ବାୟୁ ପ୍ରଦୂଷଣ ଯୋଗୁଁ ହୋଇପାରେ ବ୍ରେଷ୍ଟ କ୍ୟାନ୍ସର, ମହିଳାଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ

ବାୟୁ ପ୍ରଦୂଷଣ ଯୋଗୁଁ ଦ୍ରୁତ ଗତିରେ ବ୍ରେଷ୍ଟ କ୍ୟାନ୍ସର ବଢିବାରେ ଲାଗିଛି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ବିଶ୍ୱର ଅଧିକାଂଶ ମହିଳା ବ୍ରେଷ୍ଟ କ୍ୟାନ୍ସର ରୋଗରେ ପୀଡିତ । ବାୟୁ ପ୍ରଦୂଷଣ ବ୍ରେଷ୍ଟ କ୍ୟାନ୍ସର ଭଳି ରୋଗର ଆଶଙ୍କା ବଢାଇଥାଏ ।

ବାୟୁ ପ୍ରଦୂଷଣ ଯୋଗୁଁ ଦ୍ରୁତ ଗତିରେ ବ୍ରେଷ୍ଟ କ୍ୟାନ୍ସର ବଢିବାରେ ଲାଗିଛି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ବିଶ୍ୱର ଅଧିକାଂଶ ମହିଳା ବ୍ରେଷ୍ଟ କ୍ୟାନ୍ସର ରୋଗରେ ପୀଡିତ । ବାୟୁ ପ୍ରଦୂଷଣ ବ୍ରେଷ୍ଟ କ୍ୟାନ୍ସର ଭଳି ରୋଗର ଆଶଙ୍କା ବଢାଇଥାଏ । ଏହା ସହିତ ପାର୍ଟିକୁଲେଟ ମିଟର ପିଏମ ୨.୫ ଏବଂ ପିଏମ ୧୦, ଯାହା ସମୟ ପୂର୍ବରୁ ହାର୍ଟ ଆଟାକ୍‌ ଏବଂ ଷ୍ରୋକ୍‌ ଦ୍ୱାରା ହେଉଥିବା ମୃତ୍ୟୁର କାରଣ ହୋଇଥାଏ । ଆମେରିକା ଏବଂ ଫ୍ରାନ୍ସରେ ହୋଇଥିବା ଦୁଇଟି ଆନ୍ତର୍ଜାତୀୟ ରିସର୍ଚରୁ ଜଣାପଡିଛି ଯେ, ଘର ଭିତରେ ଏବଂ ବାହାରେ ପାର୍ଟିକୁଲେଟ ମିଟର ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ହେବାର ଆଶଙ୍କା ବଢିଥାଏ ।

ରିସର୍ଚ କଣ କହୁଛି ?
ଏପରି ଅନେକ ରିସର୍ଚ ରହିଛି ଯେଉଁଥିରେ ସ୍ପଷ୍ଟ ଭାବରେ ବିଶ୍ୱାସ କରାଯାଏ ଯେ ପିଏମ ୨.୫, ସଲଫର ଡାଇଅକ୍ସାଇଡ୍‌, ନାଇଟ୍ରୋଜୋନ ଅକ୍ସାଇଡ୍‌ ଏବଂ ଅନ୍ୟ କିଛି କାର୍ବନିକ୍‌ ଗ୍ୟାସ ଯୋଗୁଁ ଅନେକ ପ୍ରକାରର କେମିକାଲ୍‌ ରିଆକ୍ସନ୍‌ ଘଟୁଛି । ଯାହା ସମୟ ପୂର୍ବରୁ ମୃତ୍ୟୁର କାରଣ ହେଉଛି । ଏହା ବିଶେଷ କରି ହୃଦୟ କିମ୍ବା ଫୁସଫୁସ୍‌ ରୋଗ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରୁଛି । ଏହି ବିଷାକ୍ତ ପବନ ଫୁସଫୁସର କାର୍ଯ୍ୟକରିବା କ୍ଷମତାକୁ ପ୍ରଭାବିତ କରିଥାଏ ।

