ଶରୀରରେ ଟକ୍ସିନର ମାତ୍ରା କମାଇବା ସହ ତ୍ୱଚାକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପିଅନ୍ତୁ ସେଓ-ଗାଜର-ବିଟ ଜୁସ

କରୋନ ଭାଇରସର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଲୋକମାନେ ଖାଇବା ପିଇବା ଉପରେ ମଧ୍ୟ ଅନେକ ସତର୍କ ରହୁଛନ୍ତି । ଏହି ସମୟରେ ସେହି ଫଳ ଆଦି ଖାଦ୍ୟ ଖାଇବା ଆବଶ୍ୟକ ଯାହା ଆପଣଙ୍କ ଶରୀରରେ ଇମ୍ୟୁନିଟି ବୁଷ୍ଟ କରିବ । ଏଥିପାଇଁ ଆପଣଙ୍କୁ ଏବିସି(ABC) ଡିଟକ୍ସ ଡ୍ରିଙ୍କସ ସେବନ କରିବା ଆବଶ୍ୟକ । ଶରୀରରେ ଶକ୍ତି ପ୍ରଦାନ କରିବାରେ ଏହି ପାନୀୟ ଖୁବ ସାହାଯ୍ୟ କରେ । ଏହା ପୋଷକ ତତ୍ତ୍ୱରେ ଭରପୂର । ଏହା ତ୍ୱଚା ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ ।

ତେବେ ଏବିସି ଡିଟକ୍ସ ଡ୍ରିଙ୍କସ୍ କଣ ଜାଣନ୍ତି କି?

ସେଓ, ବିଟ ଓ ଗାଜର ଡିଟକ୍ସ ଡ୍ରିଙ୍କସ ହୋଇଥିବାରୁ ଏହାକୁ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା ଲିଭର, କିଡନୀ, ଅନ୍ତନଳୀ ଓ ତ୍ୱଚାରୁ ଟକ୍ସିନ ବାହାର କରିଥାଏ । ଏହାଦ୍ୱାରା ଶରୀର ସୁସ୍ଥ ସହ ଉଜ୍ୱଳ ଦିଶେ ।

ସେଓ:

ସେଓରେ ଅଧିକ ମାତ୍ରାର ପୋଷକ ତତ୍ତ୍ୱ ଭରପୂର ହୋଇ ରହିଥାଏ । ଭିଟାମିନ ଏ, ବି୧, ବି୨, ବି୬, ଫୋଲେଟ, ନିୟାସିନ, ଜିଙ୍କ, କପର ଏବଂ ପୋଟାସିୟମ ଭଳି ଗୁଣ ମହଜୁଦ ରହିଛି । ଏଥିରେ ଥିବା ଫ୍ଲୋ ବୋନାଇଡ ଲିଭର ବା ଯକୃୃତରୁ ଟକ୍ସିନ ବାହାର କରିଥାଏ । ଭିଟାମିନ ସି କାରଣରୁ ଶରୀରରେ ଇମ୍ୟୁନିଟି ପାୱାର ବଢ଼ିଥାଏ ।

ବିଟ:

ବିଟରେ ଫୋଲେଟ, ପୋଟାସିୟମ, ଆଇରନ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ । ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇବା ସହ ଶରୀରରେ ଥିବା ଖରାପ କୋଲେଷ୍ଟ୍ର୍ରରଲକୁ ନିୟନ୍ତ୍ରିତ ରଖିଥାଏ । ଏହା ଯକୃତକୁ ସୁରକ୍ଷିତ ରଖିଥାଏ ।

ଗାଜର:

ଗାଜରରେ ଭିଟାମିନ ବି୧, ବି୨, ବି୩, ନିୟାସିନ, ଫୋଲେଟ ଏବଂ ପେଣ୍ଟୋଥେନିକ ଏସିଡ ସହ କ୍ୟାଲସିୟମ, ପୋଟାସିୟମ, ମାଗ୍ନେସିୟମ ଓ ସିଲେନିୟମ ରହିଥାଏ । ଫାଇବର ପରିମାଣ ଏଥିରେ ଅଧିକ ରହିଛି । ଏହାକୁ ଖାଇବା ଦ୍ୱାରା ଆଖି ସମସ୍ୟା ଦୂର ହୁଏ । ଶରୀରରେ ଟକ୍ସିନକୁ ବାହାର କରିବା ସହ ମନକୁ ସୁସ୍ଥ ରଖିଥାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.