ଗରମ ଦିନରେ ତ୍ବଚାରେ ଲଗାନ୍ତୁ ମକା ଅଟା ଫେସପ୍ଯାକ, ସବୁପ୍ରକାର ସ୍କିନ ପାଇଁ ଫାଇଦାଯୁକ୍ତ

ଆପଣ ପଞ୍ଜାବୀମାନଙ୍କ ଖାଦ୍ଯ ମକ୍କା ରୁଟି ଏବଂ ସୋରିଷ ଶାଗ ବିଷୟରେ ଶୁଣିଥିବେ କିମ୍ବା କେହି କେହି ଖାଇଥିବେ। ଏହା ସ୍ବାଦିଷ୍ଟ ସହିତ ସ୍ବାସ୍ଥ୍ଯ ପାଇଁ ବେଶ ଫାଇଦାଯୁକ୍ତ। ମକା ଅଟା ମାର୍କେଟରେ ବହୁତ ସହଜରେ ମିଳିଥାଏ। ମକା ଅଟା ବ୍ଯବହାର କେବଳ ଖାଇବା ନୁହେଁ ବରଂ ସ୍କିନ ପାଇଁ ବେଶ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଆପଣ ମକା ଅଟାରେ ଫେସପ୍ଯାକ ମଧ୍ୟ ପ୍ରସ୍ତୁତ କରିପାରିବେ। ତେବେ ମକା ଅଟା ଫେସପ୍ଯାକ ତେଲିଆ ତ୍ବଚା ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ।

ତେବେ ଆସନ୍ତୁଜାଣିବା କେମିତି ପ୍ରସ୍ତୁତ କରିବେ ଏହି ଫେସପ୍ଯାକ:

ସାମଗ୍ରୀ: ୧ ଚାମଚ ମକା ଅଟା, ୩ ଚାମଚ କଞ୍ଚା କ୍ଷୀର, ୧ ଚାମଚ ମହୁ।

ବିଧି : ଏଥିପାଇଁ ଏହି ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ। ପ୍ରଥମେ ତ୍ବଚାରେ ଗୋଟେ କୋଟ୍ ଲଗାଇବା ପରେ ଏହାକୁ ଶୁଖିବାକୁ ଦିଅନ୍ତୁ। ଏହା ଅଳ୍ପ ଟିକେ ଶୁଖିଗଲା ପରେ ତା ଉପରେ ଦ୍ବିତୀୟ କୋଟ୍ ଲଗାନ୍ତୁ। ଏହାକୁ ଶୁଖିବା ପରେ ତାଜା ପାଣିରେ ଧୋଇଦିଅନ୍ତୁ।

ମକା ଅଟାରେ କ୍ଲିନିଂ ପ୍ରପୋର୍ଟିଜ ରହିଥାଏ। ଏହା ସ୍କିନକୁ ଭଲଭାବେ ସଫା କରିଥାଏ। ସେହିଭଳି କ୍ଷୀର ମଧ୍ୟ ନ୍ଯାଚୁରାଲ କ୍ଲିଂଜର ଭାବେ କାମ କରିଥାଏ। କଞ୍ଚା କ୍ଷୀର ଲଗାଇବା ଦ୍ବାରା ମୁହଁରୁ ପିମ୍ପଲ ଦୂର ହୋଇଥାଏ। ମହୁ ସ୍କିନକୁ ସଫ୍ଟ କରିବାର କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.