ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିଲା ନୂଆ କୋର୍ସ, ପ୍ରଥମେ ପାସ କରିବାକୁ ହେବ ଭିଡିଓ ଟ୍ୟୁଟୋରିଆଲ

ସଡ଼କ ସୁରକ୍ଷା ଜୀବନ ରକ୍ଷା। ଏହାକୁ ଆଧାର କରି ସରକାର ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ପ୍ରକିୟାକୁ ସରଳୀକରଣ କରିବା ସହ ଲୋକଙ୍କୁ ସଡ଼କ ସୁରକ୍ଷା ପାଇଁ ସଚେତନ କରିବା ଆରମ୍ଭ କରିସାରିଛି। ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ଏବେ ମାସକ ଆଗରୁ ଆପଣଙ୍କୁ ଭିଡିଓ ଟ୍ୟୁଟୋରିଆଲ ଦେଖିବାକୁ ପଡିବ। ସଚେନତତାର ସହ କିପରି ଗାଡି ଚଳାଇବେ ସେ ସଂପର୍କରେ ସବୁ ଫର୍ମୁଲା ଜାଣିବାକୁ ହେବ। ଏହାପରେ ହିଁ ଆପଣ ଗାଡି ଚଲାଇପାରିବେ।
ଦ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶ ହୋଇଥିବା ସୂଚନା ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ ତଆରି ପୂର୍ବରୁ ଆପଣ ଭିଡିଓ ଟ୍ୟୁଟୋରିଆଲ ଦେଖିବେ, ଏଥିରେ ଦୁର୍ଘଟଣା ସମ୍ବନ୍ଧୀୟ ସଚେତନ ବାର୍ତ୍ତା ଦିଆଯାଇଛି । ଯାହାକୁ ଦେଖି ଆପଣ ସତର୍କ ହେବେ। ଏହା ସହ ଡ୍ରାଇଭିଂ ଲାଇସେନ୍ସ ହୋଲ୍ଡରମାନଙ୍କ ପାଇଁ ମଧ୍ୟ ନିୟମ ଲାଗୁ କରଯାଇଛି।

ଯେଉଁ ଲୋକ ଟ୍ରାଫିକ ନିୟମ ଭଙ୍ଗ କରୁଥିବେ, ସେମାନଙ୍କୁ ଡ୍ରାଇଭର ସେଫ୍ଟି ସାର୍ଟିଫିକେଟ କୋର୍ସ କରିବାକୁ ପଡିବ। ଏମାନଙ୍କୁ ୩ ମାସର ରିଫ୍ରେଶର କୋର୍ସ ପୁରା କରିବାକୁ ପଡିବ। ଏଥିରେ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଆଧାର କାର୍ଡ ସହ ଲିଙ୍କ କରିବାକୁ ପଡିବ। ଯଦ୍ୱାରା ସେମାନଙ୍କୁ ଟ୍ରାକ କରି ଯାଞ୍ଚ କରାଯାଇପାରିବ ଯେ ସେମାନେ କୋର୍ସ ପୁରା କରିଛନ୍ତି କି ନାହିଁ।
ସୂତ୍ରରୁ ପ୍ରକାଶଯେ, ଏହି ଅନଲାଇନ ଭିଡିଓ ରାଜ୍ୟ ଏବଂ ସଡକ ସୁରକ୍ଷାରେ ଜଡିିତ ଥିବା ସଂସ୍ଥା ପାଖେ ରହିବ। ଏହା ଏକ ଇଣ୍ଟିଗ୍ରେଟଡ୍ ସିଷ୍ଟମ । କୌଣସି ବ୍ୟକ୍ତି ଏହି ଟ୍ୟୁଟୋରିଆଲକୁ ପୁରା ନକରି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ନାହିଁ।