Below header

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଏହି ସବୁ ରାଶିର ରହିଛି ଶୁଭ ସଙ୍କେତ

ଆଜି ହେଉଛି ନଭେମ୍ୱର ୮। ଆଜି କାର୍ତ୍ତିକ ପୂର୍ଣ୍ଣିମା , କାର୍ତ୍ତିକ ମାସ ତଥା ପଞ୍ଚୁକର ଶେଷ ଦିନ। ଆଜି ଶ୍ରଦ୍ଧାଳୁ ମାନେ ବଡି ଭୋରୁ ଉଠି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ମଧ୍ୟ ଭସାଉଛନ୍ତି । ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପଡୁଥିବାରୁ କେତେକ ରାଶିର ଭଲ ଥିବା ବେଳେ ଆଉ କେତେକ ରାଶିର ଦିନ ଏତେଟା ଭଲ ରହି ନପାରେ ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶିରେ କଣ ଅଛି ।

ମେଷ : ଧନ ଅର୍ଜନ ପାଇଁ କିଛି ନୂଆ ଯୋଜନା କରିପାରନ୍ତି । ଶାରୀରିକ ସୁସ୍ଥତା ବଜାୟ ରହିବ । ମନ ଧ୍ୟାନ ଦେଇ କାମ କରନ୍ତୁ । ପରିଶ୍ରମର ଫଳ ନିଶ୍ଚୟ ମିଳିବ । ପ୍ରେମ ସମ୍ପର୍କ ଭଲ ରହିବ । ବନ୍ଧୁପରିଜନଙ୍କ ସହ ଆନନ୍ଦମୟ ସମୟ ଅତିବାହିତ କରିବେ । ଗଣେଶ ଭଗବାନଙ୍କୁ ଦୁବ ଅର୍ପଣ କରନ୍ତୁ । ଶୁଭ କାର୍ଯ୍ୟରେ ମନ ଲାଗିରହିବ।

ବୃଷ : ବ୍ୟବସାୟିକ କ୍ଷେତ୍ରରେ ଲାଭ ମିଲିପାରେ । ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ କାରଣ ସ୍ୱାସ୍ଥ୍ୟ ବିଗିଡ଼ିପାରେ । ପୂର୍ବରୁ ନିବେଶ କରିଥିବା ଧନରୁ ଲାଭ ମିଳିପାରେ । ଆଜିର ଦିନରେ ସମ୍ପର୍କରେ ବିବାଦ ଦେଖାଦେଇପାରେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଏବଂ ସୁଖମୟ ହେବ । ବର ଗଛ ତଳେ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଚାକିରି କରିଥିବା ବ୍ୟକ୍ତି ବାହାରକୁ ନ ଗଲେ ଭଲ ।

ମିଥୁନ : ଭ୍ରମଣ ସମ୍ପର୍କିତ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଆଜିର ଦିନଟି ସ୍ୱତନ୍ତ୍ର ରହିବ । ଜୀବନସାଥୀଙ୍କୁ ମନର କଥା କହିପାରନ୍ତି । ବାପାମାଆଙ୍କ ସହ ତୀର୍ଥସ୍ଥଳ ଯିବାର ଯୋଗ ରହିଛି । ନିଜ ଲୋକଙ୍କ ସହାୟତା ମିଳିବ । ଆର୍ଥିକ ଚିନ୍ତା ଦୂର କରିବାକୁ ଚାହୁଁଥିଲେ ହନୁମାନଙ୍କ ନାଁରେ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।

କର୍କଟ : ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇପାରନ୍ତି । ପୂର୍ବରୁ ପରସ୍ପର ମଧ୍ୟର ଚାଲିଆସୁଥିବା ଭୁଲ୍ ବୁଝାମଣାକୁ ଭୁଲି ସମ୍ପର୍କକୁ ଆଗକୁ ବଢ଼ାନ୍ତୁ । କଳହରୁ ଦୂରେଇ ରୁହନ୍ତୁ । କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ପୁରୁଣା ବ୍ୟବସାୟ ଠିକ୍ ଚାଲିବ । ସ୍ୱାସ୍ଥ୍ୟ, ପ୍ରେମ ଓ ସନ୍ତାନ ମଧ୍ୟମ ରହିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଦିନଟି ଭଲ ।

ସିଂହ : ଏହି ରାଶିର ବ୍ୟକ୍ତି ପ୍ରତିଭାଶାଳୀ । ସିଂହ ରାଶିର ବ୍ୟକ୍ତିଙ୍କ ନିକଟରେ ଏକାସଙ୍ଗେ ଅନେକ କାମ କରିବାର ଦକ୍ଷତା ରହିଛି । ପୁଞ୍ଜି ପ୍ରାପ୍ତି ହୋଇପାରେ । ଏହାକୁ ଭବିଷ୍ୟତରେ ସଠିକ୍ କାର୍ଯ୍ୟରେ ଲଗାଇବାର ଯୋଜନା କରନ୍ତୁ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସଠିକ୍ ସମୟରେ ଭୋଜନ ଏବଂ ଶୟନ କରନ୍ତୁ । ବାପା, ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି ।

