କିଡନୀ ରୋଗ ପାଇଁ ରତ୍ନ ପଥର ଚିକିତ୍ସା, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ଆମ ଅଜାଣତରେ ଆମେ ଅନେକ ସମୟରେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିଲେ ମଧ୍ୟ ଜାଣି ପାରିନଥାଉ । ଆଉ ଜାଣିଲା ବେଳକୁ ପରିସ୍ଥିତି ଅସମ୍ଭାଳ ହୋଇଯାଇଥାଏ । ଯାହା ଫଳରେ ଡାଏଲେସିସ ଭଳି ବ୍ୟୟବହୁଳ ଚିକିତ୍ସା କରିବାକୁ ପଡିଥାଏ । ତେବେ ଏହା ବ୍ୟତୀତ ଅନ୍ୟ ଏକ ଉପାୟରେ ମଧ୍ୟ କିଡନୀ ରୋଗର ସଫଳ ଚିକିତ୍ସା ହୋଇ ପାରିବ। ତାହା ହେଉଛି ଷ୍ଟୋନ ଥେରାପି । ଆଜ୍ଞା ହଁ ଷ୍ଟୋନ ଥେରାପି ସାହାଯ୍ୟରେ ଏବେ କିଡନୀ ରୋଗରୁ କିଛି ଅଂଶରେ ଉପଶମ ମିଳି ପାରୁଛି । ତେବେ ଚାଲନ୍ତୁ ଜାଣିବା କଣ ସେହି ଷ୍ଟୋନ୍‌ ଥେରାପି ବା ରତ୍ନ ପଥର ଚିକିତ୍ସା ।

ଗ୍ରୀନ କୋରାଲ

ଯଦି କାହାକୁ ପ୍ରାରମ୍ଭିକ ଅବସ୍ଥାରେ କିଡନୀ ସମ୍ପର୍କିତ କିଛି ବି ରୋଗ ହୋଇଥାଏ ତେବେ ଏହି ରତ୍ନ ପଥର ପିନ୍ଧିବା ଦ୍ବାରା ରୋଗ ଆଗକୁ ବଢିନଥାଏ । ଯଦି କିଡନୀ ରୋଗ ଗମ୍ଭୀର ସ୍ଥିତିକୁ ଚାଲି ଯାଇଥାଏ ତେବେ ଏହି ପଥର ଧାରଣ କରିବା ଦ୍ବାରା ରୋଗୀକୁ ଅଧିକ ସମସ୍ୟା ଭୋଗିବାକୁ ପଡ଼ିନଥାଏ । ସାଧାରଣ ଲୋକ ଏହି ଗ୍ରୀନ କୋରାଲର ମାଳା କିମ୍ବା ମୁଦି ପିନ୍ଧିଲେ ସେମାନଙ୍କୁ ଜୀବନରେ କେବେ ବି କିଡନୀ ସମସ୍ୟା ଭୋଗିବାକୁ ପଡିନଥାଏ । କିଡନୀ ରୋଗର ଗମ୍ଭୀର ସ୍ଥିତି ଭୋଗୁଥିବା ବ୍ୟକ୍ତି ରେଡ କୋରାଲ ଧାରଣ କରି ପାରିବେ ।

କାର୍ଣ୍ଣେଲିୟନ

କାର୍ଣ୍ଣେଳିୟନ ଲାଲ ମୁଙ୍ଗା ଚିକ୍କଣ ଲଲା ରଙ୍ଗର ଷ୍ଟୋନ ଅଟେ । ଏଥିରେ କିଡନୀକୁ ସଫା କରିବା ଭଳି ଅଦ୍ଭୁତ ଗୁଣ ରହିଛି । ଯଦି କିଡନୀରେ କୌଣସି ପ୍ରକାର ସମସ୍ୟା ଦେଖା ଦେଉଛି ତେବେ ଜଣେ ଭଲ ରତ୍ନ ପଥର ବିଶେଷଜ୍ଞ ବା ଚିକିତ୍ସକଙ୍କ ପରାମର୍ଶ କ୍ରମେ କାର୍ଣ୍ଣେଲିୟନର ପାଣି ପିଇବାକୁ ପଡିଥାଏ । ଏଥିରେ କିଡନୀର ସବୁ ଦୂଷିତପଣ ଦୂର ହୋଇ ଯାଇଥାଏ ।

ସିଟ୍ରିନ

ଏହି ପଥର ଦେଖିବାକୁ ହଳଦୀ ରଙ୍ଗର ଚିକମିକ କରୁଥିବା ପାରଦର୍ଶି ଷ୍ଟୋନ ଅଟେ । ଏହି ପଥରକୁ ଥରେ ଦେଖି ଦେଲେ ମନକୁ ଶାନ୍ତି ମିଳିଥାଏ । ପଥରଟି କିଡନୀ ରୋଗ ପାଇଁ ରାମ ବାଣ ସଦୃଶ ହୋଇଥାଏ । ଏହାର ପ୍ରମୁଖ ଗୁଣ ହୋଉଛି କିଡନୀରୁ ସବୁ ପ୍ରକାର ଦୂଷିତ ଜିନିଷକୁ ଦୂର କରି ଏହାର କାର୍ଯ୍ୟଧାରାକୁ ମଜବୁତ କରାଇ ଥାଏ । ଏହା ସହିତ ଯେଉଁ ବ୍ୟକ୍ତିମାନେ ଡାଏଲେସିସ କରୁଛନ୍ତି ସେମାନଙ୍କୁ ସେହି ସମୟରେ ଏହି ପଥରକୁ ନିଜ ହାତ ମୁଠାରେ ରଖିବା ଉଚିତ । ଏହା ଦ୍ବାରା ଡାଏଲେସିସ ସମୟରେ କୌଣସି ଅସୁବିଧା ହୋଇଇନଥାଏ ଓ କିଡୀନକୁ ମଧ୍ୟ ଉପଶମ ମିଳିଥାଏ ।

ବ୍ଲଡ ଷ୍ଟୋନ

ଏହି ପଥର କିଡନୀକୁ ସଫା କରିବାରେ ମଧ୍ୟ ସାହଯ୍ୟ କରେ। ଯେଉଁ ଲୋକଙ୍କ କିଡନୀ ଛୋଟ ହୋଇ ଯାଇଥାଏ ସେମାନଙ୍କୁ ଏହି ବ୍ଲଡ ଷ୍ଟୋନ ଧାରଣ କରିବା ନିତାନ୍ତ ଜରୁରୀ । ଏଥିରେ କିଡନୀର ସଂଚାଳନରେ ସୁଧାର ଆସିଥାଏ ଓ କିଡନୀରେ ଛାଣି ହେଉଥିବା ପ୍ରକ୍ରିୟାରେ ବାଧା ଆସିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.