Below header

ବ୍ରଣ ପାଇଁ ବିରକ୍ତ ହୋଇସାରିଲେଣି କି ? ମୁକ୍ତି ପାଇଁ ସାହାଯ୍ୟ କରିବ ଏହି ୧୦ଟି ପଦାର୍ଥ

ସବୁ ବର୍ଗର ଲୋକମାନଙ୍କ ପାଇଁ ସେମାନଙ୍କ ତ୍ବଚା ବହୁତ ଗୁରୁତ୍ବ ବହନ କରିଥାଏ । ତ୍ବଚା ପାଇଁ ଲୋକେ ବହୁତ କିଛି ଉପାୟ ଆପଣାଇଥାନ୍ତି । ଆଜିକାଲି ପ୍ରାୟତଃ ଲୋକଙ୍କ ତ୍ବଚାରେ ବ୍ରଣ ହେବା କାରଣରୁ, ସେମାନେ ବହୁତ କିଛି ଦାମିକିଆ କ୍ରିମ୍ ,ଲୋସନ ଏବଂ ଓୗଷଧର ସାହାଯ୍ୟ  ନେଉଥିବା ଦେଖିବାକୁ ମିଳୁଛି । ହେଲେ ଏମିତି କିଛି ପଦାର୍ଥ ଯାହା ଅତି କମ୍ ଦାମ୍ ହୋଇଥିବାବେଳେ ଏହା ତ୍ବଚାରୁ ବ୍ରଣ ଦାଉରୁ ରକ୍ଷା କରିବାରେ ବିଶେଷ କାର୍ଯ୍ଯକାରୀ ହୋଇଥାଏ ।

ଆସନ୍ତୁ ଜାଣିବା କଣ ସେହି ୧୦ଟି ପଦାର୍ଥ, ଯାହାର ସାହାଯ୍ୟ ନେଇ ଆପଣ ଏ ସୁନ୍ଦର ତ୍ବଚା ପାଇବା ସହ ବ୍ରଣରୁ ରକ୍ଷା ପାଇପାରିବେ

olive oilଅଲିଭ୍ ଅଏଲ୍:

ଅଲିଭ୍ ଅଏଲ୍, କିମ୍ବା ଏହାର ଲୋସନ ତ୍ବଚାର ଛିଦ୍ରକୁ ଅତି ସହଜରେ ପ୍ରବେଶ କରିଥାଏ । ଯାହାଫଳରେ ତ୍ବଚା ମଧ୍ଯରେ ପବନ ପ୍ରବେଶ କରିଥାଏ । ଯେଉଁଥିପାଇଁ ବ୍ରଣ ହେବାକୁ ଏହା ଅଟକାଇବାରେ ବିଶେଷ ସହାୟ ହୋଇଥାଏ ।

lemonଲେମ୍ବୁ:

ଲେମ୍ବୁ ରସ ଏସିଡିଟିକୁ ବାହାର କରିବା ସହ ସାଇଟ୍ରିକ୍ ଏସିଡି ଦ୍ବାରା ଯକୃତକୁ ସଫା କରିଥାଏ, ଏବଂ ରକ୍ତରୁ ବିଷାକ୍ତ ପଦାର୍ଥକୁ ସମୁଳେ ବିନାସ କରିବା ପାଇଁ ଏନଜାଇମର ନିର୍ମାଣ କରିବାରେ ସାହାର୍ଯ୍ଯ କରିଥାଏ । ଏହା ତ୍ବଚାର ଛିଦ୍ର ପାଇଁ ବହୁତ ଭଲ କାମ କରିଥାଏ ଏବଂ ତ୍ବଚାରେ ଚମକ ଆଣିଥାଏ ।

wtermillonତରଭୁଜ:

ତରଭୁଜ ତ୍ବଚାରେ ବ୍ରଣକୁ ହଟାଇବା ପାଇଁ ବେଶ୍ ଉପଯୋଗୀ ଅଟେ । ଏଥିରେ ଭିଟାମିନ୍ ଏ, ବି ଏବଂ ସି ଭରପୁର ମାତ୍ରାରେ ରହିଥାଏ ଯାହା ତ୍ବଚା ପାଇଁ ବିଶେଷ ସାହାଯ୍ଯକାରୀ ହେବା ସହ ତ୍ବଚାରେ ଚମକାଇଥାଏ । ଏହା ବ୍ରଣରୁ ବ୍ଯାକ୍ଟେରିଆକୁ ନଷ୍ଟ କରିବା ସହ ଦାଗ ଦୂର କରିଥାଏ ।

milk11କ୍ଷୀରଜାତୀୟ ଖାଦ୍ଯ :