କନ୍ୟା : ଅଚାନକ ଧନ ଲାଭର ସମ୍ଭାବନା ରହିଛି । ମାତ୍ର, ଆୟ ଉପରେ ଧ୍ୟାନ ଦିଅନ୍ତୁ । ମନ ବିଚଳତି ହୋଇପାରେ । ପ୍ରେମ ବ୍ୟାପାର ଓ ସନ୍ତାନର ସ୍ଥିତି ଅନୁକୂଳ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଦିନଟି ଭଲ ।

ତୁଳା : ଘରୋଇ ସୁଖରେ ବାଧା ଉପୁଜିପାରେ । ଜମିବାଡ଼ି, ଯାନବାହନ କ୍ରୟ କରିବାରେ ଠକାମିର ସ୍ୱୀକାର ହୋଇପାରନ୍ତି । ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତିରେ ଯନ୍ତ୍ରଣା ଦେଖାଦେଇପାରେ । ପ୍ରେମ ଏବଂ ସନ୍ତାନ କ୍ଷେତ୍ର ଅନେକ ଭଲ ରହିବ । ବ୍ୟବସାୟ ଭଲ ରହିବ ।

ବିଛା : କୌଣସି କଥାକୁ ନେଇ ମନ ଅଶାନ୍ତ ରହିବ । ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଚାକିରିରେ ପରିବର୍ତ୍ତନ ଦେଖାଦେଇପାରେ । କୌଣସି ନିଷ୍ପତ୍ତି ସ୍ଥିର କରିବା ପୂର୍ବରୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ । କୌଣସି ନୂଆ ବ୍ୟବସାୟ କରିବାର ସୁଯୋଗ ମିଳୁଥିଲେ ନିଶ୍ଚିତ ସଫଳତା ପାଇବେ । ଶରୀରର ଯତ୍ନ ନିଅନ୍ତୁ । ଠିକ୍ ସମୟରେ ଔଷଧ ସେବନ କରନ୍ତୁ ।

ଧନୁ : ମନ ଅଶାନ୍ତ ରହିବ । କୌଣସି ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନେବା ହିତକର । ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ସ୍ଥିରତାର ସହ କାର୍ଯ୍ୟ କରନ୍ତୁ । ଆର୍ଥିକ ଦୃଷ୍ଟିରୁ ଆଜିର ଦିନଟି ଭଲ । ଉଚିତ୍ ସ୍ଥାନରେ ଧନ ନିବେଶ କରନ୍ତୁ । ବିବାହ ଯୋଗ ପାଇଁ ମା’ ଲକ୍ଷ୍ମୀଙ୍କ ଉପାସନା କରନ୍ତୁ । ଖୁବ୍ ଶୀଘ୍ର ବିବାହ ଯୋଗ ହେବ ।

ମକର : ଆର୍ଥିକ ସ୍ଥିତି ଉତ୍ତମ ରହିବ । ସମ୍ମାନ ଓ ଖ୍ୟାତି ଅର୍ଜନ ହେବ । ବ୍ୟବସାୟରେ ବିସ୍ତାର ହେବ । ପରିଶ୍ରମର ଫଳ ମିଳିବ । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ ହେବ । ପରିବାର ସଦସ୍ୟଙ୍କ ସହ ମଧୁର ସମ୍ପର୍କ ବଢ଼ିବ । ମନଧ୍ୟାନ ଦେଇ କାମ କରିବେ । ଧନଲାଭର ସୁଯୋଗ ରହିଛି ।

କୁମ୍ଭ : ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେବ । ବାପା, ମା’ଙ୍କ ସହ ମତଭେଦ ଦେଖାଦେଇପାରେ । ପ୍ରେମ ସମ୍ବନ୍ଧ ପାଉଁ ଉପଯୁକ୍ତ ସମୟ । ଚାକିରି ସଫଳତା ହାସଲ କରିବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଚାକିରି କିମ୍ୱା ବ୍ୟବସାୟିକ ବ୍ୟକ୍ତି ସଫଳତା ହାସଲ କରିବେ । ପାରିବାରିକ ସୁଖ ମିଳିବ ।

ମୀନ : ଭାଗ୍ୟ ସହାୟ ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ସଫଳତା ପ୍ରାପ୍ତ ହେବ । ବିଦେଶରେ ରହୁଥିବା ଲୋକଙ୍କୁ ହଠାତ୍ ଲାଭ ମିଳିପାରେ । ଏଥିସହ ଯାତ୍ରା କରିବାର ସମ୍ଭବ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ । ମାତ୍ର, ହଠାତ୍ ଖର୍ଚ୍ଚ ବଢ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.