Below header

ରୁଷ ଆମେରିକା ଗୁପ୍ତ କଥାବାର୍ତ୍ତା : ବାଇଡେନ ଓ ପୁଟିନଙ୍କ ମଧ୍ୟରେ ସିକ୍ରେଟ ଆଲୋଚନା, ଶାନ୍ତି ପ୍ରସ୍ତାବ କି ?

ନୂଆଦିଲ୍ଲୀ : ରୁଷ ଆମେରିକା ଗୁପ୍ତ କଥାବାର୍ତ୍ତା କୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଓ ମସ୍କୋ ଭିତରେ ସିକ୍ରେଟ୍ ଆଲୋଚନା । ବାଇଡେନ ଓ ପୁଟିନଙ୍କ ମଧ୍ୟରେ ଏହି ସିକ୍ରେଟ ଆଲୋଚନା କଣ ହୋଇପାରେ ? ଯୁଦ୍ଧ ଚାଲିଥିବାବେଳେ ଶାନ୍ତି ଆଲୋଚନା ପାଇଁ ଏହି ସିକ୍ରେଟ ଆଲୋଚନା କି ? ରୁଷ ରାଷ୍ଟପତିଙ୍କ ପୁଟିନଙ୍କ ସହ ଓ ବାଇଡେନ ତରଫରୁ ଏହି ସିକ୍ରେଟ ଆଲୋଚନା କଣ ଯୁଦ୍ଧରେ ଯବନିକା ଟାଣିପାରେ ?

ହ୍ଵାଇଟ ହାଉସର ବରିଷ୍ଠ ଅଧିକାରୀ ପୁଟିନଙ୍କ ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବୋଲି । ଯୁଦ୍ଧର ପରବର୍ତ୍ତି ପରିଣାମ ଓ ପରମାଣୁ ଆକ୍ରମଣ ଆଶଙ୍କା ଭିତରେ ରବିବାର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍ ସୁଲିଭାନ ରୁଷର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା, ପରମାଣୁ ଓ ଅନ୍ୟାନ୍ୟ ବିଧ୍ୱଂସକାରୀ ଅସ୍ତ୍ର ବ୍ୟବହାର ନ କରିବାକୁ ଚେତାବନୀ ଦେଇଛନ୍ତି ।

ପୂର୍ବରୁ ସୁଲିଭାନ ପୁଟିନଙ୍କ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଷାକୋଭଙ୍କ ସହ ଯୋଗାଯୋଗରେ ଅଛନ୍ତି । ତେବେ ଚଳିତ ମାର୍ଚ୍ଚ ପରଠୁ ହ୍ଵାଇଟ୍ ହାଉସ ରୁଷର କୌଣସି ବରିଷ୍ଠ ଅଧିକାରୀଙ୍କ ସହ ଯଦି ଆଲୋଚନା କରିଛନ୍ତି ତାହା ପରମାଣୁ ଆକ୍ରମଣକୁ ନେଇ କେବଳ ଚେତାବନୀ ଦେଇଛନ୍ତି । ତେବେ ବାଇଡେନ୍ ୨୦୨୧ ଡିସେମ୍ବର ଓ ୨୦୨୨ ଫେବ୍ରୁଆରୀରେ ରୁଷର ହମଲାକୁ ରୋକିବା ପାଇଁ ୨ଥର ପୁଟିନଙ୍କ ସହ କଥା ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.