ଗୁଗଲ ପ୍ଲେ ଷ୍ଟୋରରେ ଏମିତି ପାଇପାରିବେ ରିଫଣ୍ଡ, ଜାଣନ୍ତୁ କ’ଣ ରହିଛି ପୂରା ପ୍ରୋସେସ

ଗୁଗଲ ପ୍ଲେ ଷ୍ଟୋରରେ ଏବେ ଲକ୍ଷାଧିକ ସଂଖ୍ଯାରେ ଆପ୍ସ ରହିଛି। ଏମିତି ଆପ୍ସରେ ଏମିତି କେତେକ ଆପ୍ ରହିଛି, ଯାହା ଫ୍ରି ରହିଥାଏ। ଏମିତି କିଛି ଆପ୍ସ ରହିଛି, ଯାହାକୁ ଆକ୍ସେସ କରିବା ପାଇଁ ପେମେଣ୍ଟ ମଧ୍ୟ ଦେବାକୁ ପଡିଥାଏ। ବିନା ପଇସା ଦେଇ ଏଗୁଡିକ ଡାଉନଲୋଡ କରିବା ସମ୍ଭବ ହୋଇନଥାଏ। ଅନେକ ଥର ଏମିତି ବି ହୋଇଥାଏ, ଯେଉଁ ଆପ୍ ଆପଣ କିଣିଛନ୍ତି, ତାହା ଆପଣଙ୍କ କେଉଁ କାମରେ ଆସିଥାଏ, ତାହା ଆପଣଙ୍କୁ ଜଣାନଥାଏ। ତେବେ ଯଦି ଆପଣ ଏମିତି କିଛି ପଇସା ଦେଇଛନ୍ତି, ତେବେ ୟୁଜର୍ସ ଏହାକୁ ରିଫଣ୍ଡ ଭାବେ ମଧ୍ୟ ପାଇପାରିବେ।
ଗୁଗଲ ରିଫଣ୍ଡ ପଲିସି ନିଜ ୱେବସାଇଟରେ ପ୍ରଦାନ କରିଛି। ଯଦି ରିଫଣ୍ଡ ଗୁଗଲକୁ ମଞ୍ଜୁର ହୋଇଥାଏ ତେବେ ସାଧାରଣତଃ ୩ରୁ ୫ ଦିନ ମଧ୍ୟରେ ପଇସା ଫେରିପାଇବେ। କିନ୍ତୁ କିଛି ସ୍ଥିତିରେ କିଣିଥିବା ଆପ୍ସକୁ ଫେରାଇବା ସମ୍ଭବ ହୋଇନଥାଏ।

ଆପ୍ସକୁ ଫେରାଇବାର ଅଧିକତମ ସମୟ ୪୮ ଘଣ୍ଟା ରହିଛି। କିନ୍ତୁ ଆଉ କିଏ ଆପଣଙ୍କ କାର୍ଡରୁ ଅଜାଣତରେ କିଣିଛନ୍ତି, ତେବେ ଆପଣ ଗୁଗଲକୁ ୬୫ ଦିନ ମଧ୍ୟରେ ପଇସା ଫେରାଇବା ପାଇଁ ନିବେଦନ କରିପାରିବେ। ଯଦି ଡାଉନଲୋଡ କରିବାର ଦୁଇ ଘଣ୍ଟାରୁ ଅଧିକ ସମୟ ପରେ ଆପ୍କୁ ଫେରାଉଛନ୍ତି, ତେବେ ଅନଲାଇନରେ ଏକ ଫର୍ମ ଭରିବାକୁ ହେବ। ଗୁଗଲ ଆକାଉଣ୍ଟରେ ଲଗ୍ଇନ କରି ପରେ ଏହି ଫର୍ମ ମିଳିଯିବ।

google play store

ଗୁଗଲ ପ୍ଲେ ଷ୍ଟୋରକୁ ‘ଆକାଉଣ୍ଟ’ ଯାଇ ଅର୍ଡର ହିଷ୍ଟ୍ରି ଦେଖିବେ, ତେବେ ନିଜର କିଣିଥିବା ଆପ୍ ବିଷୟରେ ସଂପୂର୍ଣ୍ଣ ବିବରଣୀ ମିଳିବ। ଯେଉଁ ଆପକୁ ଫେରାଇବାକୁ ଚାହୁଁଛନ୍ତି, ତା ସହିତ ଲେଖାହୋଇଥିବା ରିଫଣ୍ଡ ଉପରେ କ୍ଲିକ କରି ପଇସା ଫେରସ୍ତ କରିବାର କାମ ଆରମ୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.