ଖଣ୍ଡେ ଜାଇଫଳ ଦୂର କରିପାରିବ ବହୁତ ଦିନର ପୁରୁଣା ଦାଗ, ଜାଣନ୍ତୁ କିପରି

ଜାଇଫଳ ଏଭଳି ଏକ ମସଲା ଯାହା ସମସ୍ତଙ୍କ ରୋଷେଇ ଘରେ ରହିଥାଏ। ଏହା କେବଳ ଖାଦ୍ୟର ସ୍ୱାଦ ବଢାଇନଥା ବରଂ ସୁଗନ୍ଧିତ ମଧ୍ୟ କରିଥାଏ। ଏଥିରେ ଅନେକ ଗୁଣ ଭରି ରହିଥାଏ, ଯାହା ଫଳରେ ଏହା କେବଳ ରୋଷେଇ ଘର ନୁହେଁ ବରଂ ତ୍ୱଚା ଏବଂ ଶାରୀରିକ ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ। ଜାଇଫଳରେ ମ୍ୟାଗ୍ନେସିୟମ, ମାଙ୍ଗାନିଜ୍‌, ତମ୍ବା, ବି୧ ଏବଂ ବି ୬ ଭଳି ଅନେକ ଖଣିଜ ପଦାର୍ଥ ରହିଥାଏ। ଏହିକାରଣରୁ ପ୍ରାଚୀନ କାଳରୁ ଏହାର ବ୍ୟବହାର ହୋଇଆସୁଛି। ତେବେ ଜାଣନ୍ତୁ ଜାଇଫଳ ଦ୍ୱାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ।

jaiphal-ଅନେକ ଥର ଶରୀରରେ ପୁରୁଣା ଖଣ୍ଡିଆର ଚିହ୍ନ ରହିଯାଇଥାଏ। ଏଥିପାଇଁ ଯଦି ଆପଣ ସେହି ପୁରୁଣା ଦାଗକୁ ଲିଭାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଜାଇଫଳରେ ସୋରିଷ ତେଲ ମିଶାଇ ମାଲିସ୍‌ କରିବା ଦ୍ୱାରା ଦାଗ ଆପେ ଆପେ ଗାୟବ ହୋଇଯାଇଥାଏ।
ଅନେକ ଲୋକମାନଙ୍କୁ ରାତିରେ ଭଲଭାବେ ନିଦ ହୋଇନଥାଏ। ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଥାଏ ତେବେ ଆପଣ ପ୍ରତ୍ୟେକ ଦିନ ରାତିରେ ଗୋଟିଏ ଜାଇଫଳ ଘୋରି ଏହାର ରସକୁ ଗରମ କ୍ଷୀରରେ ମିଶାଇ ଶୋଇବା ପୂର୍ବରୁ ପିଅନ୍ତୁ। ଏପରି କରିବା ଦ୍ୱାରା ମାନସିକ ଶାନ୍ତି ରହିବା ସହ କୌଣସି ପ୍ରକାର ଚିନ୍ତା ରହିନଥାଏ।

jai phalଜାଇଫଳରେ ଆଣ୍ଟି-ମାଇକ୍ରୋବିୟଲ ଏବଂ ଆଣ୍ଟି-ଇଂଫ୍ଲୋମେଟରୀ ଗୁଣ ରହିଥାଏ, ଯାହା ତ୍ୱଚାରେ ଥିବା ବ୍ରଣ ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ। ଜାଇଫଳକୁ ଘୋରି ଏହାର ରସକୁ କିଛି ବୁନ୍ଦା କ୍ଷୀର କିମ୍ବା ଗୋଲାପ ଜଳରେ ମିଶାଇ ବ୍ୟବହାର କରିପାରିବେ। ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ହାଲୁକା ଉଷୁମ ପାଣିରେ ଧୋଇଦିଅନ୍ତୁ।

ସେହିଭଳି ଶରୀରର ଯେଉଁ ଅଙ୍ଗ ଉପରେ ପ୍ରଭାବ ପଡିଥାଏ ସେହି ସ୍ଥାନରେ ଯଦି ଜାଇଫଲକୁ ପାଣିରେ ଘୋରି ପ୍ରତିଦିନ ଲେପ ଦିଆଯାଏ ତେବେ ଚମତ୍କାରୀ ପରିଣାମ ଦେଖିବାକୁ ମିଳିଥାଏ। ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ନିୟମିତ ଏପରି କରିବା ଦ୍ୱାରା ଶରୀରର ପ୍ରଭାବିତ ହୋଇଥିବା ଅଙ୍ଗଟି ଧିରେ ଧିରେ ଠିକ୍‌ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.