Below header

ଗର୍ଭବତୀ ମହିଳାଙ୍କ ପାଇଁ ଖାସ୍‌ ଟିପ୍ସ: ଟ୍ରାଭେଲ କରିବା ସମୟରେ ଧ୍ୟାନରେ ରଖନ୍ତୁ ଏହି ୫ଟି କଥା

ମା’ ହେବାକୁ ଯାଉଥିବା ମହିଳାମାନେ ଅନେକ କଥା ଉପରେ ଧ୍ୟାନ ରଖିବା ଉଚିତ। କେମିତି ଚାଲିବେ, କେମିତି ବସିବେ, କ’ଣ ଖାଇବେ, କ’ଣ ପିଇବେ, ଏ ସବୁ ଉପରେ ଏକ୍ସଟ୍ରା ଫୋକସ୍‌ କରିବା ଉଚିତ। ତେବେ ପ୍ରେଗ୍‌ନାନ୍ସି ବେଳେ ଯଦି ଆପଣ କେଉଁଠାରୁ ଟ୍ରାଭେଲ କରୁଛନ୍ତି, ତା’ହେଲେ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ। ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଟିପ୍ସ ଦେବାକୁ ଯାଉଛୁ। ଆସନ୍ତୁ ଜାଣିବା ସେ ବିଷୟରେ।

t2

୧. ଟ୍ରାଭେଲ୍‌ ପିରିୟଡ୍‌ ବାଛନ୍ତୁ

ପ୍ରେଗନାନ୍ସିର ପ୍ରଥମ ଟ୍ରାଇମେଷ୍ଟର ଅର୍ଥାତ୍‌ ୧ରୁ ୩ ମାସ ସମୟ ବହୁତ ଦୁର୍ବଳ ଲାଗିଥାଏ। ବାନ୍ତି, ମର୍ଣ୍ଣିଂ ସିକ୍‌ନେସ ଆଦି ସମସ୍ୟା ଦେଖାଦେଇଥାଏ। ତେଣୁ ଏହି ମାସରେ କୌଣସି ପ୍ରକାର ରିସ୍କ ନେବା ଉଚିତ ନୁହେଁ। ଥାର୍ଡ ଟ୍ରାଇମେଷ୍ଟର ଅର୍ଥାତ୍‌ ୭ରୁ ୯ ମାସ ସମୟ ବେବି ବମ୍ପ୍‌ ବଡ଼ ହୋଇଯାଇଥାଏ ଏବଂ ମହିଳାଙ୍କ ପାଇଁ ବସିବା, ଉଚିବା, ଚାଲିବା ଆଦି ଅସୁବିଧା ହୋଇଥାଏ। ତେଣୁ ଆପଣ ସେକେଣ୍ଡ ଟ୍ରାଇମେଷ୍ଟର ଅର୍ଥାତ୍‌ ୩ରୁ ୬ ମାସ ସମୟ ଭିତରେ ଟ୍ରାଭେଲ କରିପାରିବେ।

୨. ଧ୍ୟାନର ସହ ବାଛନ୍ତୁ ଡେଷ୍ଟିନେଶନ

ଆପଣ କୌଣସି ପାହାଡ଼ିଆ ସ୍ଥାନ, ଶୂନ୍‌ଶାନ କିମ୍ବା ଶାନ୍ତ ଜାଗା ବାଛନ୍ତୁ ନାହିଁ। ଯେଉଁ ସ୍ଥାନକୁ ବାଛିବେ, ଧ୍ୟାନ ରଖିବେ ଯେପରି ସେଠାକାର ପରିବେଶ ସୁସ୍ଥ ତଥା ସ୍ୱଚ୍ଛ ଥିବ, ପିଇବା ପାଣି ସ୍ୱାସ୍ଥ୍ୟକର ଥିବ, କୌଣସି ରୋଗର ଆଶଙ୍କା ନ ଥିବ, ଆଖାପାଖରେ ହସ୍ପିଟାଲ ଏବଂ ଡାକ୍ତର ଥିବେ।

Pregnant woman traveling by bus

୩. ସ୍ନାକ୍ସ ଏବଂ ଫଳ କ୍ୟାରୀ କରନ୍ତୁ

ଆପଣ ଫ୍ଲାଇଟ୍‌, ଟ୍ରେନ୍‌, ବସ୍‌ କିମ୍ବା କାର୍‌ ଯେଉଁଥିରେ ବି ଟ୍ରାଭେଲ କରୁଛନ୍ତି, ହେଲ୍‌ଦି ସ୍ନାକ୍ସ ଏବଂ ଫଳ ସାଙ୍ଗରେ ରଖନ୍ତୁ। କାରଣ, ଲମ୍ବା ସମୟ ଧରି ଭୋକିଲା, ଶୋଷିଲା ରହିବା ଦ୍ୱାରା ଆପଣଙ୍କୁ ଡିହାଇଡ୍ରେଶନର ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ଜଳଖିଆ, ଖାଦ୍ୟପେୟ ଜିନିଷ ସବୁବେଳେ ପାଖରେ ରଖନ୍ତୁ।

୪. କମ୍‌ ଜିନିଷ ପ୍ୟାକ୍‌ କରନ୍ତୁ

ପ୍ରେଗ୍‌ନାଣ୍ଟ ମହିଳାଙ୍କ ଶରୀର ଜଲ୍‌ଦି ଥକିଯାଇଥାଏ। ତେଣୁ ଯେତେ ସମ୍ଭବ ନିଜ ସୁଟ୍‌କେଶକୁ ହାଲୁକା ରଖନ୍ତୁ ଏବଂ କମ୍‌ ଜିନିଷ ପ୍ୟାକ୍‌ କରନ୍ତୁ। ପ୍ରେଗ୍‌ନାନ୍ସି ସମୟରେ ଆପଣ ଷ୍ଟ୍ରେସ୍‌ ଫ୍ରି ରହିବା ଏବଂ ରିଲାକ୍ସ କରିବା ବହୁତ ଜରୁରୀ ହୋଇଥାଏ।

t66

୫. ଡାକ୍ତରଙ୍କ ପରାମର୍ଶ ଜରୁରୀ

ଟ୍ରିପ୍‌ ପ୍ଲାନ୍‌ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ। ଡାକ୍ତରଙ୍କୁ ଭେଟି ସାରିବା ପରେ ଟ୍ରାଭେଲ ପ୍ଲାନ୍‌ କରନ୍ତୁ। ଏହାସହିତ ନିଜ ମେଡିକାଲ କିଟ୍‌ ସାଙ୍ଗରେ ରଖନ୍ତୁ। ଏହାଛଡ଼ା ଡାକ୍ତରଙ୍କୁ ପଚାରି ସାଧାରଣ ଔଷଧଗୁଡ଼ିକୁ ମଧ୍ୟ ନେଇକି ଯାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.