ପୁରୁଷମାନେ ନିଶ୍ଚିତ ଦିଅନ୍ତୁ ଧ୍ୟାନ, ଏହି ଟିପ୍ସ ଆପଣାଇ ନିଜ ତ୍ୱଚାକୁ ରଖନ୍ତୁ ସୁରକ୍ଷିତ

ଯେଉଁଭଳି ଯୁବତୀମାନେ ନିଜ ତ୍ୱଚାର ଧ୍ୟାନ ରଖୁଛନ୍ତି ସେହିପରି ଯୁବକମାନେ ମଧ୍ୟ ନିଜ ତ୍ୱଚାର ଧ୍ୟାନ ରଖିବା ଜୁରୁରୀ। ଅନେକ ଲୋକ ଏହାକୁ କେବଳ ଝିଅମାନେ କରନ୍ତି ବୋଲି କହି ଅଣଦେଖା କରିଦିଅନ୍ତି। ଦିନଯାକର ଦୌଡଧାପଡ ଜୀବନ ଭିତରେ ଧୂଆଁଧୂଳି ପ୍ରଦୂଷଣରୁ ଆମ ତ୍ୱଚାରେ ଅନେକ ମଇଳା ରହିଥାଏ। ଏଥିପାଇଁ କେବଳ ଝିଅ ନୁହେଁ ପୁଅମାନେ ମଧ୍ୟ ନିଜ ତ୍ୱଚାକୁ ସଫା କରିବା ଉଚିତ। ଏହି ବଦଳୁଥିବା ଋତୁକୁ ନେଇ ତ୍ୱଚାର ସ୍ୱତନ୍ତ୍ର ଧ୍ୟାନ ରଖିବା ଉଚିତ। କିପରି ପୁରୁଷମାନେ ନିଜର ସ୍କିନର ଯତ୍ନ ନେବେ ତାହା ବିଷୟରେ ଜାଣିବା କିଛି ଟିପ୍ସ..

hub--skincare

– ପୁଅ ହେଉ ଅବା ଝିଅ ପ୍ରତିଦିନ ସକାଳୁ ଉଠି ସମସ୍ତେ ନିଜର ଚେହେରାକୁ ଭଲ ଭାବେ ଧୋଇବା ଉଚିତ। ରାତିରେ ଆପଣଙ୍କ ତ୍ୱଚା ତୈଳାକ୍ତ ହୋଇଯାଇଥାଏ, ତେଣୁ ନିଜ ତ୍ୱଚାକୁ ସୁହାଉଥିବା କ୍ଲିନଞ୍ଜର ସାହାଟ୍ରରେ ନିଜ ମୁହଁକୁ ସଫା କରିପାରିବେ। ଏହା ପରେ ଅଫିସରୁ ଘରକୁ ଫେରିବା ପରେ ଫେସଓ୍ଵାଶରେ ମୁହଁକୁ ସଫା କରିବା ଉଚିତ। ଦିନଯାକର ଖରା ଏବଂ ଧୂଳିରେ ତ୍ୱଚାରେ ଥିବା ଛିଦ୍ର ବନ୍ଦ ହୋଇଯାଇଥାଏ। ଏଥିପାଇଁ ଘରକୁ ଫେରିବା ପରେ ଭଲ ଭାବେ ଫେସଓ୍ଵାଶରେ ମୁହଁ ଧୋଇବା ଉଚିତ।

men skin care

– ସବୁବେଳେ ନିଜ ବ୍ୟାଗରେ ସ୍କିନ୍‌ ଓ୍ଵାଇପ୍ସ ରଖନ୍ତୁ। ଏହାକୁ କିଣିବା ସମୟରେ ଆପଣଙ୍କ ତ୍ୱଚାକୁ ଧ୍ୟାନରେ ରଖି କିଣନ୍ତୁ। ଏହା ଆପଣଙ୍କୁ ତୁରନ୍ତ ଫ୍ରେଶ୍‌ ଅନୁଭୂତ କରାଇବା ସହ ଚେହେରାରୁ ମଇଳା ଦୂର କରିବ।

ଏହାସହ ପଢ଼ନ୍ତୁ ; ଓଠକୁ ମଧ୍ୟ ଆକର୍ଷଣୀୟ କରିବାକୁ ଚାହୁଁଛନ୍ତି ? ତେବେ ଆପଣାନ୍ତୁ ଏହି ମେକଅପ୍‌ ଟିପ୍ସ, କାମରେ ନିଶ୍ଚିତ ଆସିବ

– ପୁରୁଷମାନେ ଖରାରେ କିମ୍ବା ବାହାରେ ବୁଲି କାମ କରିବା ବେଳେ ନିଜ ତ୍ୱଚା ଉପରେ ଧ୍ୟାନ ଦିଅନ୍ତି ନାହିଁ। ଏଥିପାଇଁ ତ୍ୱଚାର ନମନୀୟତା ହ୍ରାସ ପାଇଥାଏ। ଏଥିପାଇଁ ସର୍ବଦା ମଶ୍ଚରାଇଚରର ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର କରିବା ଦ୍ୱାରା ଚେହେରାରେ ନମନିୟତା ରହିବା ସହ ଚେହେରାରେ ଏଜିଂ କମ୍‌ ହୋଇଥାଏ।

09

– ଘରୁ ବାହାରିବା ବେଳେ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ବଞ୍ଚିବା ପାଇଁ ସନସ୍କ୍ରିନ ଲୋସନ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ସ୍କିନକୁ ରକ୍ଷା କରିବ। ଏହାର ବ୍ୟବହାର ଦ୍ୱାରା ଆପଣର ଟୋନିଂ, ଡାର୍କ ସ୍ପଟ, ଏଜିଂରୁ ରକ୍ଷା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.