ବଦଳିବ କି ଦୀପିକାଙ୍କ ବିକିନୀର ରଙ୍ଗ! ସେନ୍ସର ବୋର୍ଡ ଦେଲା ଆଦେଶ; ରିଲିଜ୍‌ ପୂର୍ବରୁ ଜମା ହେବ ‘ପଠାନ୍‌’ର ସଂଶୋଧିତ ସଂସ୍କରଣ

ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍‌’କୁ ନେଇ ବିବାଦ ଜାରି ରହିଛି। ଖାସ୍‌ କରି, ଏହାର ଗୀତ ‘ବେସରମ୍‌ ରଙ୍ଗ୍‌’କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଏହି ଗୀତରେ ଦୀପିକାଙ୍କ ବିକିନୀର ରଙ୍ଗ ହିଁ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନୀ ଉପରେ କିଛି ଧାର୍ମିକ ସଙ୍ଗଠନ ଆପତ୍ତି ଉଠାଇବା ପରେ ଫିଲ୍ମକୁ ବ୍ୟାନ୍‌ କରିବାକୁ ଦାବି ହେଉଛି।

ସେପଟେ ଏହାରି ଭିତରେ ଏବେ ଖବର ଆସୁଛି କି, ସେନ୍ସର ବୋର୍ଡ ଫିଲ୍ମ ନିର୍ମାତାମାନଙ୍କୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ (CBFC) ଦ୍ୱାରା କିଛି ପରିବର୍ତ୍ତନକୁ ଲାଗୁ କରିବାକୁ ଆଦେଶ ଦେଇଛି।

ଫିଲ୍ମ ନିକଟରେ ପ୍ରମାଣନ ପାଇଁ CBFC ଏକ୍ସାମିନେସନ କମିଟି ପାଖକୁ ଯାଇଥିଲା। ରିପୋର୍ଟ ମୁତାବକ, CBFC ଅଧ୍ୟକ୍ଷ ପ୍ରସୂନ ଜୋଶୀ କହିଛନ୍ତି, CBFCର ନିର୍ଦ୍ଦେଶନାମା ଅନୁସାରେ ପଠାନ୍‌ ଯାଞ୍ଚ ପ୍ରକ୍ରିୟା ଦେଇ ଯାଇଛି। ସମିତି ନିର୍ମାତାମାନଙ୍କୁ ଫିଲ୍ମରେ ଗୀତ ସହ ଅନ୍ୟାନ୍ୟ ପରିବର୍ତ୍ତନଗୁଡ଼ିକୁ ଲାଗୁ କରିବାକୁ ଏବଂ ସିନେମାଘରେ ରିଲିଜ୍‌ ପୂର୍ବରୁ ସଂଶୋଧିତ ସଂସ୍କରଣ ଜମା କରିବାକୁ ନିର୍ଦ୍ଦେଶ ଦେଇଛି’। ଯାହାର ଅର୍ଥ ହେଲା, ସଂଶୋଧିତ ସଂସ୍କରଣ ଜମା କରିବା ପରେ ହିଁ ପଠାନ୍‌କୁ ଥିଏଟରରେ ରିଲିଜ୍‌ କରାଯିବ।

ତେବେ ଫିଲ୍ମରେ ଦୀପିକାଙ୍କ ଗେରୁଆ ବିକିନୀ ପରିବର୍ତ୍ତନ ହେବ କି ନାହିଁ, ତାହା ଫିଲ୍ମ ରିଲିଜ୍‌ ପରେ ହିଁ ଜଣାପଡ଼ିବ। କହି ରଖୁଛୁ, ‘ପଠାନ୍‌’ ୨୫ ଜାନୁୟାରୀରେ ସିନେମାଘରେ ମୁକ୍ତିଲାଭ କରିବ। ଫ୍ୟାନ୍‌ମାନେ ଶାହରୁଖ ଖାନଙ୍କୁ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ସିଲ୍‌ଭର ସ୍କ୍ରିନ୍‌ରେ ଦେଖିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଓ ଜନ୍‌ ଆବ୍ରାହମ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.