ବାୟୁ ପ୍ରଦୂଷଣ ଏବଂ ବ୍ରେଷ୍ଟ କ୍ୟାନ୍ସର ମଧ୍ୟରେ ଥିବା କନେକ୍ସନ୍‌:
ରିସର୍ଚ ଅନୁସାରେ, ବାୟୁ ପ୍ରଦୂଷଣ ଏବଂ ବ୍ରେଷ୍ଟ କ୍ୟାନ୍ସର ମଧ୍ୟରେ ଥିବା କନେକ୍ସନ ଉପରେ ଅଧିକ ରିସର୍ଚ କରିବାକୁ ପଡିବ । ‘ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁଟ୍‌’ ଜର୍ନାଲରେ ପବ୍ଲିସ୍‌ ହୋଇଥିବା ରିସର୍ଚ ମୁତାବିକ, ଯେଉଁ ବ୍ୟକ୍ତିମାନେ ୨.୫ ପିଏମ କ୍ଷେତ୍ରରେ ରହୁଛନ୍ତି ସେମାନଙ୍କ ମଧ୍ୟରେ ବ୍ରେଷ୍ଟ କ୍ୟାନ୍ସରର ଆଶଙ୍କା ୮ ପ୍ରତିଶତ ବୃଦ୍ଧି ପାଇଛି । ଅନୁସନ୍ଧାନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ୨୦ ବର୍ଷରେ ୫ ଲକ୍ଷ ମହିଳା ଏବଂ ପୁରୁଷଙ୍କ ଉପରେ ଏହି ରିସର୍ଚ କରାଯାଇଥିଲା । ଯେଉଁଥିରେ ୧୫,୮୭୦ ଜଣ ବ୍ରେଷ୍ଟ କ୍ୟାନ୍ସରରେ ପୀଡିତ ଥିଲେ । ରିପୋର୍ଟ ମୁତାବିକ ଭାରତରେ ୧୯୬୫ ଏବଂ ୧୯୮୫ ମଧ୍ୟରେ ବ୍ରେଷ୍ଟ କ୍ୟାନ୍ସର ରୋଗରେ ୫୦ ପ୍ରତିଶତ ବୃଦ୍ଧି ହୋଇଥିଲା । ଅଧ୍ୟୟନରୁ ଜଣାପଡିଛି ୨୦୩୦ ମଧ୍ୟରେ ବ୍ରେଷ୍ଟ କ୍ୟାନ୍ସରର ଗ୍ଲୋବାଲ ଡାଟା ପ୍ରାୟତଃ ୨୦ ଲକ୍ଷ ବଢିବାର ଆଶଙ୍କା ରହିଛି ।

ବ୍ରେଷ୍ଟ କ୍ୟାନ୍ସର ରୋଗର ଲକ୍ଷଣ କଣ?
ବିଭିନ୍ନ ଲୋକଙ୍କଠାରେ ବ୍ରେଷ୍ଟ କ୍ୟାନ୍ସରର ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ । କିଛି ବ୍ୟକ୍ତିଙ୍କଠାରେ ପ୍ରାରମ୍ଭିକ ଲକ୍ଷଣ ଆଦୌ ଦେଖାଯାଇନଥାଏ ।

ବ୍ରେଷ୍ଟ କ୍ୟାନ୍ସର ରୋଗର କେତେକ ଚେତାବନୀ ଲକ୍ଷଣ:
-ବ୍ରେଷ୍ଟ କିମ୍ବା ତା’ ଆଖ ପାଖରେ ନୂଆ ଗଣ୍ଠି ହେବା ।
-ବ୍ରେଷ୍ଟର କୌଣସି ଭାଗ ମୋଟା ହେଇଯିବା କିମ୍ବା ଫୁଲି ଯିବା ।
-ବ୍ରେଷ୍ଟର ତ୍ୱଚା ଜଳିବା ।
-ନିପଲ ଲାଲ ପଡିଯିବା ।
-ବ୍ରେଷ୍ଟର ଆକାର କିମ୍ବା ସାଇଜରେ ପରିବର୍ତ୍ତନ ଦେଖାଦେବା ।
-ବ୍ରେଷ୍ଟର କୌଣସି ବି ସ୍ଥାନରେ ଯନ୍ତ୍ରଣା ହେବା ।
-ନିପଲରୁ ରକ୍ତ ଏବଂ ପାଣି ବାହାରିବା ।

ବ୍ରେଷ୍ଟରେ ଗଣ୍ଠି ମାନେ କଣ?
ଅନେକ କାରଣରୁ ବ୍ରେଷ୍ଟରେ ଗଣ୍ଠି ହୋଇପାରେ । ଯେଉଁଥିରେ କ୍ୟାନ୍ସର ମଧ୍ୟ ଅନ୍ତର୍ଭୁକ୍ତ । କିନ୍ତୁ ଅନେକ ଗଣ୍ଠି ନନ୍‌ କ୍ୟାନ୍ସରସ୍‌ ମଧ୍ୟ ହୋଇଥାଏ । ବ୍ରେଷ୍ଟରେ ଗଣ୍ଠି ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ଫାଇବ୍ରୋଷ୍ଟିକ୍‌ ଯାହା ନନ୍‌ କ୍ୟାନ୍ସରସ୍‌ ହୋଇଥାଏ ଏବଂ ଅନ୍ୟଟି ସିଷ୍ଟ । ଫାଇବ୍ରୋଷ୍ଟିକ୍‌ ଗଣ୍ଠି ସଫ୍ଟ ଏବଂ ଏଥିରେ ଯନ୍ତ୍ରଣା ହୁଏ ନାହିଁ । ସିଷ୍ଟ ଗଣ୍ଠିରେ ଲିକ୍ୱିଡ୍‌ ଭରି ରହିଥାଏ , ଯାହା ଧୀରେ ଧୀରେ ବିକଶିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.