ରାଜ୍ୟରେ କମୁଛି ସଂକ୍ରମଣ, ଆଜି ୫୨୩୫ କରୋନା ସଂକ୍ରମିତ ଚିହ୍ନଟ, ୪୩ ମୃତ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ୭ ପ୍ରତିଶତକୁ ଖସିଲା ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ୭.୯୭ ପ୍ରତିଶତ । ଯାହାକି ଗତକାଲି ଥିଲା ୮.୭୫ ପ୍ରତିଶତ। ୨୪ ଘଣ୍ଟାରେ ୬୫ ହଜାର ୬୩୫ ଟେଷ୍ଟିଂ ହୋଇଥିବାବେଳେ ୫ ହଜାର ୨୩୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜ । ଖୋର୍ଦ୍ଧାରୁ ସର୍ବାଧିକ ୭୨୬ ଆକ୍ରାନ୍ତ ହୋଇଛନ୍ତି । କଟକରୁ ୫୫୭, ଯାଜପୁରରୁ ୩୯୪, ବାଲେଶ୍ୱରରୁ ୩୨୦ ଓ ମୟୂରଭଞ୍ଜରୁ ୨୮୫ ନୂଆ କେସ୍‌ ଆସିଛି। କେବଳ ଏହି ୫ ଜିଲ୍ଲାରୁ ୨ ହଜାର ୨୮୨ ରହିଛି କରୋନା କେସ୍‌। ଆକ୍ଟିଭ୍‌ କେସ୍‌ ରହିଛି ୬୬ ହଜାର ୨୨୬ । ୧୨ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.