Below header

ଗଞ୍ଜେଇ କ୍ୟାପସୁଲ ଦୂର କରେ ମାନସିକ ଅଶାନ୍ତି ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା, ରିସର୍ଚ୍ଚରୁ ପ୍ରକାଶ

ସାଧାରଣତଃ ଆମେ ଜାଣିଛେ ଗଞ୍ଜେଇ ଏକ ନିଶା ଦ୍ରବ୍ୟ, ଯାହା ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏଥିରେ ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ତେଣୁ ଏହା ଅନେକ ଦେଶରେ ସେବନ କରିବା ପାଇଁ ଆଇନତଃ ମଞ୍ଜୁରୀ ଦିଆଯାଇଛି । ରିସର୍ଚ୍ଚ ଅନୁଯାୟୀ, ଯଦି ଏହାକୁ ଛୋଟ ଛୋଟ କ୍ୟାପସୁଲ ଆକାରରେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବନ କରାଯାଏ ତେବେ ମସ୍ତିଷ୍କ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ ।

ଗଞ୍ଜେଇରେ ଅନେକ ମେଡିସିନଲ ରସାୟନ ରହିଥାଏ ଯାହା ଅଲଜାଇମର୍ସ, ମଲ୍ଟିପଲ ସ୍କଲୋରାନ୍ସିସ ଏବଂ ଟ୍ରୋମାଟିକ ବ୍ରେନ ଇନଜ୍ୟୁରି ଭଳି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଜେରିଲା ଥେରାପ୍ୟୁଟିକ୍ସ ନାମକ ଔଷଧ କମ୍ପାନୀ ଗଞ୍ଜେଇର ଛୋଟ ଛୋଟ କ୍ୟାପସୁଲ ତିଆରି କରିଛି । ଏଥିରେ Cannabidiol ରହିଛି , ଯାହା ଶରୀରରେ ମିଶିବା ପରେ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଏହାର ପରୀକ୍ଷଣ ମୂଷା ମାନଙ୍କ ଉପରେ କରାଯାଇଥିଲା । ଯାହା ସଫଳ ହୋଇଥିଲା । କିନ୍ତୁ ଏହାର ତରଳ ରୂପ ବେଶି ଲାଭ ଦାୟକ ନୁହେଁ । ଏହା ସମ୍ପର୍କରେ ନିକଟରେ PLOS ONE ଜର୍ନଲରେ ପ୍ରକାଶିତ ହୋଇଥିଲା ।

3285
pc: pr newswrite

ଏହାକୁ କ୍ୟାପସୁଲ ବ୍ୟତିତ ଯଦି ତରଳ ପଦାର୍ଥ ଆକାରରେ ସେବନ କରିବେ ତେବେ ଏହା ଶରୀରରେ ସହଜରେ ହଜମ ହେବ ନାହିଁ । ପେଟରେ ଏସିଡିଟି ସମସ୍ୟା ଦେଖାଦେବ । ତେଣୁ ଏହାକୁ କ୍ୟାପସୁଲ ଆକାରରେ ସେବନ କରିବାକୁ ପରାମର୍ଶ ଦିଆଯାଇଛି । କାରଣ ଏଥିରେ ଏସିଡିଟି ସମସ୍ୟା ହୁଏନାହିଁ । ଏହାସହ ମସ୍ତିଷ୍କକୁ ମଧ୍ୟ ଆରାମ ଦେଇଥାଏ । HIV/AIDS ଦ୍ୱାରା ପ୍ରଭାବିତ ଲୋକ ଏହାକୁ ସେବନ କରିବା ଦ୍ୱାରା ସେମାନଙ୍କ ଭୋକ ଲାଗିଥାଏ । ଏହାସହ Chronic Pain  ଏବଂ Muscle Spasm କୁ ଠିକ କରିବା, ଡିପ୍ରେସନ , ଚିନ୍ତା , ଟୁରେଟ ସିଣ୍ଡ୍ରମ ଏବଂ ପୋଷ୍ଟ ଟ୍ରୋମଟିକ ଭଳି ଆଦି ସମସ୍ୟାରୁ ମୁକ୍ତି ଦିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.