Below header

ଛେଳି ଚରାଉଥିବା ଏହି ବ୍ୟକ୍ତିଙ୍କ ପାଇଁ ଦିଓ୍ଵାନା ହେଲେ ଲୋକେ, କାହିଁକି ଭିଡିଓ ଦେଖିଲେ ଜାଣିପାରିବେ ଆପଣ

ଇଣ୍ଟରନେଟରେ ସବୁ ପ୍ରକାରର ଭିଡିଓ ଉପଲବ୍ଧ ରହିଛି ଏବଂ ଟିକଟକ ଭିଡିଓକୁ ନେଇ ଲୋକମାନଙ୍କର ପାଗଳାମି ଖୁବ୍‌ ଦେଖିବାକୁ ମିଳିଛି। ଟିକଟକରେ ଅଧିକାଂଶ ଏମିତି ଭିଡିଓ ବନାଯାଉଛି ଯାହାକୁ ଲୋକମାନେ ଟ୍ରୋଲ କରିଦେଉଛନ୍ତି। କିନ୍ତୁ ଆଜିକାଲି ଟ୍ଵିଟରରେ ଟିକଟକର ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

ଏହି ଭିଡିଓରେ ଜଣେ ବ୍ୟକ୍ତି ସଲମାନ ଖାନ୍‌ ଏବଂ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ହମ ଆପକେ ହେ କୌନ’ର ଏକ ଗୀତକୁ ଗାଉଥିବାର ଦେଖିବାକୁ ମିଳୁଛି। ସେ ମେଣ୍ଢା ଏବଂ ଛେଳିଙ୍କୁ ଚରାଉଥିବାବେଳେ ଭିଡିଓରେ ଲିପସିଙ୍କ କରୁଥିବାର ନଜର ଆସୁଛନ୍ତି।

tiktokଟ୍ଵିଟରରେ ଏହି ଭିଡିଓକୁ ଜଣେ ବ୍ୟକ୍ତି ସେୟାର କରିଛନ୍ତି। ସେୟାର ହେବାର ମାତ୍ର କିଛି ସମୟ ପରେ ଭିଡିଓଟି ଭାଇରାଲ ହୋଇଗଲା। ଏବେ ପଯ୍ୟର୍ନ୍ତ ଏହି ଭିଡିଓକୁ ୨ ଲକ୍ଷ ୫୫ ହଜାର ଲୋକ ଦେଖିସାରିଲେଣି। ଜଣେ ୟୁଜର ଏହି ଛେଳୀ ଚରାଳୀଙ୍କ ଲିପସିଙ୍କ ଦେଖି ଖୁବ୍‌ ପ୍ରଶଂସା କରିଛନ୍ତି। ଆଉ କେହି କେହି ଲେଖିଛନ୍ତି ସଲମାନଙ୍କ ଠାରୁ ଏହି ବ୍ୟକ୍ତି ଭଲ ଅଭିନୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.