ବିବାହ ଯୋଗ୍ୟ ପୁରୁଷମାନେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ, ନଚେତ୍‌ ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ବାସ୍ତୁଶାସ୍ତ୍ର ବିଜ୍ଞାନ ଦିଗ ଏବଂ ଆଖ-ପାଖରେ ଥିବା ସମସ୍ତ ଜିନିଷ ଉପରେ ଉତ୍ପନ୍ନ ହେଉଥିବା ଉର୍ଜାର ପ୍ରଭାବ ଦର୍ଶାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଉର୍ଜା ଯଦି ସକରାତ୍ମକ ହୋଇଥାଏ ତେବେ ପ୍ରଗତି ହୋଇଥାଏ ଏବଂ ଯଦି ଉର୍ଜା ନକରାତ୍ମକ ହୋଥାଏ ତେବେ ଜୀବନରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ। ବାସ୍ତୁଶାସ୍ତ୍ର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଲାଗୁ ହୋଇଥାଏ। ଏହାର ବିବାହ ସହ ମଧ୍ୟ ସମ୍ବନ୍ଧ ରହିଛି ଏବଂ ବାସ୍ତୁଶାସ୍ତ୍ର ବୈବାହିକ ଜୀବନରେ ନିଜର ପ୍ରଭାବ ଦେଖାଇଥାଏ। ଯଦି ଆପଣ ମଧ୍ୟ ଚାହୁଁଛନ୍ତି ବାସ୍ତୁର ସକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡୁ ତେବେ ଏହି ୫ଟି ଅଭ୍ୟାସ ତ୍ୟାଗ କରନ୍ତୁ।

couple1ଜାଣନ୍ତୁ କଣ ସେହି ୫ଟି ଅଭ୍ୟାସ:

-ବାସ୍ତୁଶାସ୍ତ୍ର ଅନୁଯାୟୀ ଯେଉଁ କୁମାରମାନଙ୍କର ବିବାହ ହୋଇପାରୁ ନାହିଁ , ସେମାନେ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଅନୁଚିତ। ଏପରି କରିବା ଦ୍ୱାରା ବିବାହରେ ବାଧା ଆସିଥାଏ।

-କଳା ରଙ୍ଗର କପଡ଼ା ଏବଂ ଅନ୍ୟ କିଛି ଜିନିଷ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଆପଣ କଳା ରଙ୍ଗ ଠାରୁ ଯେତେ ଦୂରେଇ ରହିବେ ସେତିକି ଭଲ ହେବ।

-ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘରର ସ୍ତମ୍ଭ ତଳେ ମଧ୍ୟ ଶୋଇବା ଅନୁଚିତ। ଏପରି ସ୍ଥାନରେ ଶୋଇବା ଦ୍ୱାରା ବିବାହରେ ସମସ୍ୟା ଦେଖାଯାଇଥାଏ।

ଏହାସହ ପଢନ୍ତୁ: ପକେଟ୍‌ରେ ପଇସା ନାହିଁ? ଆପଣାନ୍ତୁ ଏହି ୫ଟି ଉପାୟ

-ବିବାହ ଯୋଗ୍ୟ ପୁଅମାନେ ଏପରି ରୁମ୍‌ ରେ ଶୋଇବା ଉଚିତ ଯେଉଁ ରୁମ୍‌ ରେ ଗୋଟିଏ ରୁ ଅଧିକ କବାଟ ଥିବ। ଏହା ବ୍ୟତୀତ ଯେଉଁ ରୁମ୍‌ ରେ ପବନ ଏବଂ ଆଲୋକର ପ୍ରବେଶ କମ ହୋଇଥାଏ ସେହି ରୁମ୍‌ ରେ ମଧ୍ୟ ଶୋଇବା ଅନୁଚିତ।

-ବାସ୍ତୁଶାସ୍ତ୍ର ଅନୁଯାୟୀ କୁମାର ଥିବା ପୁଅମାନଙ୍କ ରୁମ୍‌ ର ରଙ୍ଗ ଗାଢ ହୋଇଥିବା ଆବଶ୍ୟକ। କାନ୍ଥର ରଙ୍ଗ ହଳଦିଆ ଏବଂ ଗୋଲାପି ରଙ୍ଗ ହୋଇଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.