Below header

କରୋନା ଦାଉରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଆୟୁର୍ବେଦ ଉପାୟ

କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପି ଏକ ପ୍ରକାର ଭୟର ବାତାବରଣ ଛାଇ ରହିଛି । ସମଗ୍ର ବିଶ୍ୱରେ ଏଯାବତ ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ଏଯାବତ ୨୯ ଜଣଙ୍କ ଠାରେ ଏହି ବିସାଣୁ ଠାବ ହୋଇ ସାରିଲାଣି । ଏହି ୨୯ ଜଣଙ୍କ ଭିତରୁ ୧୪ ଜଣ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୮ ଜଣ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଆଉ ସବୁଠୁ ଦୁର୍ଭାଗ୍ୟଜନକ ହେଉଛି ଏହି ରୋଗକୁ ନେଇ ଏବେପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାର କରାଯାଇନାହିଁ । ତେଣୁ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଲେ ହିଁ ଏହି ମାରାତ୍ମକ ଭୁତାଣୁରୁ ରକ୍ଷା ମିଳିପାରିବ । ଏହିପରି ମାରାତ୍ମକ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ କଣ ପଦକ୍ଷେପ ନିଆ ଯାଇପାରିବ ସେ ବିଷୟରେ ଆଜି ଜାଣି ରଖନ୍ତୁ ।

ayurveda

– ଶୀତ ଦିନେ ଏମିତିରେ ଶରୀର ଦୁର୍ବଳ ଥାଏ । ତେଣୁ ତୁଳସୀ, ଅଦା, ଲବଙ୍ଗ, ଗୋଲମରିଚ, ସୁଣ୍ଠୀ ,ଗିଲୟ, ପିପ୍ପଳକୁ ପାଣି ବା କ୍ଷୀରରେ ଫୁଟାଇ ଦିନକୁ ଦୁଇ ରୁ ତିନି ଥର ସେବନ କରନ୍ତୁ । ନଚେତ ବଜାରରେ ମିଳୁଥିବା ଶୁଣ୍ଠୀ, ଗୋଲମରିଚ ଓ ପିପ୍ପଳ ମିଶ୍ରଣ ଗୁଳି ତ୍ରିକଟୁ ବି ଆପଣ ବ୍ୟବହାର କରିପାରିବେ ।

– ଆୟୁଷ ମନ୍ତ୍ରାଳୟର ଡାକ୍ତର ଡ଼. ଏମକେ ତାନେଜ୍ଜା ସତର୍କ କରାଇଛନ୍ତିକି, ଯେତେଦୂର ସମ୍ଭବ ସାମୁଦ୍ରିକ ଖାଦ୍ୟ ଓ ଆମିଷ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

– ଘରେ କିମ୍ବା ଅଫିସରେ ପହଞ୍ଚିବା ପରେ ଅତି କମରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ନିଜ ହାତକୁ ଉତ୍ତମ କମ୍ପାନୀର ସାବୁନରେ ଭଲଭାବେ ଧୁଅନ୍ତୁ । ଦରକାର ପଡିଲେ ଟିସୁ ପେପର ବ୍ୟବହାର କରନ୍ତୁ । ଟିସୁ ପେପର ଥରେ ବ୍ୟବହାର କରିବା ପରେ ଦ୍ଵିତୀୟ ଥର ଆଉ ବ୍ୟବହାର କରନ୍ତୁ ନାହିଁ ।

ayurveda

– ଡାକ୍ତରଙ୍କ ଅନୁଯାୟୀ କ୍ଷୀରରେ ହଳଦୀ, କିସମିସ କିମ୍ବା ଖଜୁରୀ ଫୁଟାଇ ପିଇଲେ ବି ଶରୀରର ରୋଗ ପ୍ରତିରୋଧି ଶକ୍ତି ବୃଦ୍ଧି ପାଇଥାଏ । ଛୋଟ ପିଲା ତଥା ବୟସ୍କ ବ୍ୟକ୍ତି ଏହାର ସେବନ କରିବା ନିହାତି ଜରୁରୀ । ଗିଲୟ, ଭୂଇଁ ଅଁଳା, କମଳା, ମୋୖସମ୍ଭି, ଅଙ୍ଗୁର ଆଦିର ସେବନ ନିୟମିତ ଭାବେ କରାଯିବା ଦରକାର ।

– ଏସବୁ ବ୍ୟତୀତ ଚିକିତ୍ସକଙ୍କ ଉପଦେଶ ମୁତାବକ ତଳିସାଦୀ ଚୂର୍ଣ୍ଣ , ଶୀତାପଲଡି ଚୂର୍ଣ୍ଣ, ଲକ୍ଷ୍ମୀ ବିଳାସ ରସ, ଚନ୍ଦ୍ର ଅମୃତ ରସ, ଟାଂକନ ଭସ୍ମ, ଅଗସ୍ଥ୍ୟ ହରିତକୀ ଭଳି ଔଷଧ ମାନଙ୍କ ପ୍ରୟୋଗ ବି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.