ବାପା, ମା’ ହରାଇଥିବା ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ‘ଆଶୀର୍ବାଦ’

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଆଶୀର୍ବାଦ’ । ବାପା, ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା । ଉଭୟ ପିତା ମାତା ବା ଜଣଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ୨୫୦୦ ଟଙ୍କା । କେବଳ ମୁଖ୍ୟ ଉପାର୍ଜନ କାରୀ ବାପା ବା ମା ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ମିଳିବ ୧୫୦୦ ଟଙ୍କା । ଜଣେ ବି ଅସହାୟ ଶିଶୁ ଯେପରି ବାଦ୍‌ ନ ପଡନ୍ତି, ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

ଜିଲ୍ଲାପାଳ କରିବେ ପ୍ରତି ବର୍ଷ ସ୍ୱତନ୍ତ୍ର ଅଭିଯାନ । ଗତ ଅପ୍ରେଲ ପହିଲା 2020 ଦିନ ବା ତା ପରେ ଉଭୟ ବାପା, ମା’ ବା ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇ ଥିବା ପିଲାଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ  ଯୋଜନା । ଯଦି ଆବଶ୍ୟକ ପଡେ   ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପାଠ ପଢ଼ିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.