ଏହି ଯୋଗାସନ କଲେ ଲାଇଫରେ କେବେବି ହେବନାହିଁ ଡାଇବେଟିସ୍‌, ଥରେ ଟ୍ରାଏ କରି ଦେଖନ୍ତୁ

ଡାଇବେଟିସ ଏବଂ କବ୍ଜ ଆଜିକାଲିର ଏକ ବହୁତ ବଡ ସମସ୍ୟା ହୋଇ ଛିଡା ହୋଇଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ଠାରେ ସାଧାରଣ ହୋଇଗଲାଣି ଏହି ଦୁଇ ରୋଗ। ତେବେ ଏଥିପାଇଁ ଏକ ବଢ଼ିଆ ଯୋଗାସନ ରହିଛି, ଯାହାର ନାମ ମୟୁରାସନ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁ ବ୍ୟକ୍ତି ନିୟମାନୁସାରେ ଏହି ମୟୁରାସନ ଆସନ କରନ୍ତି ତାହେଲେ ଜୀବନରେ କେବେ ବି ଡାଇବେଟିଜ ହେବନାହିଁ।

ଆସନ କରିବାର ତରିକା

ମୟୁରାସନକୁ କରିବା ପାଇଁ ସର୍ବପ୍ରଥମେ ଆଣ୍ଠୁ ମାଡି ବସିଯାନ୍ତୁ। ଏହାପରେ ଆଗ ଆଡକୁ ନଇଁ ଯାନ୍ତୁ। ଏହାପରେ ଦୁଇ ହାତର କହୁଣୀକୁ ମୋଡି ନାଭି ପାଖାପାଖି ରଖନ୍ତୁ। ଏହାପରେ ଦୁଇ ପାପୁଲିକୁ ଭୂମିରେ ଲଗାଇ ଧିରେ ଧିରେ ନିଜ ବାଲାନ୍ସ ରଖି ଗୋଡକୁ ସିଧା ରଖନ୍ତୁ।

ଏହିପରିଭାବେ ଆପଣଙ୍କ ଶରୀର ସିଧା ଦିଗରେ ରହିଥାଏ ଏବଂ କେବଳ ଆପଣଙ୍କ ହାତ ଭୂମିରେ ଲାଗିଥାଏ। ଏହି ଯୋଗାସନରେ ବାଲାନ୍ସ ରଖିବା ସବୁଠାରୁ ବଡ କଥା। ଏଥିପାଇଁ ଏହି ଆସନରେ ବାଲାନ୍ସ ରଖିବା ବହୁତ ଜରୁରୀ।

mayurକେଉଁମାନେ କରିବେ ନାହିଁ ଏହି ଆସନ

ଯେଉଁମାନଙ୍କର ବ୍ଲଡପ୍ଲେସର, ଟିବି, ହାର୍ଟ ରୋଗ, ଅଲସର କିମ୍ବା ହାର୍ନିଆ ଭଳି ରୋଗ ରହିଛି। ସେମାନେ ଏହି ଆସନକୁ ଡାକ୍ତରଙ୍କ ପରାମର୍ଶ ବିନା କରନ୍ତୁନାହିଁ।

ଏହି ଆସନର ଫାଇଦା

  • ଏହି ଯୋଗାସନ କରିବା ଦ୍ୱାରା ଚେହେରାରେ ଚମକ ବଢ଼ିଥାଏ ଏବଂ ଗ୍ଲୋ ଆସିଥାଏ।
  • କାନ୍ଧ ଏବଂ ହାତ ମଜୁବତ ହୋଇଥାଏ।
  • ମଧୁମେହ ରୋଗକୁ ଦୂର କରିବା ପାଇଁ ମୟୁରାସନ ବହୁତ କାରିଗର ଅଟେ।
  • ଏହି ଆସନକୁ କରିବା ଦ୍ୱାରା ସୁଗାର ପ୍ରୋବଲେମ ହୋଇନଥାଏ।
  • କବ୍ଜ ସମସ୍ୟା ଦୂର ହୋଇଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.