ଏକ ସନ୍ତୁଳିତ ଆହାର ଖାଇବା ଦ୍ବାରା ତ୍ବଚା ସୁସ୍ଥ ଏବଂ ଭଲ ରହିଥାଏ । କ୍ଷୀର ଜାତୀୟ ଖାଦ୍ଯରେ ଭିଟାମିନ୍ ଏ ରହିଥାଏ, ଯାହା ସୁସ୍ଥ ତ୍ବଚା ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହୋଇଥାଏ ।

starberryଷ୍ଟ୍ରବେରୀ:

ଷ୍ଟ୍ରବେରୀରେ ଭିଟାମିନ୍ ବି, ଆଣ୍ଟିଅକ୍ସିଡେଣ୍ଟ ଏବଂ ପାଇବର ଭରପୂର ହୋଇ ରହିଛି । ଏହି ଫାଇଟୋକେମିକାଲସ୍ ତ୍ବଚା ପାଇଁ ସୁରକ୍ଷିତ ଅଟେ ।

dahiଦହି:

ଦହିରେ ଆଣ୍ଟିଫଙ୍ଗଲ ଏବଂ ଜୀବାଣୁ ବିରୋଧୀ ଗୁଣ ରହିଛି, ଯାହା ତ୍ବଚାକୁ ସଫା କରିବା ସହ ବ୍ରଣରୁ ରକ୍ଷା କରିଥାଏ ଏବଂ ଦାଗ ଦୂର କରିଥାଏ ।

akhrotୱାଲନଟ୍ କିମ୍ବା ଅଖରୋଟ୍:

ନିୟମିତ ଭାବେ ଅଖରୋଟ ଖାଇବା ଦ୍ବାରା ତ୍ବଚାରୁ ତେଲିକାପଣ ଏବଂ ନରମତାରେ ସୁଧାର ଆଣିବା ପାଇଁ ସାହାଯ୍ୟ କରିଥାଏ । ଅଖରୋଟର ତେଲରେ ମଧ୍ଯ ଲେନୋଲେଇକ ଏସିଡି ରହିଥାଏ । ଯାହା ତ୍ବଚାର ସରଞ୍ଚନାକୁ ତିଆରି କରିବାରେ ସାହାର୍ଯ୍ଯ କରିବାସହ ଏହାକୁ ଜଳରୋଧକ ଏବଂ ଭଲ ଭାବେ ହାଇଡ୍ରେଟେଡ୍ ରଖିଥାଏ ।

brazil nutsସେଲୋନିୟମ୍ ନଟ୍:

ଗହମ ଇଦ୍ଯାଦିକୁ ଏହା ତିଆରି ହୋଇଥାଏ । କିଛି ଅଧ୍ଯୟନକୁ ଏହା ଜାଣିବାକୁ ମିଳିଛି କି ଏହି ସେଲୋନିୟମ୍ ସ୍ତର ଅଧିକ ହେବା ଦ୍ବାରା ସୂର୍ଯ୍ଯାଲୋକରୁ ତ୍ବଚାକୁ କମ୍ ପ୍ରଭାବ ମିଳିଥାଏ । ଯାହା ଫଳରେ ତ୍ବଚାକୁ କୌଣସି କ୍ଷତି ପହଁଞ୍ଚିନଥାଏ ।

appleସେଓ:

ସେଓରେ ବହୁତ ସାରା ପ୍ରୋଟିନ୍ ରହିଛି ଏବଂ ଏହା ବ୍ରଣର ଶତ୍ରୁ ଅଟେ । ତ୍ବଚା ପାଇଁ ସେଓ ଖାଇବା ଜରୁରୀ । କାରଣ ପ୍ରୋଟିନ୍ ସୁସ୍ଥ ତ୍ବଚା ପାଇଁ ବହୁତ ଦରକାରୀ ଅଟେ ।

waterପାଣି:

ପାଣି ଆପଣଙ୍କ ଶରୀରରେ  ପୋଷଣ ଆଉ ଅକ୍ସିଜେନ୍ ରଖିଥାଏ । ତ୍ବଚାକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିବା ସହ ବିଶେଷ ମହତ୍ତ୍ବପୂର୍ଣ୍ଣ ସାବ୍ଯସ୍ତ ହୋଇଥାଏ । ତେଣୁ ଠିକ୍ ପରିମାଣରେ ପାଣି ପିଇବା ଆବଶ୍ଯକ ଅଟେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.