ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅପ୍ରତ୍ୟାଶିତ ଅଣ୍ଡାଦାନ ଆରମ୍ଭ

କାକଟପୁର : ରାଜ୍ଯରେ ଜାରି ରହିଛି ଶୀତର ଲହରୀ । ଏହାରି ଭିତରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କରୋନା କଟକଣା ଯୋଗୁଁ ସମୁଦ୍ର କୂଳରେ ସାଧାରଣ ଲୋକଙ୍କ ଯାତାୟତ ଓ ଶିକାରୀଙ୍କ ସଂଖ୍ୟା ମଧ୍ୟ କମ ରହିଛି । ଏହା ସହିତ ସମୁଦ୍ର ଭିତରେ ଜାହାଜ ଓ ମାଛଧରା ଡଙ୍ଗା ଉପରେ ମଧ୍ୟ କଟକଣା ଲାଗିଛି । ଯାହାଫଳରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନରେ କୌଣସି ସମସ୍ଯା ଦେଖା ଦେଇନାହିଁ।

ଏହି ପରିପ୍ରେକ୍ଷୀରେ ଅସ୍ତରଙ୍ଗ ଦେବୀ ମୁହାଣ ଅବବାହିକାରେ ସମୁଦ୍ର ମଧ୍ୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଚାଲିଥିବା ବେଳେ, ଗତ ଦୁଇ ଦିନ ତଳେ ମଧ୍ୟରାତ୍ରରେ ଏଠାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ୨ଟି ଅଲିଭ ରିଡଲେ କଇଁଛ ଅପ୍ରତ୍ୟାଶିତ ଭାବେ ସମୁଦ୍ର କୂଳକୁ ଆସି ଅଣ୍ଡାଦାନ କରିଥିବା ବନ ବିଭାଗର ପାଟ୍ରୋଲିଂ ଟିମ୍ ଦେଖିବାକୁ ପାଇଛନ୍ତି ।

ଗୋଟିଏ କଇଁଛ ଦେବୀନାସିରେ ଆସି ୧୩୩ଟି ଅଣ୍ଡାଦାନ କରିଥିବା ବେଳେ ଡାଳୁଅକଣି ନିକଟରେ ଆଉ ଏକ କଇଁଚ ୧୨୮ ଟି ଅଣ୍ଡା ଦେଇ ସମୁଦ୍ରକୁ ଚାଲି ଯାଇଥିବା ଦେଖିବା ମିଳିଛି। ଏହି ଦୁଇଟି କଇଁଛ ଦେଇଥିବା ମୋଟ ୨୬୧ଟି ଅଣ୍ଡାକୁ ବନ ବିଭାଗ କର୍ମଚାରୀମାନେ ସଂଗ୍ରହ କରି ଅସ୍ଥାୟୀ ହାଚେରୀରେ ପୋତି ସଂରକ୍ଷିତ ରଖିଛନ୍ତି । ଏହା ଅସ୍ତରଙ୍ଗ ଉପକୂଳ ପାଇଁ ଭଲ ଖବର ବୋଲି ପୁରୀ ବନ୍ୟପ୍ରାଣୀ ବିଭାଗ ପ୍ରକାଶ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.