କ’ଣ ଆପଣ ଅଧିକ ରାଗୁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଅଧିକାଂଶ ସମୟରେ ଆପଣଙ୍କୁ ନିଶ୍ଚୟ କିଛି ନା କିଛି କାରଣରୁ ଅତ୍ୟଧିକ ରାଗ ଆସିଯାଏ। ଏହକାରଣରୁ ଯେତେବେଳେ ଆପଣଙ୍କୁ ରାଗ ଆସୁଛି ସେହି ସମୟରେ ଆପଣ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ। ଆଜ୍ଞା ହଁ ଏକଥା ଶୁଣିବା ପରେ ଆପଣଙ୍କୁ ହସ ଲାଗିପାରେ ସତ କିନ୍ତୁ ଏହି ଉପାୟ ଆପଣେଇବା ଦ୍ୱାରା ଖୁବ୍‌ ଜଲଦି ଆପଣଙ୍କ ରାଗ ଶାନ୍ତ ହୋଇଯିବ। ଅତ୍ୟଦିକ ରାଗ ଆସିବା ସମୟରେ ଆପଣ ୧୦ ରୁ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ।

angry picରାଗ ଆରମ୍ଭ ହେବା ମାତ୍ରେ ଆପଣ ନିଜ ପୋଷାକ ଏବଂ ପିନ୍ଧିଥିବା ଜିନିଷକୁ ଧ୍ୟାନରେ ଦେଖନ୍ତୁ। ବାସ୍ତବରେ ଯେତେବେଳେ ଆପଣ କ୍ରୋଧର ମୂଳ କାରଣ ଭୁଲି ଅନ୍ୟ କୌଣସି ଜିନିଷ ଉପରେ ଧ୍ୟାନ ଦେବେ ସେହି ସମୟରେ ଆପଣଙ୍କ କ୍ରୋଧ ଆପେ ଆପେ ଶାନ୍ତ ହୋଇଯିବ।
ଅଧିକ ରାଗ ଆସିବା ସମୟରେ ଆପଣ ସେଲ୍ଫି ଉଠାନ୍ତୁ। ଆଜ୍ଞା ହଁ ରାଗ ଶାନ୍ତ କରିବାର ଏହା ଏକ ଭଲ ବିକଳ୍ପ। ଯେତେବେଳେ ଆପଣଙ୍କୁ ରାଗ ଆସୁଛି ସେହି ସମୟରେ ଆପର ତୁରନ୍ତ ଏକ ସେଲ୍ଫି ନିଅନ୍ତୁ। ଏବେ ଦେଖନ୍ତୁରାଗରେ ଆପଣଙ୍କ ମୁହଁ କିପରି ଦେଖାଯାଉଛି। ଏପରି କରିବା ଦ୍ୱାରା ଆପଣଙ୍କ ରାଗ ଉଭେଇଯିବା ସହ ମୁହଁରେ ନିଶ୍ଚିନ୍ତ ହସ ଆସିଯିବ।

happy faceଏହାବ୍ୟତୀତ ହସିବା ଦ୍ୱାରା କ୍ରୋଧ ଦୂରେଇଯାଏ। ଆପଣମାନେ ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ୍‌’ରେ ଦେଖିଥିବେ ଡାକ୍ତରଙ୍କୁ ରାଗ ଆସିବା ମାତ୍ରେ ସେ କିଭଳି ହସୁଥିଲେ। ଏହା ସବୁଠାରୁ ଭଲ ଉପାୟ। ନିଜେ ହସନ୍ତୁ ଏବଂ ସାମ୍ନା ଲୋକଙ୍କୁ ମଧ୍ୟ ହସାନ୍ତୁ, ଦେଖିବେ କିଛି ସମୟ ମଧ୍ୟରେ ରାଗ ଆପେ ଆପେ ଦୂରେଇଯିବ।

Leave A Reply

Your email address will not be published.