ଆଳୁଠୁ ଆରମ୍ଭ କରି ଭାତ ପର୍ଯ୍ୟନ୍ତ ଏହି ୯ଟି ଜିନିଷକୁ ବାସି ହେବା ପରେ ଆଦୌ ଗରମ କରନ୍ତୁନି, ପାଲଟିଯିବ ବିଷ

ଆମେ ପ୍ରତିଦିନ ଖାଇସାରିବା ପରେ ଯଦି କିଛି ଖାଦ୍ୟ ବଳେ ତେବେ ତାକୁ ଫ୍ରିଜ୍‌ରେ ରଖି ପରଦିନ ଗରମ କରି ଖାଇଥାଉ। ପ୍ରାୟ ସବୁ ଲୋକ ଏଭଳି କରିଥାନ୍ତି। କିନ୍ତୁ ଏଭଳି କରିବା ବେଳେବେଳେ ଜୀବନ ପ୍ରତି ବିପଦ ଆଣିପାରେ। କାରଣ ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଏହି ଖୁଲାସା ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟପଦାର୍ଥକୁ ପୁନର୍ବାର ଗରମ କରି ଖାଇବା ଅନୁଚିତ୍‌।

ଅଣ୍ଡା, ବିଟ୍‌, ଆଳୁ, ପାଳଙ୍ଗ, ବ୍ରେଷ୍ଟ ମିଲ୍କ, ଭାତ, ଚିକେନ୍‌, ତେଲ, ତେଲଛଣା ଖାଦ୍ୟ ଆଦିକୁ ବାରମ୍ବାର ଗରମ କରି ଖାଇବାକୁ ବାରଣ କରାଯାଇଛି। କାରଣ ବାରମ୍ବାର ଗରମ କଲେ ଏଥିରେ ଥିବା ଖାଦ୍ୟସାର ନଷ୍ଟ ହେବା ସହ ଏହା ବିଷାକ୍ତ ହୋଇଯାଏ। ଫଳରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁ-ପ୍ରଭାବ ପଡ଼ିଥାଏ।

ଅଣ୍ଡାକୁ କିଛି ସମୟ ରଖିବା ପରେ ତାହାର ସ୍ୱାଦ ବଦଳିଯାଏ। କେବଳ ପାଟି ନୁହେଁ, ଦେହ ପାଇଁ ମଧ୍ୟ ଏହା ହାନିକାରକ ହୋଇଥାଏ। ଏଣୁ କେବେ ବି ବାସି ଅଣ୍ଡାକୁ ଗରମ କରି ଖାଇବେ ନାହିଁ। ସେହିପରି ଆଳୁକୁ ମଧ୍ୟ ପୁନର୍ବାର ଗରମ କଲେ ଏହା ଅତ୍ୟଧିକ ସିଝିଯାଏ। ଫଳରେ ଏଥିରେ କ୍ଲୋଷ୍ଟିଡିୟମ୍‌ ବୋଟୁଲିୟମ୍‌ ବଢ଼ିଯାଏ। ଏହା ଦ୍ୱାରା ବୋଟୁଲିଜମ୍‌(ସଢ଼ା ଖାଦ୍ୟ ଖାଇବା ଦ୍ୱାରା ହେଉଥିବା ରୋଗ) ହୋଇଥାଏ। ସେହିପରି ପାଳଙ୍ଗ ଶାଗକୁ ଗରମ କରି ଖାଇଲେ ଏଥିରେ କ୍ୟାନ୍‌ସର ସୃଷ୍ଟି କରିବା ପଦାର୍ଥ ସୃଷ୍ଟି ହୁଏ। ଏଣୁ ଏସବୁ ଖାଦ୍ୟକୁ କେବେ ବି ଗରମ କରି ଖାଆନ୍ତୁ ନାହିଁ। ନଚେତ୍‌ ରୋଗାଗ୍ରସ୍ତ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.