ଏକ ଜୋରଦାର ଚାପୁଡା ମାରିଥିଲେ ସେ । ଆସନ୍ତୁ ଜାଣିବା ତନୁଜାଙ୍କୁ ଚାପୁଡା ମାରିବା ପଛରେ କ’ଣ ଥିଲା କାରଣ ।

ତନୁଜାଙ୍କୁ ଏହି କାରଣରୁ ଖାଇବାକୁ ପଡ଼ିଥିଲା ଚାପୁଡା

ତନୁଜା ନିଜର କ୍ୟାରିଅରର ଆରମ୍ଭ ହୋଇଥିଲା ଫିଲ୍ମ ’ଛବିଲୀ’ ରୁ । ଏହି ଫିଲ୍ମ କେଦାର ଶର୍ମାଙ୍କର ଥିଲା । ସେ ସମୟରେ ତନୁଜା ବହୁତ ନଟଖଟ ଥିଲେ । ସେ ଫିଲ୍ମ ସେଟରେ ମଧ୍ୟ ବହୁତ ହସ ମଜା କରୁଥିଲେ । ତନୁଜାଙ୍କ ଏହି ଆଦତ କେଦାର ଶର୍ମାଙ୍କୁ ଆଦୌ ପସନ୍ଦ ନଥିଲା । ଥରେ ଏକ ସିନରେ ତନୁଜାଙ୍କୁ କାନ୍ଦିବାର ଥିଲା । ହେଲେ ତନୁଜା କାନ୍ଦିବା ପରିବର୍ତ୍ତେ ହସି ଦେଉଥିଲେ ।

ତନୁଜାଙ୍କ ଏପରି ସିନ ଦେଖି ଦେଖି କେଦାର ଶର୍ମା ରାଗି ଲାଲ ହୋଇଯାଇଥିଲେ । ଶେଷରେ ତନୁଜାଙ୍କୁ ଫିଲ୍ମ ସେଟରେ ଏକ ଜୋରଦାର ଚାପୁଡା ମାରିଥିଲେ । ତନୁଜା ଯେତେବେଳେ ଏହି କଥା ମା’ଙ୍କୁ କହିଲେ ମା’ ମଧ୍ୟ ପୁଣି ଏକ ଚାପୁଡା ତନୁଜାଙ୍କୁ ଦେଇଦେଲେ । ଏହାପରେ ତନୁଜା ଜୋର ଜୋର କାନ୍ଦିଥିଲେ । ଫଳରେ ତନୁଜାଙ୍କର ସେହି ଫିଲ୍ମ ସିନଟି ସୁଟିଂ ହୋଇଥିଲା ।

ତନୁଜାଙ୍କ ଫିଲ୍ମ କ୍ୟାରିଅର

ତନୁଜା ଏକ ଫିଲ୍ମ ପରିବାରୁ ଆସିଥିଲେ । ତାଙ୍କ ପରିବାରର ପ୍ରତ୍ୟେକ ବ୍ୟକ୍ତି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ । ତନୁଜା ତାଙ୍କ କ୍ୟାରିଅରରେ ‘ଜ୍ୱେଲ ଥିଫ୍‌, ହାଥି ମେରେ ସାଥୀ, ଅମର ପ୍ରେମ, ସପନୋ କା ସୌଦାଗର ଓ ଭୁତ ବଙ୍ଗଳା’ ଭଳି ବହୁତ ସୁନ୍ଦର ଫିଲ୍ମରେ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.