କ୍ଷୀର ପିଇବା ପୂର୍ବରୁ ଭୁଲ ରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନଚେତ ଶରୀରରେ ଦେଖାଦେବ ଜଟିଳ ସମସ୍ୟା

ନିୟମିତ ଭାବେ କ୍ଷୀର ପିଇବା ଯେ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ତାହା ତ ସମସ୍ତଙ୍କୁ ଜଣା । ଗାଈ ଠାରୁ ମିଳୁଥିବା ଏହି ଅମୃତ ରସରେ ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ୱ, ଭିଟାମିନ, ମିନେରାଲସ ଭରପୁର ମାତ୍ରାରେ ଥାଏ । ଯାହାକି ଶରୀରକୁ ସୁସ୍ଥ ରଖିବା ସହ ବଳ ଯୋଗାଇଥାଏ । କିନ୍ତୁ ହୁଏତ ଖୁବ କମ ଲୋକଙ୍କୁ ଜଣା ଥିବ କ୍ଷୀର ପିଇବା ପୂର୍ବରୁ ବା ପରେ ଅନେକ ଖାଦ୍ୟ ପେୟ ଗ୍ରହଣ କରିବା ଉଚିତ ନୁହେଁ ବୋଲି । ଏମିତି କରିବା ଦ୍ୱାରା ଶରୀର ଉପରେ ଏକ ପ୍ରକାର ନକାରାତ୍ମକ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣି ରଖିବା ସେସବୁ ବିଷୟରେ :

milk

୧. ଆମ ମଧ୍ୟରୁ ଅଧିକାଂଶ ଲୋକେ ବିଭିନ୍ନ ଖାଦ୍ୟ ପଦାର୍ଥରେ ରାଶି ବା ଲୁଣର ବ୍ୟବହାର କରିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତିକି ରାଶି କିମ୍ବା ଲୁଣ ସେବନ ପରେ ଜମା ବି କ୍ଷୀର ପିଇବା ଉଚିତ ନୁହେଁ । ଏମିତି କଲେ ଶରୀର ଉପରେ ହାନିକାରକ ପ୍ରଭାବ ପଡିଥାଏ ।

୨. ଅନ୍ୟ ସମସ୍ତ ଡ଼ାଲି ସହିତ ଅଧିକାଂଶ ଭାରତୀୟ ମାନେ ବିରି ଡ଼ାଲି ଖାଇବାକୁ ବି ପସନ୍ଦ କରନ୍ତି । କିନ୍ତୁ ଜାଣି ରଖିବା ଉଚିତ କି ବିରି ଡ଼ାଲି ଖାଇବା ପରେ କ୍ଷୀର ବର୍ଜନ କରିବା ଉଚିତ । ଏମିତିକି କ୍ଷୀର ଜାତୀୟ ଖାଦ୍ୟପେୟ ବି ଖାଇବା ଉଚିତ ନୁହେଁ ।

milk

୩. ସାଇଟ୍ରିକ ଏସିଡ ଯୁକ୍ତ ଖଟା ଫଳ ସେବନ କରି ତୁରନ୍ତ କ୍ଷୀର ପିଇବା ଉଚିତ ନୁହେଁ । ଏମିତି କଲେ ଶରୀର ଉପରେ କୁପ୍ରଭାବ ପଡିଥାଏ ।

୪. ମାଛ ଖାଇବା ପରେ ତୁରନ୍ତ ଦୁଧ ପିଇବା ଉଚିତ ନୁହେଁ । ଏମିତି କଲେ ଶରୀରର ପାଚନ କ୍ରିୟା ପ୍ରଭାବିତ ହୋଇଥାଏ । ଖାଲି ମାଛ ନୁହେଁ କୌଣସି ପ୍ରକାର ଆମିଷ ଖାଦ୍ୟ ଖାଇବା ପରେ ବା ପୂର୍ବରୁ ଦୁଧ ବର୍ଜନ କରିବା ଉଚିତ । ଆମିଷ ଓ କ୍ଷୀର ଏକାଠି ଖାଇଲେ ପାଚନ କ୍ରିୟା ବାଧାପ୍ରାପ୍ତ ହୋଇଥାଏ ।

milk

୫. ଏମିତି ତ ଆମେ ନିୟମିତ ଭାବେ ଦହି ଖାଇଥାଉ । କିନ୍ତୁ ଏହା ଏକ କ୍ଷୀର ଜାତ ଦ୍ରବ୍ୟ ହୋଇଥିଲେ ବି ଏହାର ସେବନ ପରେ କ୍ଷୀର ପିଇବା ଜମା ବି ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.