ରାତିରେ ଡେରିରେ ଖାଇବା ଅଭ୍ୟାସ ଆଜି ହିଁ ଛାଡନ୍ତୁ, ନଚେତ ଆପଣଙ୍କ ଅଜାଣତରେ ହୋଇପାରେ ଏହି ସବୁ ସମସ୍ୟା

ବ୍ୟସ୍ତ ବହୁଳ ଜୀବନରେ ସମୟ ବଦଳିବା ସହ ସବୁ ଲୋକମାନେ ମଧ୍ୟ ବଦଳି ଯାଇଥାଆନ୍ତି। ଜୀବନଶୈଳୀ ମଧ୍ୟ ବଦଳି ଯାଇଥାଏ। ପୂର୍ବରୁ ଲୋକମାନେ ସକାଳୁ ରାତିରେ ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠୁଥିଲେ। କିନ୍ତୁ ବର୍ତ୍ତମାନର ଆଧୁନିକ ଜୀବନଶୈଳୀରେ ଲୋକମାନେ ରାତିରେ ଡେରିରେ ଶୋଉଛନ୍ତି। ଆଧୁନିକ ଯୁଗରେ ବ୍ୟସ୍ତତା ଯୋଗୁଁ ଅନେକ ବ୍ୟକ୍ତି ରାତିରେ ଡେରିରେ ଖାଦ୍ୟ ଖାଉଛନ୍ତି।

ଏପରି କରିବା ଜଣ ଜଣଙ୍କର ପସନ୍ଦ ମଧ୍ୟ ହୋଇଥାଏ କିନ୍ତୁ ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଅନେକ ରୋଗର ସାମ୍ନା କରିବାକୁ ମଧ୍ୟ ପଡିଥାଏ। ତେବେ ଆଜି ଆମେ ଜଣାଇବୁ ରାତିରେ ଡେରୀରେ ଖାଦ୍ୟ ଖାଇବା ଦ୍ବାରା ଶରୀରକୁ କଣ ସବୁ କ୍ଷତି ପହଁଚିଥାଏ।

sleepଡେରିରେ ଖାଇବା ଦ୍ବାରା ନିଦ ଠିକ ଭାବେ ହୋଇ ନ ଥାଏ। ଏହାର ପ୍ରଭାବରେ ଶରୀରରେ ହର୍ମୋନର ସନ୍ତୁଳନ ନଷ୍ଟ ହୋଇଯାଇଥାଏ। ଯାହାଦ୍ବାରା ବ୍ୟକ୍ତିଙ୍କ ଓଜନ ବୃଦ୍ଧି ହୋଇଥାଏ। ରାତିରେ ଶରୀରକୁ ଦିନ ଅପେକ୍ଷା କମ ମେଟାବୋଲିଜିମ ମିଳିଥାଏ। ଏହି କାରଣରୁ ଶରୀରକୁ ରାତିରେ ଅଧିକ କ୍ୟାଲୋରୀ ମିଳି ପାରି ନ ଥାଏ। ଏହି କାରଣରୁ ବ୍ୟକ୍ତି ମୋଟା ହୋଇ ଯାଇଥାଆନ୍ତି।

ଏହା ସହ ପଢ଼ନ୍ତୁ : ମିଠା ଖାଇବା ପସନ୍ଦ କି ? ତେବେ ଆଜି ହିଁ ପ୍ରସ୍ତୁତ କରନ୍ତୁ କ୍ୟାଲୋରୀ ଡ୍ରାଏ ଗୋଲାପ ଜାମୁ

ଖାଦ୍ୟ ଖାଇବା ପରେ ବେଳେବେଳେ ଛାତି ପୋଡା ଓ ଏସିଡିଟି ସମସ୍ୟା ଦେଖା ଦେଇଥାଏ। ତେଣୁ ନିଜ ଖାଦ୍ୟପେୟରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ନଚେତ ଏହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବ। ତେଣୁ ରାତିରେ ଡେରିରେ ଖାଦ୍ୟ ନ ଖାଇ ଠିକ ସମୟରେ ଖାଦ୍ୟ ଖାଇବା ଉଚିତ। ଏପରି କରିବା ଦ୍ବାରା ହଜମ କ୍ରିୟା ସଠିକ ଭାବେ ହୋଇଥାଏ।

fatରାତିରେ ଡେରିରେ ଖାଦ୍ୟ ଖାଇବା ଦ୍ବାରା ଶୋଇବାରେ ଅନେକ ଅସୁବିଧା ହୋଇଥାଏ। ରାତିରେ ଠିକ ଭାବେ ନ ଶୋଇବା ଦ୍ବାରା ଗ୍ୟାଷ୍ଟିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ଏପରି ଜୀବନଶୈଳୀ ଯୋଗୁଁ ଆମକୁ ହୃଦ୍ ରୋଗ, ମଧୁମେହ ରୋଗ ମଧ୍ୟ ହୋଇପାରେ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ରାତିରେ ଡେରିରେ ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ବଢି ଯାଇଥାଏ। ଏହାଦ୍ବାରା ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ବ୍ୟକ୍ତି ଅନେକ ରୋଗର ଶିକାର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.