Below header

‘ମୋତେ ବିବାହ କର ନହେଲେ ମୁଁ …’, ଏହି ଅଭିନେତ୍ରୀଙ୍କ ପାଇଁ ପ୍ରେମ ହୋଇଗଲା ଅଭିଶାପ

କଥାରେ ଅଛି ବିବାହ ସ୍ୱର୍ଗରେ ତିଆରି ହୁଏ । ଚାହୁଁଥିବା ବ୍ୟକ୍ତିକୁ ବିବାହ କରିବା ଭଗବାନଙ୍କର ଏକ ଆଶିର୍ବାଦ ହୋଇଥାଏ । ବେଳେ ବେଳେ ଦୀର୍ଘ ଦିନର ସମ୍ପର୍କ ବି କ୍ଷଣିକରେ ଶେଷ ହୋଇଯାଇଥାଏ । ଆଉ କ୍ଷଣିକର ସମ୍ପର୍କ ସାରା ଜୀବନର ବନ୍ଧନରେ ପରିସମାପ୍ତି ଘଟିଥାଏ । ଏମିତ ଏକ ଘଟଣା ଘଟିଥିଲା ଅଭିନେତ୍ରୀ ରୀନା ରାୟଙ୍କ ସହ । ତାଙ୍କର ଦୀର୍ଘ ଦିନର ପ୍ରେମ ତାଙ୍କ ପାଇଁ ପାଲଟିଗଲା ଅଭିଶାପ ।

reena roy.jpg
photo credit: punjabkesari.in

ସେ ସମୟରେ ଅଭିନେତ୍ରୀ ରୀନା ରାୟ ଓ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଆଫେୟାରସ୍‌ ବହୁତ ଚର୍ଚ୍ଚାରେ ଥିଲା । ଦୁହେଁ ଦୁହିଁଙ୍କୁ ବିବାହ କରିବେ ବୋଲି ମଧ୍ୟ କଥା ଦେଇଥିଲେ । ହେଲେ ଶତ୍ରୁଘ୍ନଙ୍କ ଜୀବନରେ ଆଉ ଜଣେ ମହିଳା ଆସିଯାଇଥିଲେ ଯେ କି ଆଜି ତାଙ୍କର ପତ୍ନୀ । ସେ ହେଲେ ଅଭିନେତ୍ରୀ ପୁନମ୍‌ ସିହ୍ନା । ପୁନମ୍‌ ୧୯୬୮ ମସିହାରେ ମିସ୍‌ ୟଙ୍ଗ୍‌ ଇଣ୍ଡିଆ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।

ଜଣେ ସମ୍ପର୍କୀୟଙ୍କ ବିବାହରେ ପୁନମ୍‌ଙ୍କ ସହ ଶତ୍ରୁଘ୍ନଙ୍କର ଦେଖା ହୋଇଥିଲା । ଉଭୟ ଉଭୟଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ । ଏହି ସମୟରେ ରୀନା ରାୟ ମୁମ୍ବାଇରେ ନଥିଲେ । କୌଣସି କାମରେ ସେ ଲଣ୍ଡନ ଯାଇଥିଲେ । ରୀନାଙ୍କ ଅନୁପସ୍ଥିତିରେ ଶତ୍ରୁଘ୍ନ ଓ ପୁନମ୍‌ ତରବରରେ ବିବାହ କରିଦେଇଥିଲେ । ରୀନା ଖବର ପାଇବା ପରେ ଯେତେବେଳେ ଲଣ୍ଡନରୁ ଫେରିଲେ ସିଧା ଯାଇ ପହଞ୍ଚିଲେ ଶତ୍ରୁଘ୍ନଙ୍କ ଘରେ । ଶତ୍ରୁଘ୍ନଙ୍କୁ କହିଲେ‘ ମୋତେ ବିବାହ କର, ନଚେତ୍‌ ୮ ଦିନରେ ଯାହାକୁ ବି ମୁଁ ବିବାହ କରିଦେବି ।’

reena roy
photo credit: punjabkesari.in

ହେଲେ ଶତ୍ରୁଘ୍ନ ତାଙ୍କର କିଛି କଥା ବି ଶୁଣି ନଥିଲେ । ଏହି ଅଭିନେତ୍ରୀ ଜଣକ ପରେ ପାକିସ୍ତାନ କ୍ରିକେଟର ମୋସିନ୍‌ ଖାନ୍‌ଙ୍କୁ ବିବାହ କରି ପାକିସ୍ତାନ ଚାଲିଯାଇଥିଲେ । ହେଲେ ମୋସିନ୍‌ ଲଣ୍ଡନରେ ରହିବାକୁ ଚାହିଁବାରୁ ସେ ପତି ସହ ସେଠାକୁ ମଧ୍ୟ ଚାଲିଗଲେ । ହେଲେ ତାଙ୍କ ବିବାହ ବେଶୀ ଦିନ ତିଷ୍ଠି ରହିପାରିଲାନି । ରୀନା ପୁଣି ଫେରି ଆସିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.