ଗାଧୋଇବା ସମୟରେ ପାଣିରେ ମିଶାନ୍ତୁ କପେ କ୍ଷୀର, ତାପରେ ଦେଖନ୍ତୁ ତ୍ୱଚାରେ କମାଲ

ସାଧାରଣତଃ କ୍ଷୀର ପିଇବାର ଫାଇଦା ବିଷୟରେ ଆମେ ସମସ୍ତେ ଜାଣିଛେ କିନ୍ତୁ ଏଥିରେ କେବେ ଗାଧୋଇବା କଥା ଆପଣ ଭାବିଛନ୍ତି କି ? ଯଦି ନା ତାହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପାଣିରେ କ୍ଷୀର ମିଶାଇ ଗାଧୋଇଲେ କଣ ହୁଏ ? ତେବେ ଏହାର ଫାଇଦା ବିଷୟରେ ଜାଣିବା ପରେ ଆପଣ ନିଶ୍ଚୟ ଥରେ ଟ୍ରାଏ କରିବା ପାଇଁ ମନ ବଳାଇବେ ।

शाइनी स्किन के लिए

ଯଦି ଆପଣଙ୍କୁ ମଧ୍ୟ ବେବି ସଫ୍ଟ ସ୍କିନ ପାଇବାକୁ ଇଛା ତାହେଲେ ଗୋଟେ ବାଲ୍ଟି ପାଣିରେ ଏକ କପ କ୍ଷୀର ମିଶାଇ ପ୍ରତିଦିନ ଗାଧାନ୍ତୁ । ମାତ୍ର ଗୋଟିଏ ସପ୍ତାହରେ ଏହା ଆପଣଙ୍କୁ ସ୍କିନକୁ ମୁଲାୟମ କରିବା ସହିତ ଚର୍ମରୁ ଡ୍ରାଏନେସ ମଧ୍ୟ ଦୂର କରିଥାଏ । କ୍ଷୀରରେ ଥିବା ଲାକଟିକ ଏସିଡର ଗୁଣ ନ୍ୟାଚୁରାଲ ଏକ୍ସଫୋଲିଏଟ ଭାବେ କାମ କରିଥାଏ । ଏହାଦ୍ୱାରା ଡେଡ଼ ସ୍କିନ ହଟିଯିବା ସହିତ ସେଲସ ଗୁଡିକ ରିପେୟାର ହୋଇଯାଇଥାଏ । ଏହା ସ୍କିନକୁ ଆହୁରି ଚିକ୍କଣ କରିଥାଏ ।

रैशेज के लिए

ତ୍ୱଚାରେ ଶୁଷ୍କତା କିମ୍ବା କୁଣ୍ଡେଇହେବା ସମସ୍ୟା ଥିଲେ ପାଣିରେ କ୍ଷୀର ମିଶାଇ ଗାଧାନ୍ତୁ । ଏହାଦ୍ୱାରା ସ୍କିନରୁ ଏହିସବୁ ସମସ୍ୟା ଦୂର ହେବା ସହିତ ତ୍ୱଚାକୁ ଥଣ୍ଡା ରଖିଥାଏ ।

स्किन बनी रहेगी जवां

ସ୍କିନରେ ଆଲୋବେରା ଲଗାଇବା ଦ୍ୱାରା ଏହା ସନବର୍ଣ୍ଣ ସମସ୍ୟାରୁ ମୁକ୍ତି ଦେଇଥାଏ । କିନ୍ତୁ ଆପଣ ପାଣିରେ କ୍ଷୀର ମିଶାଇ ଗାଧୋଇବା ଦ୍ୱାରା ଏହା ସେହି ସମସ୍ୟାକୁ ଅତିଶୀଘ୍ର ଶେଷ କରିଦେଇଥାଏ । ତାସହିତ ସନବର୍ଣ୍ଣର ଚିହ୍ନ ମଧ୍ୟ ଅତିଶୀଘ୍ର ଶେଷ ହୁଏ ।

नहाने के पानी में मिलाएं दूध, पाएं सॉफ्ट और शाइनी त्वचा

ପ୍ରତିଦିନ ପାଣିରେ କ୍ଷୀର ମିଶାଇ ଗାଧୋଇବା ଦ୍ୱାରା ତ୍ୱଚାକୁ ନୂଆ ଜୀବନ ମିଳିଥାଏ । ଏହାଦ୍ୱାରା ଡେଡ଼ ସ୍କିନ ଦୂର ହେବା ସହିତ ସେଲସ ରିପେୟାର ହୋଇଥାଏ ଏବଂ ତ୍ୱଚାକୁ ଡିପ ନରିସମେଣ୍ଟ ମିଳିଥାଏ । ଏସବୁ ବ୍ୟତୀତ କ୍ଷୀର ତ୍ୱଚାରେ ଯୌବନ ଅବସ୍ଥାକୁ ବଞ୍ଚାଇ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.